ETV Bharat / state

ଦେବଗଡ ଗସ୍ତରେ କୋଭିଡ-19 ପର୍ଯ୍ୟବେକ୍ଷକ, ସ୍ଥିତିର କଲେ ସମୀକ୍ଷା - ଦେବଗଡରେ ଶକ୍ତି ବିଭାଗର ସଚିବ ବିଷ୍ଣୁପଦ ସେଠି

କୋଭିଡ -19 ପାଇଁ ଦେବଗଡ ପାଇଁ ରାଜ୍ୟ ସରକାରଙ୍କ ନିଯୁକ୍ତ ପର୍ଯ୍ୟବେକ୍ଷକ ଶକ୍ତି ବିଭାଗର ସଚିବ ବିଷ୍ଣୁପଦ ସେଠି ଏବଂ ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଶତପଥି ଜିଲ୍ଲା ଗସ୍ତରେ ଆସି, ବିଭିନ୍ନ ଦିଗ ପ୍ରତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

COVID-19 observer  visit deogada
ଦେବଗଡ ଗସ୍ତରେ କୋଭିଡ-19 ପର୍ଯ୍ୟବେକ୍ଷକ, ସ୍ଥିତିର କଲେ ସମୀକ୍ଷା
author img

By

Published : May 6, 2020, 8:24 PM IST

ଦେବଗଡ: ମଙ୍ଗଳବାର ଦେବଗଡ ଗସ୍ତରେ ଆସିଛନ୍ତି କୋଭିଡ-19 ପର୍ଯ୍ୟବେକ୍ଷକ ଶକ୍ତି ବିଭାଗର ସଚିବ ବିଷ୍ଣୁପଦ ସେଠି ଏବଂ ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଶତପଥି । ଏଠାରେ ଏମାନେ କୋଭିଡ-19 ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି ।

ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ବୈଠକରେ 2 ସଚିବ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲାର କଣ୍ଟେନମେଣ୍ଟ ଅଞ୍ଚଳର ସ୍ଥିତି ଉପରେ ସମୀକ୍ଷା କରିଥିଲେ । ଏଥିସହ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ବୈଠକ ପରେ ଏମାନେ ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର, କୋଭିଡ ପ୍ରାଯତ୍ନ କେନ୍ଦ୍ର, ଆଇସୋଲେସନ ସେଣ୍ଟର ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପରିଦର୍ଶନ କରିଥିଲେ ।ପର୍ଯ୍ୟବେକ୍ଷକଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ , ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା , ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ମନୋଜ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.