ETV Bharat / state

ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ: ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳବିକଳ ଗ୍ରାମବାସୀ

author img

By

Published : Mar 7, 2020, 4:28 PM IST

ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତର ନଳବନ୍ଧ ଗାଁରେ ବସବାସ କରନ୍ତି 30ଟି ଆଦିବାସୀ ପରିବାର । ଏହି 30 ପରିବାର ପାଇଁ ଗାଁରେ ଅଛି ପାଞ୍ଚଟି ନଳକୂପ । ହେଲେ କାମ କରୁଛି ଗୋଟିଏ । ଯାହାକୁ ନେଇ ଦେଖାଦେଇଛି ଜଳ ସଂକଟ । ଅଧିକ ପଢନ୍ତୁ...

drinkinng-water-problem
drinkinng-water-problem

ଦେବଗଡ: ଗୋଟିଏ ମାତ୍ର ନଳକୂପ ଉପରେ ଭରସା କରି ଚଳୁଛନ୍ତି 30ଟି ପରିବାର । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ନଳବନ୍ଧ ଗାଁରେ । ବ୍ଲକର ବଣିଆକିଲିଣ୍ଡା ପଞ୍ଚାୟତର ନଳବନ୍ଧ ଗାଁରେ ବସବାସ କରନ୍ତି 30ଟି ଆଦିବାସୀ ପରିବାର । ଏହି 30 ପରିବାର ପାଇଁ ଗାଁରେ ଅଛି ପାଞ୍ଚଟି ନଳକୂପ । ମାତ୍ର ଆଜକୁ ଦୀର୍ଘ ସମୟ ହେଲା ପାଞ୍ଚଟି ନଳକୂପ ମଧ୍ୟରୁ 4ଟି ନଳକୂପ ଅଚଳ ହୋଇ ପଡିରହିଛି ।

ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ

କେବଳ ଗୋଟିଏ ମାତ୍ର ନଳକୂପ ହିଁ ଏବେ ଗ୍ରାମବାସୀଙ୍କ ସାହାଭରସା । ତେବେ ଏହା ଗ୍ରାମବାସୀଙ୍କ ପାନୀୟ ଜଳ ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ । ଫଳରେ ଗ୍ରାମବାସୀ ବାଧ୍ୟହୋଇ ଗାଁ ନିକଟସ୍ଥ ପାହାଡିଆ ଝରଣା ଉପରେ ନିର୍ଭର କରି ଆସୁଛନ୍ତି । ମାତ୍ର ଗ୍ରୀଷ୍ମ ଋତୁରେ ପାହାଡିଆ ଝରଣା ଶୁଖି ଯାଉଥିବାରୁ ଗାଁ ଲୋକେ ନାହିଁ ନଥିବା ଜଳକଷ୍ଟ ଭୋଗୁଚ୍ଛନ୍ତି ।

ଏ ସମ୍ପର୍କରେ ଗ୍ରାମବାସୀ ଆଜକୁ ଦୀର୍ଘ ଦିନ ହେଲା ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଫଳରେ ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗକୁ ଗ୍ରୀଷ୍ମ ଋତୁ ପାଖେଇ ଆସୁଥିବା ବେଳେ ଗାଁର ଅଚଳ ନଳକୂପ ଗୁଡିକୁ ତୁରନ୍ତ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.