ETV Bharat / state

ଗୋହିଡ଼ା ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସଙ୍କଟ - ଦେବଗଡ ଖବର

ଦେଖନ୍ତୁ ଏହି ଦୃଶ୍ୟକୁ । ଜଳ ମୁନ୍ଦାଏ ପାଇଁ ନଳକୂପ ସାମ୍ନାରେ ଲାଗିଛି ଗହଳି । ହାତରେ ଗରା ବାଲଟି ନେଇ ନଳକୂପ ଆଗରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇଛନ୍ତି ଗାଁର ମହିଳା ମାନେ । ଶୋଷ ମେଣ୍ଟାଇବାକୁ ଜଳ ମୁନ୍ଦାଏ ପାଇଁ ସଂଘର୍ଷ କରିବାକୁ ପଡୁଛି ଗ୍ରାମବାସୀଙ୍କୁ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଗୋହିଡ଼ା ଗାଁରେ ।

drinking water crisis in Gohida village
ଗୋହିଡ଼ା ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସଙ୍କଟ
author img

By

Published : May 24, 2020, 12:42 AM IST

ଦେବଗଡ଼: ଜିଲ୍ଲା ରିଆମାଳ ବ୍ଲକ କଣ୍ଟାବାହାଳ ପଞ୍ଚାୟତର ଗୋହିଡ଼ା ଗାଁ । ଏହି ଗାଁରେ ବସବାସ କରନ୍ତି 150 ପରିବାର । ହେଲେ ଏହି 150 ପରିବାରଙ୍କ ପାଇଁ ଗାଁରେ ଅଛି ମାତ୍ର 6ଟି ନଳକୂପ । ସେଥିମଧ୍ୟରୁ 5ଟି ନଳକୂପରୁ ପିଇବା ଉପଯୋଗୀ ପାଣି ବାହାରୁ ନଥିବାରୁ କେବଳ ଗୋଟିଏ ମାତ୍ର ନଳକୂପ ଉପରେ ନିର୍ଭର କରି ଚଳିଆସୁଛନ୍ତି ଏମାନେ । ଫଳରେ ଦିନ ତମାମ ନଳକୂପ ସାମ୍ନାରେ ମହିଳାଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ପାନୀୟ ଜଳ ମୁନ୍ଦାଏ ପାଇଁ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଛିଡା ହେବାକୁ ପଡୁଛି ମହିଳା ମାନଙ୍କୁ ।

ଗୋହିଡ଼ା ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସଙ୍କଟ
ଗୋହିଡ଼ା ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସଙ୍କଟ
ଗୋହିଡ଼ା ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସଙ୍କଟ
ଗୋହିଡ଼ା ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସଙ୍କଟ

ତେବେ ଗୋହିଡ଼ା ଗାଁରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ସରକାରଙ୍କ ବସୁଧା ଯୋଜନା ମାଧ୍ୟମରେ ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ମିଶନ ବିଭାଗ ପକ୍ଷରୁ ଦୁଇବର୍ଷ ପୂର୍ବେ ନିର୍ମାଣ କରାଯାଇଛି ଏକ ପାନୀୟ ଜଳ ପ୍ରକଳ୍ପ । ମାତ୍ର ବିଡ଼ମ୍ବନାର ବିଷୟ ଯେ, ଆଜକୁ ଦୀର୍ଘ ଦୁଇବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପଟି ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏଠାରେ ଲାଗିଥିବା ପାଇପ ଓ ଯନ୍ତ୍ରାଂଶ ଗୁଡିକ ମାଟିରେ ମିଶିଯିବାକୁ ବସିଲାଣି । ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରୁନଥିବା ଅଭିଯୋଗ ହେଉଛି ।

ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଏଭଳି ସମୟରେ ଗୋହିଡ଼ା ଗାଁରେ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପଟି କାର୍ଯ୍ୟକ୍ଷମ ନହେବାରୁ ଗାଁରେ ଦେଖାଦେଇଛି ଉତ୍କଟ ପାନୀୟ ଜଳ ସଙ୍କଟ ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.