ETV Bharat / state

ଦେବଗଡ଼ରେ କଂଗ୍ରେସର 60 ଘଣ୍ଟିଆ ଅନଶନ ସତ୍ୟାଗ୍ରହ, ତ୍ରୁଟିପୂର୍ଣ୍ଣ ହାଇଟେକ ସର୍ଭେକୁ ବାତିଲ ଦାବି

author img

By ETV Bharat Odisha Team

Published : Dec 5, 2023, 7:16 AM IST

କଂଗ୍ରେସ ପକ୍ଷରୁ ତିନିଦଫା ଦାବି ନେଇ ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ 60 ଘଣ୍ଟିଆ ଅନଶନ ସତ୍ୟାଗ୍ରହ । ତ୍ରୁଟିପୂର୍ଣ୍ଣ ହାଇଟେକ ସର୍ଭେକୁ ବାତିଲ ଦାବି । ଅଧିକ ପଢ଼ନ୍ତୁ

ଦେବଗଡ଼ରେ କଂଗ୍ରେସର 60 ଘଣ୍ଟିଆ ଉପବାସ ସତ୍ୟାଗ୍ରହ, ତ୍ରୁଟିପୂର୍ଣ୍ଣ ହାଇଟେକ ସର୍ଭେକୁ ବାତିଲ ଦାବି

ଦେବଗଡ଼: ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ତିନିଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 60 ଘଣ୍ଟିଆ ଅନଶନ ସତ୍ୟାଗ୍ରହ ଆରମ୍ଭ ହୋଇଯାଇଛି । ସୋମବାର ସକାଳ 10ଟା ସମୟରେ ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ସେମ୍‌ ହେମ୍ବ୍ରମଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ତିନିଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 60 ଘଣ୍ଟିଆ ଅନଶନ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । କଂଗ୍ରେସ ପକ୍ଷରୁ ତିନିଦଫା ଦାବି ଗୁଡିକ ହେଲା - ଜିଲ୍ଲାରେ ହୋଇଥିବା ତ୍ରୁଟିପୂର୍ଣ୍ଣ ହାଇଟେକ ସର୍ଭେ କୁ ବାତିଲ କରି ପୁନର୍ବାର ସର୍ଭେ କରାଯିବା , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ସମୟ ଧରି ଖୋଲା ଥିବା 147ଟି ଡାକ୍ତର ପଦବୀକୁ ପୁରଣ କରାଯିବା ଏବଂ ଜିଲ୍ଲାରେ ତୁରନ୍ତ ଧାନମଣ୍ଡିଗୁଡ଼ିକ ଖୋଲାଯାଇ ଚାଷୀଙ୍କ ଧାନ କ୍ରୟ କରାଯିବା ।

ଏହା ମଧ୍ୟ ପଢନ୍ତୁ... ରାଜ୍ୟରେ ବଢୁଛି ବେକାରୀ ସମସ୍ୟା, ଛାତ୍ର କଂଗ୍ରେସର ନିଯୁକ୍ତି କ୍ରାନ୍ତି ବିକ୍ଷୋଭ

ଉକ୍ତ ତିନିଦଫା ଦାବି ପୂରଣ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ସରକାର ଏଦିଗରେ କୌଣସି ପଦକ୍ଷେପ ନେଇନଥିବାରୁ ଏହାକୁ ପ୍ରତିବାଦ କରି ଜିଲ୍ଲା କଂଗ୍ରେସ ପକ୍ଷରୁ 60 ଘଣ୍ଟିଆ ଉପବାସ ସତ୍ୟାଗ୍ରହ ଆରମ୍ଭ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ହୋଇଥିବା ତ୍ରୁଟିପୂର୍ଣ୍ଣ ହାଇଟେକ ସର୍ଭେ ଯୋଗୁଁ ବହୁ ସଂଖ୍ୟାରେ ଚାଷୀ ପରିବାର ଙ୍କ ଜମିର ପରିମାଣ କମିଯାଇଛି । ଅନେକ ଚାଷୀ ସେମାନଙ୍କ ଜମି ହରାଇଛନ୍ତି । ଅଧିକାଂଶ କ୍ଷେତ୍ରରେ ଜମିର ମାଲିକାନା ସତ୍ତ୍ବେ କିସମ ପରିବର୍ତ୍ତନ ହୋଇଯାଇଥିବାରୁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀକ୍ଷେତ୍ରରେ ତୁଳସୀ ଯାତ୍ରା କରି ଗର୍ଜିଲା କଂଗ୍ରେସ; 'ରାଜ୍ୟବାସୀଙ୍କ ଦାବି ପୂରଣ ନହେଲେ ହେବ ତୀବ୍ର ଆନ୍ଦଳନ'

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜିକୁ ଦୀର୍ଘବର୍ଷ ହେଲା 147ଟି ଡାକ୍ତର ଓ ବିଶେଷଜ୍ଞ ପଦବୀ ଖାଲି ପଡ଼ିଥିବାରୁ ଲୋକେ ଚିକିତ୍ସା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଜିଲ୍ଲାରେ ଧାନମଣ୍ଡି ଖୋଲିବାରେ ପ୍ରଶାସନ ଅହେତୁକ ବିଳମ୍ବ କରୁଥିବାରୁ ଚାଷୀମାନେ ଦଲାଲଙ୍କ ହାତରେ ଧାନ ଟେକିଦେଇ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ଅନଶନ ସତ୍ୟାଗ୍ରହ ଜାରି ରହିବ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.