ETV Bharat / state

ଅନୁଷ୍ଠିତ ହେବ ଉତ୍ସବ ପ୍ରଧାନପାଟ - ଉତ୍ସବ ପ୍ରଧାନପାଟ

ଦେବଗଡ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ପ୍ରଧାନପାଟ ମୁକ୍ତାକାଶ ରଙ୍ଗମଞ୍ଚରେ ଉତ୍ସବ ପ୍ରଧାନପାଟ 2020 ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ....

cultural programme utsav pradhanpat
ଉତ୍ସବ ପ୍ରଧାନପାଟ
author img

By

Published : Feb 9, 2020, 12:06 AM IST

ଦେବଗଡ଼ : ଦେବଗଡ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ପ୍ରଧାନପାଟ ମୁକ୍ତାକାଶ ରଙ୍ଗମଞ୍ଚରେ ଉତ୍ସବ ପ୍ରଧାନପାଟ 2020 ଅନୁଷ୍ଠିତ ହେବ । ଏହି ଉତ୍ସବ ଆସନ୍ତା 10 ତାରିଖରୁ ଆରମ୍ଭ ହୋଇ 14ରେ ଉଦଯାପନୀ କରାଯିବ। ଚଳିତ ବର୍ଷ ଏହି ଉତ୍ସବରେ ରାଜ୍ୟ ବାହାରୁ 3ଟି ସାସ୍କୃତିକ ଦଳ ଯୋଗ ଦେଉଥିବା ବେଳେ ରାଜ୍ୟରୁ 20ଟି ଦଳ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଉତ୍ସବ ପ୍ରଧାନପାଟ

ସେହିପରି ଦେବଗଡରୁ 9ଟି ସାଂସ୍କୃତିକ ଦଳ ଯୋଗ ଦେବେ । ଚଳିତ ବର୍ଷ ପ୍ରଥମ କରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହା ସହ ଓରମାସ ପକ୍ଷରୁ ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା ଓ କୃଷକ ମେଳା ଅନୁଷ୍ଠିତ ହେବାକୁ ଥିବା ବେଳେ ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ଫଳ ଓ ପୁଷ୍ପ ପ୍ରଦର୍ଶନୀ କରାଯିବ । ଏଥିସହ କବି ସମ୍ମିଳନୀ ମଧ୍ୟ ଆୟୋଜିତ ହେବ ।

ଏହି ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସୁଧାଂଶୁ ମୋହନ ସାମଲ ଏହି ସୂଚନା ଦେଇଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି ଇଟିଭି ଭାରତ

Intro:ଆଶନ୍ତା 10 ତାରିଖ ଠାରୁ 14 ତାରିଖ ପର୍ଯ୍ୟନ୍ତ ପ୍ରଧାନପାଟ ମୁକ୍ତାକାଶ ରଙ୍ଗମଞ୍ଚ ରେ ଅନୁଷ୍ଠିତ ହେବ ଉତ୍ସବ ପ୍ରଧାନପାଟ 2020 । ଏ ସମ୍ପର୍କ ରେ ଏକ ସାମ୍ବାଦିକ ସଂମ୍ବିଳନୀ ରେ ସୂଚନା ଦେଇଛନ୍ତି ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ।

Body: ଦେବଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆଶନ୍ତା 10 ତାରିଖ ଠାରୁ 14 ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ରେ ଅନୁଷ୍ଠିତ ହେବ ଉତ୍ସବ ପ୍ରଧାନପାଟ 2020 । ଚଳିତ ବର୍ଷ ଏହି ଉତ୍ସବ ରେ ରାଜ୍ୟ ବାହାରୁ ତିନୋଟି କଲଚରାଲ ଗ୍ରୁପ ଯୋଗ ଦେଉଥିବା ବେଳେ , ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ମୋଟ 20 ଟି ଗ୍ରୁପ ଅଂଶଗ୍ରହଣ କରିବେ । ସେହିପରି ଦେଵଗଡ଼ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ମୋଟ 9 ଟି କଲଚରାଲ ଗ୍ରୁପ ଅଂଶଗ୍ରହଣ କରିବେ । ଏହି ଉତ୍ସବ ରେ ସର୍ବମୋଟ 750 ଜଣ କଳାକାର ଅଂଶଗ୍ରହଣ କରି ସେମାନଙ୍କ ଚିତାକର୍ଷକ କଳା ଓ ପ୍ରତିଭା ର ପ୍ରଦର୍ଶନ କରିବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏହି ମଞ୍ଚରେ ନିଜନିଜ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ପାରିବେ । ପ୍ରତିଦିନ ସନ୍ଧ୍ୟା 6 .30 ରେ ଉତ୍ସବ ର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଏଥିସହିତ ଉତ୍ସବ ପ୍ରଧାନପାଟ ଅବସରରେ 10 ତାରିଖ ଠାରୁ 14 ତାରିଖ ପର୍ଯ୍ୟନ୍ତ ORMAS ପକ୍ଷରୁ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା , ପୁସ୍ତକ ମେଳା , କୃଷକ ମେଳା , ଖାଦ୍ୟ ମେଳା ଆଦି ଅନୁଷ୍ଠିତ ହେବାକୁ ଥିବା ବେଳେ , ଉଦ୍ୟାନ ବିଭାଗ ଓ କୃଷି ବିଭାଗ ପକ୍ଷରୁ ଫଳ ଓ ପୁଷ୍ପ ପ୍ରଦର୍ଶନୀ ଓ ରାଜ୍ୟ ସ୍ତରୀୟ କବି ସଂମ୍ବିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ପରିପ୍ରେକ୍ଷୀ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ OSWAN Hall ଠାରେ ଆୟୋଜିତ ଏକ ସାମ୍ବାଦିକ ସଂମ୍ବିଳନୀ ରେ ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଏହି ଉତ୍ସବ ପାଇଁ ମୋଟ 17 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ସାମଲ ସୂଚନା ଦେଉଛନ୍ତି ।

Conclusion:ଏହି ଜିଲ୍ଲାସ୍ତରୀୟ ଉତ୍ସବ କୁ ଜିଲ୍ଲାବାସୀ ଉପଭୋଗ କରିବାକୁ ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଜିଲ୍ଲାବାସୀ ଙ୍କୁ ଅନୁରୋଧ କରିଛନ୍ତି ।

byte - ସୁଧାଂଶୁ ମୋହନ ସାମଲ ( ଜିଲ୍ଲାପାଳ , ଦେବଗଡ଼ )

ଦେବଗଡ଼ ରୁ ସରୋଜ ଶତପଥି ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.