ଦେବଗଡ: ଶନିବାର ଦେବଗଡ ଅବକାରୀ ବିଭାଗ ପକ୍ଷରୁ ରିଆମାଳ ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ 92 ଲିଟର ଦେଶୀ ( ମହୁଲି ) ରନ୍ଧା ମଦ ଓ 5 ଶହ କେଜି ମହୁଲ ପୋଚ ଜବତ କରାଯିବା ସହିତ 4 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ଜିଲ୍ଲା ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ରିଆମାଳ ବ୍ଲକର ନୂଆଁଡିହି, ଫୁଲଝରି ଓ ସିଆରିଆ ଆଦି ଗାଁରେ ଚଢାଉ କରିଥିଲା । ଚଢାଉ ବେଳେ ମୋଟ 92 ଲିଟର ଦେଶୀ ରନ୍ଧାମଦ ଓ 5 ଶହ କେଜି ମହୁଲ ପୋଚ ଜବତ କରିବା ସହିତ କାରବାରରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଛି ଅବକାରୀ ବିଭାଗ ।
ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ନୂଆଁଡିହି ଗାଁର ଭରତ ନାୟକ, ଫୁଲଝରି ଗାଁର ଅରୁଣ କୁମାର ପ୍ରଧାନ, ସିଆରିଆ ଗାଁର ସନ୍ଧ୍ୟା ବଲୁଆ ଓ ଠକ ବଲୁଆ ।
ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ