ଦେବଗଡ: ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷ ପଦବୀଟି ପୁଣିଥରେ ବିଜେଡି ଦଖଲକୁ ଯାଇଛି । ବିଜେଡି ପ୍ରାର୍ଥୀନୀ ତଥା ବିଶିଷ୍ଟ ଶିକ୍ଷାବିତ ଶାନ୍ତି ମଞ୍ଜରୀ ଦେଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀନୀ ବାମଣ୍ଡା ରାଜ ପରିବାର ସଦସ୍ୟା ମାଧବୀ କୁମାରୀ ଦେବୀଙ୍କ ଠାରୁ 428 ଖଣ୍ଡ ଅଧିକ ଭୋଟ ପାଇଁ ନିର୍ବାଚିତ ହୋଇଛନ୍ତି ।
ସେହିପରି ମୋଟ 11ଟି ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ୱାର୍ଡ ମେମ୍ବର ପଦବୀ ମଧ୍ୟରେ ବିଜେପି ପ୍ରାର୍ଥୀ ଛଅଟି ୱାର୍ଡ ଅକ୍ତିଆର କରିଥିବା ବେଳେ ବିଜେଡି ପ୍ରାର୍ଥୀ ଚାରୋଟି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଅକ୍ତିଆର କରିଛନ୍ତି । ଏକ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀନୀ ପ୍ରମିଳା ବେହେରା , ଦୁଇ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ଆଚାର୍ଯ୍ୟ ,ତିନି ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀନୀ ବାସନ୍ତୀ ମଣୀ ମାଝୀ , ଚାରି ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ପ୍ରଜିତ କୁମାର ଭୋଜ ଓ ପାଞ୍ଚ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ଯତିନ କୁମାର ନାୟକ ବିଜୟୀ ହୋଇଛନ୍ତି ।
ସେହିପରି ଛଅ ନମ୍ବର ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ଧର୍ମେନ୍ଦ୍ର କୁମାର ଦେବତା ବିଜୟୀ ହୋଇଥିବା ବେଳେ ସାତ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ପିଙ୍କିରାଣୀ ସାହୁ , ଆଠ ନମ୍ବର ୱାର୍ଡ ରେ ବିଜେପି ପ୍ରାର୍ଥୀ ମଧୁସୂଦନ ବାଘ , ନଅ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀନୀ ସରୋଜିନୀ ମୁଣ୍ଡା , ଦଶ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀନୀ ଇତିଶ୍ରୀ ମିଶ୍ର ଓ ଏଗାର ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ କାର୍ତ୍ତିକ ମହାକୁଳ ବିଜୟୀ ହୋଇଛନ୍ତି । ଚଳିତ ପୌର ନିର୍ବାଚନରେ କଂଗ୍ରେସ ଦଳ ଶୋଚନୀୟ ପରାଜୟ ବରଣ କରିଥିବା ବେଳେ ଗୋଟିଏ ବି ୱାର୍ଡରେ ଖାତା ଖୋଲି ପାରିନାହିଁ ।
ଦେବଗଡ଼ରୁ ସରୋଜ ଶତପଥି , ଇଟିଭି ଭାରତ