ETV Bharat / state

କୋରୋନା ନିୟମକୁ ଶ୍ରମିକଙ୍କ ସମ୍ମାନ: କାମବେଳେ ରଖିଲେ ସାମାଜିକ ଦୂରତା, ପିନ୍ଧିଲେ ମାସ୍କ - Awareness workers are working with masks

ସଚେତନ ଶ୍ରମିକର ଉଦାହରଣ ଦେଲେ ଦେବଗଡ ଜିଲ୍ଲା ଶିବପାଲି ଗାଁରେ କାର୍ଯ୍ୟରତ ଶ୍ରମିକ । ସଂକ୍ରମଣ ଏଡାଇବାକୁ ଏହି ଗରିବ ଓ ଶ୍ରମିକ ଶ୍ରେଣୀଙ୍କ ନିକଟରେ ଦେଖିବାକୁ ମିଳିଲା ସଚେତନାର ନିଚ୍ଛୁକ ଉଦାହରଣ । ଅଧିକ ପଢନ୍ତୁ...

ମାସ୍କ ଓ ସାମାଜିକ ଦୂରତା ସହ ଉନ୍ନୟନ କାର୍ଯ୍ୟ କରୁଛନ୍ତି ସଚେତନ ଶ୍ରମିକ

author img

By

Published : Jun 29, 2020, 10:08 AM IST

ଦେବଗଡ: କୋରୋନା ସଂକ୍ରମଣକୁ ନେଇ ଏମାନେ ଦେଲେ ସଚେତନତାର ନିଚ୍ଛୁକ ଉଦାହରଣ । ପରସ୍ପର ଠାରୁ ସାମାଜିକ ଦୂରତା ରକ୍ଷା କରିବା ସହ ସମସ୍ତଙ୍କ ମୁହଁରେ ଥିଲା ମାସ୍କ । ପୋଖରୀ ଖନନରେ ନିୟୋଜିତ ଥିବା ଶ୍ରମିକମାନେ କୋରୋନା ଗାଇଡଲାଇନ ମାନି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଗରିବ ଓ ଶ୍ରମିକଶ୍ରେଣୀର ହୋଇ ମଧ୍ୟ କୋରୋନାକୁ ନେଇ ଏମାନେ କେତେ ସତର୍କ ଓ ସଜାଗ ଏହି ଠାରୁ ହିଁ ଜଣାପଡିଛି ।

ମାସ୍କ ଓ ସାମାଜିକ ଦୂରତା ସହ ଉନ୍ନୟନ କାର୍ଯ୍ୟ କରୁଛନ୍ତି ସଚେତନ ଶ୍ରମିକ

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କେଲଡା ପଞ୍ଚାୟତ ପକ୍ଷରୁ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ଏକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି । ଶିବପାଲି ଗାଁରେ ପୋଖରୀ ଖନନ କାର୍ଯ୍ୟରେ 100 ଜଣ ପୁରୁଷ ଓ ମହିଳା ଶ୍ରମିକ ନିୟୋଜିତ ହୋଇଛନ୍ତି । ସମସ୍ତେ ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧି କାମରେ ଲାଗିଥିଲେ । ଦେଶ ତଥା ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢିବାରେ ଲାଗିଛି, ତାହାକୁ ଦେଖି ଏମାନେ ସମସ୍ତ ସତର୍କତା ଅବଲମ୍ବନ କରିଥିବାର ଦେଖିବାକୁ ମିଳିଛି ।

ସେପଟେ, ରାଜ୍ୟ ତଥା ଦେଶରେ ଏମିତି କିଛି ଅମାନିଆ ଲୋକେ ଅଛନ୍ତି, ଯାହାଙ୍କ ପାଇଁ ସଂକ୍ରମଣ ଦିନକୁ ଦିନକୁ ବଢିବାରେ ଲାଗିଛି । ବାରମ୍ବାର ପ୍ରଶାସନ ପକ୍ଷରୁ ସଜାଗ ଓ ସତର୍କତା ନେଇ ସଚେତନା କରାଯାଉଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.