ETV Bharat / state

Deogarh MLA Arrest Row: ସୁବାସ ପାଣିଗ୍ରାହୀଙ୍କ ଗିରଫକୁ ଅଗଣତାନ୍ତ୍ରିକ କହିଲା BJP

author img

By

Published : May 3, 2022, 4:28 PM IST

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କଲା ବିଜେପି । ଏହାକୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ କହିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ

Deogarh MLA Arrest Row: ସୁବାସ ପାଣିଗ୍ରାହୀଙ୍କ ଗିରଫକୁ ଅଗଣତାନ୍ତ୍ରିକ କହିଲା ବିଜେପି

ଦେବଗଡ: ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ନେଇ ବିଜେପି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ଏହି ପରିପ୍ରେକ୍ଷୀରେ ଅଭିଯୋଗକାରୀ ବିଡିଓଙ୍କ ଗିରଫ ଦାବି ଏବଂ ବିଧାୟକଙ୍କ ଗିରଫ ପ୍ରତିବାଦରେ ଗତକାଲି(ସୋମବାର) ୧୨ ଘଣ୍ଟିଆ ଦେବଗଡ ବନ୍ଦ ପାଳନ ହୋଇଥିଲା । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ଗତକାଲି ଦେବଗଡ ଗସ୍ତ କରିଥିଲେ । ସେ ଗିରଫ ପରେ ମେଡିକାଲରେ ଚିକିତ୍ସିତ ହେଉଥିବା ବିଧାୟକଙ୍କୁ ସାକ୍ଷାତ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାପରେ ଦେବଗଡ଼ ବନ୍ଦ ପାଳନ କରୁଥିବା ବିଜେପି କର୍ମୀଙ୍କୁ ଭେଟି ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ସନ୍ଧ୍ୟାରେ ସମୀର ବିଧାୟକ ସୁବାସଙ୍କ ବାସଭବନରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏକ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ ।

ଏହାମଧ୍ୟ ପଢନ୍ତୁ:BDOଙ୍କୁ ମାଡ ମାରି ବନ୍ଧା ହେଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ

ଏହି ସମୟରେ ସମୀର ମହାନ୍ତି ବିଜେପି ବିଧାୟକଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିଥିଲେ । ସେ କହିଥିଲେ, ''ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ସମ୍ପର୍ଣ୍ଣ ଅଗଣତାନ୍ତ୍ରିକ । ରାଜ୍ୟରେ ଶାସକ ଦଳ ବିଜେଡି ବିରୋଧୀଙ୍କୁ ବାରମ୍ବାର ଟାର୍ଗେଟ କରି ଏକପ୍ରକାର ଦମନ ଲୀଳା ଚଳାଇଛି । ଜନସାଧାରଣ ଏହାର ଉଚିତ ଜବାବ ଦେବେ । ବିଧାୟକଙ୍କ ଗିରଫ ପ୍ରତିବାଦରେ ଆଗାମୀ ଦିନରେ ଜନ ଆନ୍ଦୋଳନ ଆହୁରି ତୀବ୍ରତର ହେବ'' । ଏହାପୂର୍ବରୁ ଗତକାଲି(ସୋମବାର) ଦେବଗଡ ବିଧାୟକଙ୍କ ଗିରଫଦାରୀକୁ ନେଇ ବିଜେପିର ୧୨ ଜଣ ବିଧାୟକ ପୋଲିସ ମୁଖ୍ୟାଳୟରେ ପୋଲିସ ଡ଼ିଜି ସୁନୀଲ ଵଂଶଲଙ୍କୁ ଭେଟିଥିଲେ । ସେମାନେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଥିଲେ ।

ଦେବଗଡରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.