ETV Bharat / state

ଦୁଇଟି ବେଡକୁ ନେଇ ଚାଲିଛି ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ରୋଗୀ ସେବା ବାଧାପ୍ରାପ୍ତ

ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବାଧାପ୍ରାପ୍ତ । ଅସନ୍ତୋଷ ପ୍ରକାଶ କଲେ ନିଆଳିବାସୀ । ଅଧିକ ପଢନ୍ତୁ

author img

By

Published : Oct 23, 2022, 4:57 PM IST

Updated : Oct 23, 2022, 9:50 PM IST

ଦୁଇଟି ବେଡକୁ ନେଇ ଚାଲିଛି ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଦୁଇଟି ବେଡକୁ ନେଇ ଚାଲିଛି ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ରୋଗୀ ସେବା ବାଧାପ୍ରାପ୍ତ

ନିଆଳି: ଦୁଇଟି ବେଡକୁ ନେଇ ଚାଲିଛି ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (patient services are interrupted in Niali ) । ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଅଞ୍ଚଳରେ ।

ଦୁଇଟି ବେଡକୁ ନେଇ ଚାଲିଛି ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର

ସୂଚନା ଅନୁଯାୟୀ, ପୂର୍ବରୁ କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩୦ଟି ବେଡରେ ରୋଗୀ ସେବା ଯୋଗାଉଥିଲା ଏହି ସ୍ବାସ୍ଥ୍ୟକେନ୍ଦ୍ର । କିନ୍ତୁ ପରେ ୨୦୨୧ ମସିହାରେ ରାଜ୍ୟ ସରକାର ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୧୦୦ ଶଯ୍ୟା ବିଶିଷ୍ଟ ଘୋଷଣା କରିଥିଲେ । ପାଖାପାଖି ୬ କୋଟି ୫୬ ଲକ୍ଷ ୨୮ ହଜାର ଟଙ୍କାରେ ଏକ ୪ ମହଲା ବିଶିଷ୍ଟ ନୂତନ କୋଠାକୁ ଚଳିତ ବର୍ଷ ଜାନୁଆରୀ ମାସରୁ ନିର୍ମାଣ କାର୍ଯ୍ୟ ହୋଇଥିଲା । ଏହି କାର୍ଯ୍ଯ ଚଳିତ ବର୍ଷ ଡିସେମ୍ବର ମାସରେ ଶେଷ ହେବା କଥା କିନ୍ତୁ ଆଜି ଯାଏଁ ତାହା ଶେଷ ହୋଇପାରିଲା ନାହିଁ ।

ମେଡିକାଲ କାର୍ଯ୍ୟ କେବେ ଶେଷ ହେବ ଏନେଇ ଅନିଶ୍ଚିତତା ଦେଖାଦେଇଛି ।‌ ନିଆଳି ଭଳି ଅଞ୍ଚଳରେ ନୂତନ ମେଡିକାଲ ନିର୍ମାଣ କାର୍ଯ୍ୟ ପୂର୍ବରୁ ଲକ୍ଷାଧିକ ରୋଗୀମାନଙ୍କ ପାଇଁ ନିଆଳି ପ୍ରଶାସନ, କଟକ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କିପରି ବିକଳ୍ପ ବ୍ୟବସ୍ଥା କଲେ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି । ଦୁଇଟି ବେଡ୍‌କୁ ନେଇ ନିଆଳି, କଣ୍ଟାପଡ଼ା, ନିମାପଡ଼ା ବ୍ଲକର ସାଧାରଣ ଜନତାଙ୍କ ପାଇଁ କିପରି ଚାଲିଛି ସ୍ବାସ୍ଥ୍ୟସେବା ତାହା ସହଜ ଅନୁମାନ କରି ହେଉଛି । ନିଆଳି ଅଞ୍ଚଳରେ ଏଭଳି ରୋଗୀ ସେବାକୁ ନେଇ ଅଞ୍ଚଳବାସୀ ଏବଂ ରୋଗୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପୂର୍ବପରି ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରୋଗୀ ଆସ୍ଥା ତୁଟାଇ ବିଭିନ୍ନ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କଲେଣି ।‌ ଏହି ସବୁ ସମସ୍ୟା ଭିତରେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ବିଲ୍ଡିଂ କାର୍ଯ୍ୟ କେବେ ସରିବ ଏବଂ ରୋଗୀ କେବେ ସେବା ପାଇବେ ପାରିବେ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।‌ ସ୍ବାସ୍ଥ୍ୟ ସେବାକୁ ନେଇ ଏକ ଆନ୍ଦୋଳନ ମୁଣ୍ଡ ଟେକିବା ପାଇଁ ନିଆଳିବାସୀ ସଜବାଜ ହେଲେଣି।

ଇଟିଭି ଭାରତ, ନିଆଳି

Last Updated : Oct 23, 2022, 9:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.