ETV Bharat / state

ବ୍ୟାଙ୍କ ଖାଇଗଲା ଟଙ୍କା ! ୧୫ବର୍ଷ ହେଲା ଟଙ୍କା ଫେରି ପାଉନାହାନ୍ତି ଜମାକାରୀ

author img

By ETV Bharat Odisha Team

Published : Sep 12, 2023, 8:27 PM IST

Updated : Sep 13, 2023, 1:08 PM IST

ଦୀର୍ଘ ୧୫ ବର୍ଷ ହେଲାଣି ଜମା ଟଙ୍କା ଫେରି ପାଉନାହାନ୍ତି ଦେବଗଡ଼ ଝରାଗୋଗୁଆ ସ୍ଥିତ ଏସଡିସିସି ମିନି ବ୍ୟାଙ୍କ ଜମାକାରୀ । 5T ସଚିବଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲେ ବି ଏଯାବତ ମିଳିନି ସୁଫଳ । ଅଧିକ ପଢନ୍ତୁ

Etv Bharat
Etv Bharat
ବ୍ୟାଙ୍କ ଖାଇଗଲା ଟଙ୍କା !

ଦେବଗଡ଼: ବ୍ୟାଙ୍କ ଖାଇଗଲା ଜମାକାରୀଙ୍କ ଟଙ୍କା । ଲକ୍ଷାଧିକ ଜମାଟଙ୍କା ଧରି ରାତାରାତି ଛୁ ମାରିଲେ ସେକ୍ରେଟାରୀ । ନିଜ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିଥିବା ଗରିବ ଜମାକାରୀ ବ୍ୟାଙ୍କରୁ ନିଜନିଜ ଜମା ଟଙ୍କା ଫେରସ୍ତ ପାଇବାକୁ ଆଜକୁ ଦୀର୍ଘ ୧୫ ବର୍ଷ ହେଲା ଚାତକ ଭଳି ଚାହିଁ ରହିଛନ୍ତି । ସେପଟେ ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ କରିବା ଦିଗରେ ବ୍ୟାଙ୍କ କତ୍ତୃପକ୍ଷ କୌଣସି ପଦକ୍ଷେପ ନନେଇ ଚୁପ ବସିଥିବା ଜମାକାରୀଙ୍କ ଅଭିଯୋଗ । ବିପର୍ଯ୍ୟସ୍ତ ବ୍ୟାକିଂ ବ୍ୟବସ୍ଥାର ଏମିତି ନଗ୍ନ ଚିତ୍ର ଜିଲ୍ଲାର ତିଲେଇବଣି ବ୍ଲକ ଝରାଗୋଗୁଆ ସ୍ଥିତ ଏସଡିସିସି ମିନି ବ୍ୟାଙ୍କରେ ଦେଖିବାକୁ ମିଳିଛି ।

ଝରାଗୋଗୁଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଏସଡିସିସି (ସମ୍ବଲପୁର ଜିଲ୍ଲା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ) ଅଞ୍ଚଳର ଗରିବ ଚାଷୀ ମୂଲିଆ ଓ ଖଟିଖିଆ ଲୋକେ ଖାତା ଖୋଲି ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ସଞ୍ଚୟ କରି ଆସୁଥିଲେ । ମାତ୍ର ଏହି ବ୍ୟାଙ୍କଟି ଆଜକୁ ଦୀର୍ଘ ୧୫ ବର୍ଷ ହେଲା ବନ୍ଦ ହୋଇପଡ଼ିଛି । ଫଳରେ ଏଥିରେ ଅର୍ଥଜମା ରଖିଥିବା ଝରାଗୋଗୁଆ ଓ ପାରପୋଷି ପଞ୍ଚାୟତର ଝରାଗୋଗୁଆ, ରାଇତାଳ, ଫୁଲପଥରଖୋଲ, ତିଳେଇମାଲ, ଗଇଲୋ, ଡୁରିଜଙ୍ଗଲ, ହରିଡ଼ାବାହଲ ଆଦି ୧୦ ଖଣ୍ଡ ଗ୍ରାମର ଆଦିବାସୀ ଶ୍ରେଣୀର ଶହଶହ ଗରିବ ଚାଷୀ, ଖଟିଖିଆ ଶ୍ରେଣୀର ଜମାକାରୀ ସେମାନଙ୍କ ସଞ୍ଚୟ ଅର୍ଥ ଆଉ ଫେରସ୍ତ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ବି ପଢନ୍ତୁ- ବ୍ୟାଙ୍କ ଖାଇଗଲା ଜମାକାରୀଙ୍କ ଟଙ୍କା, 12 ବର୍ଷ ହନ୍ତସନ୍ତ ଜମାକାରୀ

ଗତ 2୦୦୮ ମସିହାରେ ଏହି ବ୍ୟାଙ୍କରେ ଘଟିଥିଲା ଏକ ମହା ଦୁର୍ନୀତି । ଏଠାରେ ଅବସ୍ଥାପିତ ଥିବା ତତ୍କାଳୀନ ସେକ୍ରେଟାରୀ ପୂର୍ଣ୍ଣଚନ୍ଦ୍ର ମାଝୀ ବ୍ୟାଙ୍କରୁ ଜମାକାରୀଙ୍କ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ କରି କୁଆଡେ ଫେରାର ହୋଇଯାଇଥିଲେ । ଏହି ଅର୍ଥ ଆତ୍ମସାତ ଘଟଣା ଜଣାପଡିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ବ୍ୟାଙ୍କରେ ତାଲା ପକାଇଥିଲେ । ସମ୍ପୃକ୍ତ ସେକ୍ରେଟାରୀଙ୍କୁ ବିଭାଗୀୟ କର୍ତ୍ତୃପକ୍ଷ ନିଲମ୍ବିତ କରି ଘଟଣାକୁ ଚପାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଅର୍ଥ ଆତ୍ମସାତ ଘଟଣାର ତଦନ୍ତ କଣ ହେଲା, ତାହା ଆଜି ଯାଏଁ ମଧ୍ୟ କାହାକୁ ଜଣାନାହିଁ ।

ସେହିଦିନଠାରୁ ଏଯାବତ ୧୫ ବର୍ଷ ହେଲା ତଦନ୍ତ ଆଳରେ ବ୍ୟାଙ୍କଟି ବନ୍ଦ କରିଦିଆଯାଇଛି । ଫଳରେ ଏହି ଉପାନ୍ତ ଅଞ୍ଚଳର ଶହଶହ ସଂଖ୍ୟାରେ ଗରିବ ଚାଷୀ ଓ ଖଟିଖିଆ ଲୋକେ ନିଜ କଷ୍ଟ ଉପାର୍ଜିତ ଜମାଟଙ୍କା ଫେରସ୍ତ ପାଇନାହିଁନ୍ତି । ଜମାକାରୀମାନେ ଆଜକୁ ଦୀର୍ଘ ୧୫ ବର୍ଷହେଲା ଏହି ବ୍ୟାଙ୍କକୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଲେଣି । ଜମାକାରୀମାନେ ଦେବଗଡ଼ ଜିଲ୍ଲାପାଳଙ୍କ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ତଦନ୍ତ ଚାଲିଛି କହି ବ୍ୟାଙ୍କ କର୍ତ୍ତୃପକ୍ଷ ଦିନ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- ମ୍ୟାଚୁରିଟି ଟଙ୍କା ଫେରାଉନି ସାହାରା, ଅଫିସରେ ତାଲା ପକାଇଲେ ଜମାକାରୀ

ଗତ କିଛିଦିନ ପୂର୍ବରୁ 5T ସଚିବଙ୍କ ଦେବଗଡ଼ ଜିଲ୍ଲା ଗସ୍ତ ଅବସରରେ ଜମାକାରୀମାନେ ଏ ସମ୍ପର୍କରେ ଲିଖିତ ଭାବେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁଣିଥରେ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ସହ ମୋଟ ଜମାଟଙ୍କାର ଆକଳନ ଓ ସ୍ପେଶାଲ ଅଡିଟ ବ୍ୟବସ୍ଥା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି ବୋଲି କୋପରେଟିଭ ସୋସାଇଟି ସହକାରୀ ନିବନ୍ଧକ ନିମାଇଁ ଚରଣ ନାୟକ ପ୍ରକାଶ କରିଛନ୍ତି । ତେବେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏହି ପ୍ରକ୍ରିୟା ଆଉ କେତେବର୍ଷ ଲାଗିବ ଓ ଜମାକାରୀ ସେମାନଙ୍କ ଜମାଟଙ୍କା କେବେ ଫେରସ୍ତ ପାଇବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଦେବଗଡ଼

Last Updated : Sep 13, 2023, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.