ETV Bharat / state

ଧାନ ମଣ୍ଡିରେ ଅବ୍ୟବସ୍ଥା; କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଦେବଗଡ଼ ବନ୍ଦ

author img

By ETV Bharat Odisha Team

Published : Jan 16, 2024, 12:37 PM IST

Updated : Jan 16, 2024, 2:04 PM IST

Deogarh bandh: ମଣ୍ଡି ସମସ୍ୟା ନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ 12 ଘଣ୍ଟିଆ ଦେବଗଡ ବନ୍ଦ ଡାକରା । ଏହି ବନ୍ଦ ଡାକରାକୁ ଜିଲ୍ଲା କୃଷକ ସଂଘ ଓ ବିଭିନ୍ନ ଚାଷୀ ସଂଗଠନ ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ

Deogarh bandh
କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଦେବଗଡ଼ ବନ୍ଦ

କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ: ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀମାରଣ ନୀତି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ କମିଟି । ଏହି ବନ୍ଦ ଡାକରାକୁ ଜିଲ୍ଲା କୃଷକ ସଂଘ ଓ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି । ବନ୍ଦ ପ୍ରଭାବରେ ଦେବଗଡ ଜିଲ୍ଲାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ଏଥିରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି ।

ଆଜି ସକାଳେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ଚାଷୀ ସଂଘ ସଦସ୍ୟମାନେ ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ମୁମ୍ବାଇ କୋଲକାତାକୁ ସଂଯୋଗ କରୁଥିବା 49 ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚାଳଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହି ବନ୍ଦ ଡାକରା ଯୋଗୁଁ ଦେବଗଡ଼ ସହର ସମେତ ସାରା ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ଗତ ଡିସେମ୍ବର ମାସ ୧୫ ତାରିଖ ଠାରୁ ଦେବଗଡ଼ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଧାନ ବିକ୍ରି ପାଇଁ ଜିଲ୍ଲାରେ ୧୯ ହଜାର ୭୭ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି । ହେଲେ ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ମିଲର୍ସମାନଙ୍କ ମନମାନି ଯୋଗୁଁ ଚାଷମାନଙ୍କ ଧାନ ଠିକ ସମୟରେ ଉଠି ନପାରି ମଣ୍ଡିରେ ପଡ଼ି ରହୁଛି । ଫଳରେ ଚାଷୀମାନେ ଉପଯୁକ୍ତ ସମୟରେ ଧାନ ବିକ୍ରି କରି ନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- ମଣ୍ଡି ସମସ୍ୟା ନେଇ ଆଜି 12 ଘଣ୍ଟିଆ କଳାହାଣ୍ଡି ବନ୍ଦ

ସେହିପରି ଠିକ ସମୟରେ ଜିଲ୍ଲାର ସମସ୍ତ ପ୍ୟାକ୍ସରେ ଟାର୍ଗେଟ ଠିକ ସମୟରେ ଆସୁନଥିବା ଯୋଗୁଁ ଚାଷୀମାନେ ୨୦ ଦିନ ବିଳମ୍ବରେ ଧାନ ବିକ୍ରି କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିସହ ଧାନ ମଣ୍ଡିରେ ମିଲର୍ସମାନେ ସାଢେ ତିନି କିଲୋ ପର୍ଯ୍ୟନ୍ତ କଟନୀ ଛଟନୀ ବାଧ୍ୟତାମୂଳକ କରୁଛନ୍ତି । ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ତେଣୁ ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି ।

ଇଟିଭି ଭାରତ, ଦେବଗଡ

Last Updated : Jan 16, 2024, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.