ETV Bharat / state

ବର୍ଷା ଅଭାବରୁ ଚାଷକାର୍ଯ୍ୟ ବ୍ୟାହତ, ପଡିଆ ପଡିଛି ଶହ ଶହ ହେକ୍ଟର ଜମି

author img

By

Published : Jun 22, 2023, 3:31 PM IST

ବର୍ଷା ଅଭାବରୁ ଦେବଗଡରେ ଚାଷକାର୍ଯ୍ୟ ବ୍ୟାହତ। ବର୍ଷକୁ ଅପେକ୍ଷା କରିଛନ୍ତି ଚାଷୀ ଭାଇ । ଅଧିକ ପଢନ୍ତୁ

cultivation delayed due to lack of rainfall

ଦେବଗଡ: ମୌସୁମୀ ବର୍ଷା ଅପେକ୍ଷାରେ ଚାଷୀ। ବର୍ଷାର ଦେଖା ନଥିବାରୁ ଚିନ୍ତାରେ ଚାଷୀ କୂଳ। କିପରି ଚାଷ କରିବେ ଓ କ୍ଷେତରେ ସୁନାର ଫସଲ କିପରି ଫଳାଇବେ ତାହାକୁ ଦେବଗଡ ଚାଷୀକୁ ଘାରିଛି ଚିନ୍ତା। ଜୁନ ପହିଲାରୁ ସ୍ୱାଭାବିକ ବର୍ଷା ହେଉଥିବା ବେଳେ ଚାଷୀ ଧାନଚାଷ ଆରମ୍ଭ କରିଥାନ୍ତି । ଏପରିକି ଜୁନ ଶେଷ ବେଳକୁ ଅଧିକାଂଶ ଚାଷ ଜମିରେ ବେଉଷଣ କାର୍ଯ୍ୟ ଯୋରସୋରରେ ଚାଲିଥାଏ । ମାତ୍ର ଚଳିତ ବର୍ଷର ଦେଖାନାହିଁ। ଜୁନ ମାସ ସରିବାକୁ ବସିଥଲେ ସୁଦ୍ଧା , ଏପର୍ଯ୍ୟନ୍ତ ଅଧିକାଂଶ ଜମିରେ ଚାଷକାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ।

ବର୍ଷାଭାଵରୁ ଜମିରେ ବିହନ ବୁଣା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ । କାଁ ଭାଁ ଯୋଉ ଜମିରେ ଚାଷୀ ବିହନ ବୁଣି ଚାଷକାର୍ଯ୍ୟ ଆରମ୍ଭ କରିଥିଲେ , ସେଥିରେ ବିହନ ଗଜା ହେଉନାହିଁ । ଫଳରେ ସମ୍ଭାବ୍ୟ ମରୁଡି ଆଶଙ୍କା ଚାଷୀକୁଳଙ୍କୁ ଚିନ୍ତାରେ ପକାଇଛି । ଚଳିତ ବର୍ଷ ଜିଲ୍ଲାରେ ତାପମାତ୍ରା ରେକର୍ଡ ସଂଖ୍ୟକ ରହିଥିଲା। ଯାହାକୁ ନେଇ ଚାଷୀକୂଳ ହତାସ ହୋଇପଡିଛି। ଆଜି କିମ୍ବା ଆସନା କାଲି ଓଡିଶାରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ କିଛି ସ୍ଥାନରେ ଆଜି ଠାରୁ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ଛୁଇଁବା ପରେ ଚାଷୀ ମାନଙ୍କ ଦୁଃଖ ଦୂର ହେବ।

ଚଳିତ ବର୍ଷ ଅପ୍ରେଲ ମାସରେ 24.7 ମିମି ଓ ମେ ମାସରେ 67. 55 ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ମାସରେ ବର୍ଷାର ଦେଖାନାହିଁ। ଏପର୍ଯ୍ୟନ୍ତ ମାତ୍ର 25 . 80 ମିମି ବର୍ଷା ହୋଇଥିବା ଜଣାଯାଇଛି । ଯାହାକି ଚାଷକାର୍ଯ୍ୟ ପାଇଁ ଉପଯୋଗୀ ନୁହଁ । ଚାଷକାର୍ଯ୍ୟ ପାଇଁ ଜୁନ ମାସରେ 242 . 4 ମିମି ବର୍ଷା ହେବାକଥା । ତେଣୁ ଚାଷକାର୍ଯ୍ୟ ଯଥେଷ୍ଟ ପ୍ରଭାବିତ ହୋଇଛି ।

କୃଷି ପ୍ରଧାନ ଦେବଗଡ଼ ଜିଲ୍ଲା। ଏଠାରେ 80 ପ୍ରତିଶତ ଲୋକେ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ମୋଟ 66 ହଜାର ହେକ୍ଟର ଚାଷଜମି ମଧ୍ୟରୁ 34 ହଜାର ହେକ୍ଟର ଜମିରେ ଧାନଚାଷ ଓ 32 ହଜାର ହେକ୍ଟର ଜମିରେ ଅଣ ଧାନଚାଷ କରାଯାଇଥାଏ । ତେବେ ଚଳିତ ବର୍ଷ ଜିଲ୍ଲାରେ ମୋଟ 32 ହେକ୍ଟର ଜମିରେ ଧାନଚାଷ କରାଯିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ମାତ୍ର ବର୍ଷାଭାଵରୁ ଅଧିକାଂଶ ଜମିରେ ଚାଷକାର୍ଯ୍ୟ ଆରମ୍ଭ ହୋଇନପାରି ପଡିଆ ପଡିଛି । ଏଭଳି ସ୍ଥିତିରେ ଚାଷ କାର୍ଯ୍ୟ କିପରି ହେବ ସେନେଇ ମୁଣ୍ଜରେ ହାତ ଦେଇ ବସିଛି ଚାଷୀ ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.