ETV Bharat / state

ପଥରମାଡ କରି ଲୁଟୁଥିଲେ ATM, ଗୃହରକ୍ଷୀଙ୍କ ପାଇଁ ପଣ୍ଡ ଯୋଜନା - Home Guard

ATM ଲୁଟକୁ ପଣ୍ଡ କଲେ ଦୁଇ ଗୃହରକ୍ଷୀ । ଲୁଟ ସମୟରେ ଗୃହରକ୍ଷୀଙ୍କ ଚିତ୍କାର ଶୁଣି ଚାରିଜଣ ଲୁଟେରା ପଥର ଫୋପାଡ଼ି ଆକ୍ରମଣ କରୁଥିବା ବେଳେ ପାଲଟା ଆକ୍ରମଣ କରି ଲୁଟେରାଙ୍କୁ ଜବାବ ଦେଲେ । ଅଧିକ ପଢନ୍ତୁ...

ଗୃହରକ୍ଷୀଙ୍କ ତତ୍ପରତା ଯୋଗୁଁ ପଣ୍ଡ ହେଲା ATM ଲୁଟ୍

author img

By

Published : Jun 28, 2021, 3:57 PM IST

ଦେବଗଡ଼: ପଣ୍ଡ ହେଲା ATM ଲୁଟ୍ । ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗାଁରେ ରାତିରେ ଡ୍ୟୁଟି କରୁଥିବା ଦୁଇଜଣ ଗୃହରକ୍ଷୀଙ୍କ ତତ୍ପରତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ପଣ୍ଡ ହୋଇଛି ଏକ ବଡ ଧରଣର ATM ଲୁଟ । ସୂଚନାନୁଯାୟୀ ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗାଁ ସ୍ଥିତ 49 ନମ୍ବର ଜାତୀୟ ରାଜପଥ କଡ଼ରେ ୟୁନିୟନ ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କର ରହିଛି ଦୁଇଗୋଟି ଏଟିଏମ ।

ଗୃହରକ୍ଷୀଙ୍କ ତତ୍ପରତା ଯୋଗୁଁ ପଣ୍ଡ ହେଲା ATM ଲୁଟ୍

ସୋମବାର ରାତ୍ର ପ୍ରାୟ 1ଟା ସମୟରେ ଏକ ବୋଲେରୋ ଗାଡିରେ ଚାରିଜଣ ଦୁର୍ବୃତ୍ତ ଆସି ଉକ୍ତ ଦୁଇଗୋଟି ATMରେ ପଶି ପ୍ରଥମେ ସିସିଟିଭି କ୍ୟାମେରା ଭାଙ୍ଗିବା ସହ ଏଟିଏମ ମେସିନକୁ ଭାଙ୍ଗି ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ । ATM ମେସିନ ଭଙ୍ଗାଯାଉଥିବା ଶବ୍ଦ ଶୁଣି କଣ୍ଢଳ ଗାଁରେ ରାତ୍ର କାଳୀନ ଡ୍ୟୁଟି କରୁଥିବା ଦାମୋଦର ସାହୁ ଓ ଜଗବନ୍ଧୁ ବାଘ ନାମକ ଦେବଗଡ଼ ଥାନାର ଦୁଇଜଣ ଗୃହରକ୍ଷୀ ସେଠାକୁ ଯାଇ ଲୁଟେରାଙ୍କୁ ପ୍ରତିରୋଧ କରିଥିଲେ ।

ଗୃହରକ୍ଷୀଙ୍କ ଚିତ୍କାର ଶୁଣି ଚାରିଜଣ ଲୁଟେରା ସେମାନଙ୍କ ଉପରକୁ ପଥର ଫୋପାଡ଼ି ଆକ୍ରମଣ କରିଥିଲେ । ମାତ୍ର ନିଜ ଜୀବନକୁ ପାଣି ଛଡାଇ ଗୃହରକ୍ଷୀ ମାନେ ମଧ୍ୟ ଲୁଟେରାଙ୍କ ଉପରକୁ ପଥର ଫୋପାଡ଼ି ପାଲଟା ଆକ୍ରମଣ କରିଥଲେ । ତେବେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗି ରହିବାରୁ ଶେଷରେ କୌଣସି ଉପାୟ ନପାଇ ଚାରିଜଣ ଲୁଟେରା ସେଠାରୁ ବୋଲେରୋ ଯୋଗେ ବାରକୋଟ ଅଭିମୁଖେ ଫେରାର ହୋଇ ଯାଇଥିଲେ ।

ଲୁଟେରା ମାନେ ଦୁଇଟି ଏଟିଏମ ମେସିନ ଭାଙ୍ଗି ଦେଇଥିଲେ ସୁଦ୍ଧା ଗୃହରକ୍ଷୀଙ୍କ ତତ୍ପରତା ଯୋଗୁଁ ଟଙ୍କା ଲୁଟ କରିବାରେ ବିଫଳ ହୋଇଥିଲେ ଲୁଟେରା । ଏନେଇ ସୋମବାର ସକାଳ ସମୟରେ ଘଟଣା ସ୍ଥଳରେ ଦେବଗଡ଼ ପୋଲିସ ଏବଂ ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀ ମାନେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି ।

ଏପର୍ଯ୍ୟନ୍ତ ଲୁଟେରାଙ୍କ ସନ୍ଧାନ ମିଳିପାରିନଥିବା ନେଇ ସୂଚନା ମିଳିଛି । ଗୃହରକ୍ଷୀଙ୍କ ତତ୍ପରତା ଓ ଉପସ୍ଥିତ ବୁଦ୍ଧି କାରଣରୁ ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କ ଏଟିଏମ ଲୁଟ ହେବାରୁ ବର୍ତ୍ତିଯାଇଥିବା ବେଳେ, ଗୃହରକ୍ଷୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଦେବଗଡ଼ରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.