ETV Bharat / state

ବସ-ଟ୍ରକ ମୁହାଁମୁହିଁ ଧକ୍କା, 15 ଆହତ - ୧୨୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା

ଦେବଗଡର ବାରକୋଟ ବ୍ଲକ ୧୨୩ ନମ୍ବର ଜାତୀୟ ରାଜପଥ ଖୁଲୁଣ୍ଡିପାଣି ଗାଁ ନିକଟରେ ଏକ ବସ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଏ ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର। ଅଧିକ ପଢନ୍ତୁ...

ବସ-ଟ୍ରକ ମୁହାଁମୁହିଁ ଧକ୍କା, 15 ଆହତ
ବସ-ଟ୍ରକ ମୁହାଁମୁହିଁ ଧକ୍କା, 15 ଆହତ
author img

By

Published : Jan 10, 2020, 6:22 PM IST

ଦେବଗଡ଼: ଜିଲ୍ଲାର ବାରକୋଟ ବ୍ଲକ ଅଧିନସ୍ଥ ଖୁଲୁଣ୍ଡିପାଣି ନିକଟରେ ଏକ ବସ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଏ ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି। ଆହତ ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ବାରକୋଟ ଓ ଦେବଗଡ଼ ଡାକ୍ତରଖାନାକୁ ପଠାଯାଇଛି।

ଶକ୍ରବାର ସକାଳେ ଏକ ବସ ରାଉରକେଲାରୁ ଅନୁଗୁଳ ଅଭିମୁଖେ ଯାଉଥିଲା। ୧୨୩ ନମ୍ବର ଜାତୀୟ ରାଜପଥ ଖୁଲୁଣ୍ଡିପାଣି ଗାଁ ନିକଟରେ ଅପର ପକ୍ଷରୁ ଆସୁଥିବା ଏକ ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ବସରେ ଥିବା ପ୍ରାୟ ୬୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୪ ଜଣ ଯାତ୍ରୀ ଗୁରୁତର ହୋଇ ପଡିଥିବାରୁ ସେମାନଙ୍କୁ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ-ଟ୍ରକ ମୁହାଁମୁହିଁ ଧକ୍କା, 15 ଆହତ

ବସ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏ ଦୁର୍ଘଟଣା ପରେ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଥିବା ଜଣାପଡିଛି। ଏ ଦୁର୍ଘଟଣା ସମ୍ପର୍କରେ ବାରକୋଟ ପୋଲିସ ଖବର ପାଇବା ଏ ଘଟଣାର ତଦନ୍ତ କରୁଛି।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

Intro:ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଏକ ବାସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଏଥିରେ ୧୫,ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେଥି ମଧ୍ୟରୁ ୪ ଜଣ ଯାତ୍ରୀ ଗୁରୁତର ଥିବା ଜଣାଯାଇଛି । ଆହତ ମାନଙ୍କୁ ବାରକୋଟ ଓ ଦେବଗଡ଼ ଡାକ୍ତରଖାନା କୁ ପଠାଇ ଦିଆଯାଇଛି ।

Body:ପ୍ରାପ୍ତ ସୂଚନା ଅନୁଯାୟୀ , ଆଜି ସକାଳେ ସାରଳା ନାମକ ଏକ ଯାତ୍ରୀବାହୀ ବସ ରାଉଲକେଲା ରୁ ଅନୁଗୁଳ ଅଭିମୁଖେ ଯାଉଥିଲା ବେଳେ ୧୨୩ ନମ୍ବର ଜାତୀୟ ରାଜପଥ ଖୁଲୁଣ୍ଡିପାଣି ଗାଁ ନିକଟରେ ଅପର ପକ୍ଷରୁ ଆସୁଥିବା ଏକ ମାଲବାହୀ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସ ରେ ଥିବା ପ୍ରାୟ ୬୦ ଜଣ ଯାତ୍ରୀ ଙ୍କ ମଧ୍ୟରୁ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କୁ ବାରକୋଟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ ୪ ଜଣ ଯାତ୍ରୀ ଗୁରୁତାର ଥବାରୁ ସେମାନଙ୍କୁ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Conclusion:ବସ ଡ୍ରାଇଭର ର ବେପରୁଆ ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ ପ୍ରକାଶ କରିଛନ୍ତି । ଦୁର୍ଘଟଣା ପରେ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ଥିବା ଜଣାଯାଇଛି। ଘଟଣା ସମ୍ପର୍କରେ ବାରକୋଟ ଥାନା ପୋଲିସ ଖବର ପାଇ ଅଧିକ ତଦନ୍ତ ଚଳାଇଛି ।

Byte 1 - ବାବୁ ସିଂ ( ସୁପରିଟେଣ୍ଡେଣ୍ଟ , ବାରକୋଟ ଡାକ୍ତରଖାନା )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.