ETV Bharat / state

ରାଜ୍ୟ ବାହାରେ ଅଟକି ରହିଛନ୍ତି ଦେବଗଡ଼ ଜିଲ୍ଳାର ଶ୍ରମିକ - ଲାକଡାଉନ

ଦେବଗଡ଼ ଜିଲ୍ଲାରୁ ଅନ୍ୟ ରାଜ୍ୟକୁ କାମ ଅନ୍ବେଷଣରେ ଯାଇଥିବା 50ରୁ ଊର୍ଦ୍ଧ୍ବ ଶ୍ରମିକ ନିଜନିଜ ଘରକୁ ଫେରିନପାରି ଅଟକି ରହିଛନ୍ତି । ପାଖରେ ଟଙ୍କା ନଥିବାବେଳ ଭୋକ ଉପାସରେ ଦିନ କାଟୁଛନ୍ତି ଏମାନେ । ଫଳରେ ଭିଡ଼ିଓ ମାଧ୍ୟମରେ ଓଡ଼ିଶା ଫେରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ଫସିରହିଥିବା ଶ୍ରମିକ । ଅଧିକ ପଢନ୍ତୁ..

deogarh-labour-detained-in-tamilnadu
deogarh-labour-detained-in-tamilnadu
author img

By

Published : Mar 28, 2020, 8:58 PM IST

ଦେବଗଡ଼: ବିଶ୍ବରେ କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଦେବଗଡ଼ ଜିଲ୍ଲାରୁ ଅନ୍ୟ ରାଜ୍ୟକୁ କାମ ଅନ୍ବେଷଣରେ ଯାଇଥିବା 50ରୁ ଉର୍ଦ୍ଧ୍ବ ଶ୍ରମିକ ନିଜନିଜ ଘରକୁ ଫେରିନପାରି ଅଟକି ରହିଛନ୍ତି ।

କିଛିମାସ ପୂର୍ବରୁ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଶଖୁଳିଆ ଓ ରାଇରତନପୁର ଗାଁ ଓ ବାରକୋଟ ବ୍ଲକ ରତବ ଗାଁରୁ 10 ଜଣ ଶ୍ରମିକ ତାମିଲନାଡୁର ତିରିପୁର ଜିଲ୍ଲା ଅନ୍ତର୍ଗତ ଭବାନୀ ନଗରରେ ଥିବା ଏକ କାରଖାନାରେ କାମ କରିବାକୁ ଯାଇଥିଲେ । ମାତ୍ର କୋରୋନା ସଂକ୍ରମଣ ନେଇ ସରକାର ହଠାତ ଲକଡ଼ାଉନ ଘୋଷଣା କରିବା ପରେ କାରଖାନା ବନ୍ଦ ହୋଇଯିବା ସହ ବସ ଟ୍ରେନ ମଧ୍ୟ ଚଳାଚଳ ବନ୍ଦ ହୋଇଯାଇଥିଲା ।

ରାଜ୍ୟ ବାହାରେ ଅଟକି ରହିଛନ୍ତି ଦେବଗଡ଼ ଜିଲ୍ଳାର ଶ୍ରମିକ

ଫଳରେ ଏହି ଶ୍ରମିକ ମାନେ ଆଉ ନିଜନିଜ ଘରକୁ ଫେରିନପାରି ସେଠାରେ ଅଟକି ରହିଛନ୍ତି । ପାଖରେ ଥିବା ଟଙ୍କା ସରିଯିବାରୁ ଶ୍ରମିକ ମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ନିଜନିଜ ଘରକୁ ଫେରାଇ ଅଣାଯିବାକୁ ଏହି ଶ୍ରମିକ ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେବଗଡ଼ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି । ସେହିପରି ଜିଲ୍ଲାର ବାରକୋଟ ରିଆମାଳ ଓ ତିଳେଇବଣି ବ୍ଲକର ବିଭିନ୍ନ ଅଞ୍ଚଳରୁ କାମକରିବାକୁ କେରଳ ଯାଇଥିବା 40 ଜଣ ଶ୍ରମିକ ଲାକଡାଉନ ଯୋଗୁ ସେଠାରେ ଅଟକି ରହିଥିବା ଜଣାପଡିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.