ETV Bharat / state

ଅଧାପନ୍ତରିଆ ପୋଲ ନିର୍ମାଣ କାର୍ଯ୍ୟ, ତେଜୁଛି ଜନ ଅସନ୍ତୋଷ - ଦେବଗଡ ଖବର

ବିତିଯାଇଛି ବର୍ଷ ପରେ ବର୍ଷ , ହେଲେ ପୋଲ ନିର୍ମାଣ କାର୍ଯ୍ୟ ସରିବାର ନାଁ ନେଉନାହିଁ । ଟେଣ୍ଡର ଚୁକ୍ତିନାମା ଅନୁଯାୟୀ ନିର୍ମାଣ କାର୍ଯ୍ୟ ସମାପ୍ତ ହେବାର ନିର୍ଦ୍ଧାରିତ ସମୟ କେବେ ଠାରୁ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେବଗଡ଼ ଜିଲ୍ଲାର ରିଆମାଳ ଓ ତିଳେଇବଣି ବ୍ଲକର 5 ଖଣ୍ଡ ପଞ୍ଚାୟତବାସିନ୍ଦା । ଅଧିକ ପଢନ୍ତୁ...

Bridge constuction work is incomplete
ଅଧାପନ୍ତରିଆ ପୋଲ ନିର୍ମାଣ କାର୍ଯ୍ୟ, ତେଜୁଛି ଜନ ଅସନ୍ତୋଷ
author img

By

Published : May 31, 2020, 6:45 PM IST

ଦେବଗଡ: ଲୋକଙ୍କ ଯାତାୟତ ବ୍ୟବସ୍ଥାକୁ ସୁଗମ କରିବା ଲକ୍ଷ୍ୟରେ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ବର୍ଷ ପରେ ବର୍ଷ ବିତିଯାଉଛି, କିନ୍ତୁ ସରୁନି ପୋଲ ନିର୍ମାଣ କାର୍ଯ୍ୟ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଛେପଲିପାଲି ପଞ୍ଚାୟତ ଅନ୍ତର୍ଗତ ଶୁଳିଆ ଗାଁରେ ।

ଅଧାପନ୍ତରିଆ ପୋଲ ନିର୍ମାଣ କାର୍ଯ୍ୟ, ତେଜୁଛି ଜନ ଅସନ୍ତୋଷ

ଉକ୍ତ ଗାଁରେ ଥିବା ଗୋହିରା ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ 3 କୋଟି 21 ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ସରକାର । ଏଥିପାଇଁ ଗତ 2017 ମସିହାରେ ଦେବଗଡ଼ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଟେଣ୍ଡର ମଧ୍ୟ ଡକାଯାଇଥିଲା । ଏହି ଟେଣ୍ଡରଟି ଦେବଗଡ଼ ଜିଲ୍ଲାର ତୁଳସୀ କନଷ୍ଟ୍ରକସନ ନାମକ ଠିକାସଂସ୍ଥା ପାଇଥିଲା । ଟେଣ୍ଡର ଚୁକ୍ତିନାମା ଅନୁଯାୟୀ, ଏହି ପୋଲ ନିର୍ମାଣ କାର୍ଯ୍ୟ ଗତ 2017 ମସିହା ଅକ୍ଟୋବର 25 ତାରିଖ ଦିନ ଆରମ୍ଭ ହୋଇ ଗତ 2019 ମସିହା ଅକ୍ଟୋବର 24 ତାରିଖ ଦିନ ସମାପ୍ତ ହେବାର ଥିଲା । ମାତ୍ର ବିଡ଼ମ୍ବନାର ବିଷୟ ଯେ, ଏହି କାର୍ଯ୍ୟଟି ସମାପ୍ତ ହେବାର ନିର୍ଦ୍ଧାରିତ ସମୟ ଠାରୁ ଦୀର୍ଘ ଆଠମାସ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟଟି ଅଦ୍ୟାବଧି ସମାପ୍ତ ହେବାର ନାଁ ନେଉନାହିଁ । ସମ୍ପୃକ୍ତ ଠିକାସଂସ୍ଥାର ଖାମଖିଆଲି ମନୋଭାବ ସାଙ୍ଗକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପଯୁକ୍ତ ତଦାରଖ ଅଭାବ ପାଇଁ କାର୍ଯ୍ୟଟି ନିର୍ଦ୍ଧାରିତ ସମୟରେ ସମାପ୍ତ ହୋଇପାରି ନଥିବା ସାଧାରଣରେ ଅଭିଯୋଗ ହୋଇଛି ।

Bridge constuction work is incomplete
ଅଧାପନ୍ତରିଆ ପୋଲ ନିର୍ମାଣ କାର୍ଯ୍ୟ, ତେଜୁଛି ଜନ ଅସନ୍ତୋଷ
Bridge constuction work is incomplete
ଅଧାପନ୍ତରିଆ ପୋଲ ନିର୍ମାଣ କାର୍ଯ୍ୟ, ତେଜୁଛି ଜନ ଅସନ୍ତୋଷ

ଅନ୍ୟପକ୍ଷରେ ଗୋହିରା ନଦୀ ଅତିକ୍ରମ କରି ପ୍ରତିଦିନ ଜିଲ୍ଲାର ରିଆମାଳ ଓ ତିଳେଇବଣି ବ୍ଲକର ଛେପଲିପାଲି, ନୂଆଡିହି, ଗୁଣ୍ଡିଆପାଲି, ଖିଲେଇ ଓ ରଞ୍ଜଣା ଆଦି 5 ଖଣ୍ଡ ପଞ୍ଚାୟତର ଲୋକେ ଦେବଗଡ଼ ସଦର ମହକୁମାକୁ ଯାତାୟତ କରିଥାନ୍ତି । ମାତ୍ର ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା ଓ ଚଳିତ ବର୍ଷ ବର୍ଷାଋତୁ ପୂର୍ବରୁ ଏହି ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ ହେବାର କୌଣସି ଲକ୍ଷଣ ଜଣାପଡୁନଥିବାରୁ ଏନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି ।

ତେଣୁ ଲୋକଙ୍କ ଯାତାୟତ ସମସ୍ୟାକୁ ଦୃଷ୍ଟିରେ ରଖି ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପ୍ତ କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.