ETV Bharat / state

ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ

author img

By

Published : Aug 17, 2023, 11:59 AM IST

Updated : Aug 17, 2023, 12:07 PM IST

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଛନ୍ତି ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ତାଙ୍କର ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ

Ambulance worker
Ambulance worker

ଦେବଗଡ: ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଛନ୍ତି ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏହି ଘଟଣା । ଦେବଗଡ ଜିଲ୍ଲା ତିଳେଇବଣି ଅନ୍ତର୍ଗତ ଗୋହିରା ଡ୍ୟାମ ନୂଆସାହି ଅଞ୍ଚଳର କୃପାସିନ୍ଧୁ ମହାକୁଳ ନାମକ ଜଣେ ବ୍ୟକ୍ତିଙ୍କ ୧୩ ବର୍ଷୀୟ ପୁଅ ଗୋବିନ୍ଦ ମହାକୁଳ ସିକଲ୍ ସେଲ୍ ଏବଂ ଦୁର୍ବଳତାରେ ପୀଡ଼ିତ ହୋଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଏମ.ମୁର୍ମୁ ରୋଗୀଙ୍କ ପିତାମାତାଙ୍କୁ ତୁରନ୍ତ ବି ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ନଚେତ ରୋଗୀଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିବ ବୋଲି ସେ ଜଣାଇଥିଲେ । ଏହି ସମୟରେ ହସ୍ପିଟାଲ ବ୍ଲଡବ୍ୟାଙ୍କରେ ଉକ୍ତ ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ତେଣୁ ରୋଗୀଙ୍କ ପିତାମାତା ଅସହାୟ ହୋଇ ପଡ଼ିଥିଲେ ।

ସମାନ ସମୟରେ ସେହି ହସ୍ପିଟାଲରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସର ହେଲପର୍ ବିଜୟ କିଷାନ ଏହି ରୋଗୀଙ୍କ ସଂକ୍ରାନ୍ତରେ ସୂଚନା ପାଇଥିଲେ ଏବଂ ରୋଗୀଙ୍କ ପିତାମାତା ତାଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ସୌଭାଗ୍ୟବଶତଃ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ବି ' ପଜିଟିଭ ଥିଲା । ତେଣୁ ଏହି ୧୩ ବର୍ଷୀୟ ନାବାଳକଙ୍କ ଜୀବନ ରକ୍ଷା କରିବା ପାଇଁ ବିଜୟ ତୁରନ୍ତ ଆଗେଇ ଆସିଥିଲେ ଏବଂ ଉକ୍ତ ରୋଗୀଙ୍କୁ ଯାଇ ରକ୍ତଦାନ କରିଥିଲେ । ତାଙ୍କର ଏହି ମହାନତା ଯୋଗୁଁ ଆଜି ଏକ ନିରୀହ ତଥା ବହୁମୂଲ୍ୟ ଜୀବନ ବଞ୍ଚିଯାଇଥିବା ବେଳେ ପୁଅକୁ ଫେରି ପାଇ ପରିବାର ମୁହଁରେ ହସ ଫୁଟି ଉଠିଛି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା: ଭାରରେ ବୋହି ପ୍ରସୂତି ମହିଳାଙ୍କୁ ପହଞ୍ଚାଇଲେ ଡାକ୍ତରଖାନାରେ

ପ୍ରକାଶ ଥାଉକି, ସେହିପରି ଗତ ମାସରେ ବାଲେଶ୍ବର ସିମୁଳିଆ ବ୍ଲକ ଅଧୀନ ଇଶ୍ବରପୁର ଗ୍ରାମରରେ ଜଣେ ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ନେଇ ମେଡିକାଲରେ ପହଞ୍ଚାଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । ଗ୍ରାମର ବରେନ୍ଦ୍ର ବେହେରା କ୍ୟାନ୍ସର ରୋଗରେ ପୀଡିତ ଥିଲେ । ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା କାରଣରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ନିକଟସ୍ଥ ଡାକ୍ତରଖାନାରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଇଶ୍ୱରପୁର ଗ୍ରାମ ଅଭିମୁଖେ ବାହାରିଯାଇଥିଲା । ମାତ୍ର ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୧ କି.ମି ଦୂରରେ ଅଟକି ରହିଥିଲା । ପରେ ୧୦୮ ଆମ୍ବୁଲାନ୍ସ ଇଏମଟି ବିଜୟୀ କିସନ ସେନ୍ଦ୍‌, ଡ୍ରାଇଭର ଗୟାଧର ଦାସ ଏବଂ ପ୍ରଶାନ୍ତ କୁମାର ବେହେରା ଏକ ଷ୍ଟ୍ରେଚର ଧରି ଯାଇ ରୋଗୀଙ୍କ ନିକଟରେ ପହଞ୍ଚି ଯାଇଥିଲେ । ଏହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ପରିବାର ଲୋକଙ୍କ ସହାୟତାରେ ରୋଗୀଙ୍କୁ ଷ୍ଟ୍ରେଚରରେ ୧ କି.ମି ରାସ୍ତା ଚାଲି ଚାଲି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ।

ଇଟିଭି ଭାରତ ଦେବଗଡ

Last Updated : Aug 17, 2023, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.