ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖତ ଖାଉଛି ସିଟି ସ୍କାନ ମେସିନ, ହନ୍ତସନ୍ତ ରୋଗୀ

author img

By

Published : Apr 5, 2023, 10:20 AM IST

ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖତ ଖାଉଛି ସିଟି ସ୍କାନ ମେସିନ । ହନ୍ତସନ୍ତ ହେଉଛନ୍ତି ରୋଗୀ । ଅଧିକ ପଢନ୍ତୁ

CT Scan machine not working in deogarh
CT Scan machine not working in deogarh

ଦେବଗଡ: ହସ୍ପିଟାଲରେ ଲାଗିଛି ସିଟି ସ୍କାନ ମେସିନ । ହେଲେ ରୋଗୀଙ୍କ କାମରେ ଆସିବା ବଦଳରେ ଖତ ଖାଉଛି । ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଖବର ସାମ୍ନାକୁ ଆସିଛି । ସିଟି ସ୍କାନ ମେସିନ କାର୍ଯ୍ୟକ୍ଷମ ହେଉନଥିବାରୁ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହୋଇଛି ।

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନଟିଏ ନଥିବାରୁ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଜିଲ୍ଲାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରୋଗୀମାନେ ବୁର୍ଲା, କଟକ ଭୁବନେଶ୍ୱର ଆଦି ଦୂରଦୁରାନ୍ତକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଥିଲେ । ତେଣୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସିଟି ସ୍କାନ ମେସିନ ଇନଷ୍ଟଲେସନ କରାଯିବା ପାଇଁ ଜିଲ୍ଲାବାସୀ ବହୁ ବର୍ଷ ହେବ ଦାବି କରିଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ଓ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ସରକାର ଗତ ଦୁଇମାସ ପୂର୍ବରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସିଟି ସ୍କାନ ମେସିନ ଇନଷ୍ଟଲେସନ କରାଇଥିଲେ ।

ମେସିନଟି ଇନଷ୍ଟଲେସନ ହେବାପରେ ଦେବଗଡ଼ ଜିଲ୍ଲାରେ ଉନ୍ନତମାନର ରୋଗୀସେବା ଉପଲବ୍ଧ ହୋଇପାରିବା ନେଇ ଜିଲ୍ଲାବାସୀଙ୍କ ମନରେ ଆଶା ସଂଚାର ହୋଇଥିଲା । ମାତ୍ର ଇତିମଧ୍ୟରେ ଦୀର୍ଘ ଦୁଇମାସ ବିତି ଯାଇଥିଲେ ସୁଦ୍ଧା ମେସିନଟି କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଚିକିତ୍ସାଳୟର ବନ୍ଦ କୋଠରୀ ମଧ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ କ୍ରୟ କରାଯାଇଥିବା ଏହି ମେସିନଟି ପଡିରହି ଖତ ଖାଉଛି । ସେପଟେ ଏହି ଚିକିତ୍ସାଳୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଜିଲ୍ଲାବାସୀ ସିଟି ସ୍କାନ ପାଇଁ ବୁର୍ଲା କଟକ ଓ ଭୁନନେଶ୍ୱର ମେଡିକାଲ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଏହି ମେସିନଟି କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ତତ୍ପରତା ଦେଖାଉ ନାହାନ୍ତି । ଫଳରେ ଏନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ: ବାପଘରକୁ ଆସିଲେ ମାଆ ବୁଢୀ ଠାକୁରାଣୀ, ଆଜ୍ଞାମାଳ ମିଳିବା ପରେ ଆରମ୍ଭ ହେଲା ଯାତ୍ରା

ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ମିଡ଼ିଆ ଆଗରେ ମୁହଁ ଖୋଲୁନଥିବା ବେଳେ ଏଥିପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ଏହି ମେସିନ ପରିଚାଳନା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ଲଗାଇବା ଆବଶ୍ୟକ ଥିବାରୁ ଓ ବିଦ୍ୟୁତ ବିଭାଗ ଟ୍ରାନ୍ସଫର୍ମର ଲଗାଇବାରେ ଅହେତୁକ ବିଳମ୍ବ କରୁଥିବାରୁ ମେସିନଟି କାର୍ଯ୍ୟକ୍ଷମ ହୋଇ ପାରୁନଥିବା ଜଣାଯାଇଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.