ETV Bharat / state

ଯାହା ପାଇଁ ଜେଲରେ ସଜ୍ଜା କାଟୁଥିଲେ, ତା ମଥାରେ ସିନ୍ଦୁର ଦେଲେ ଦୁଷ୍କର୍ମ ଅଭିଯୁକ୍ତ

author img

By

Published : May 24, 2023, 10:50 AM IST

ପ୍ରେମ ସମ୍ପର୍କ ପରେ ଦୁଷ୍କର୍ମ ଅଭିଯୋଗରେ ୪ ବର୍ଷ ହେବ ଜେଲରେ ସଜା କାଟୁଥିଲେ ଯୁବକ । ଏବେ ପୋଲିସର ସହଯୋଗରେ ଉଭୟ ପରିବାରର ସହମତିକ୍ରମେ ଉଭୟ ପ୍ରେମୀଯୁଗଳଙ୍କର ବିବାହ ହୋଇଛି । ଅଧିକ ପଢ଼ନ୍ତୁ

ଦୁଷ୍କର୍ମ ପୀଡ଼ିତାଙ୍କୁ ବିବାହ କଲେ ଜେଲରେ ଥିବା ଅଭିଯୁକ୍ତ

ଦେବଗଡ଼: ପ୍ରଥମେ ପ୍ରେମ ସମ୍ପର୍କ ପରେ ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ଯୁବକ । ଦୀର୍ଘ ୪ ବର୍ଷ ଜେଲରେ ରହିବା ପରେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସ ଓ ଜେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବିବାହ କଲେ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାରେ । ଜେଲ କର୍ତ୍ତୃପକ୍ଷ ଓ ପୋଲିସ ବିଭାଗର ସହଯୋଗ ଓ ଉପସ୍ଥିତିରେ ମନ୍ଦିରରେ ସମ୍ପନ୍ନ ହୋଇଛି ବିବାହ କାର୍ଯ୍ୟ । ଉକ୍ତ ବିବାହକୁ ଉଭୟ ପରିବାର ଖୁସିରେ ଗ୍ରହଣ କରିଥିବା ବେଳେ ଆପୋଷ ବୁଝାମଣା ସମ୍ଭବ ହୋଇ ପାରିଛି ।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ ମସିହାରେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଶଖଳିଆ ଗ୍ରାମର ମହି ଶବରଙ୍କ ପୁଅ ବଇକୁଳି (୨୬)ଙ୍କ ସହିତ ସେହି ଗ୍ରାମର ଜନୈକା ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମ ସମ୍ପର୍କ ପରେ ଉଭୟଙ୍କ ମଧ୍ୟରେ ବିବାହ ନେଇ ସହମତି ପ୍ରକାଶ ପାଇବା ପରେ ସେମାନଙ୍କର ବିବାହ ପାଇଁ କିନ୍ତୁ ଉଭୟଙ୍କ ପରିବାର ଲୋକ ରାଜି ହୋଇନଥିଲେ । ଏହାପରେ ଯୁବତୀଙ୍କ ବାପା ତାଙ୍କ ଝିଅଙ୍କୁ ବଇକୁଳି ଦୁଷ୍କର୍ମ କରିଥିବା ନେଇ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବଇକୁଳିକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ତେବେ ଦୀର୍ଘ ୪ ବର୍ଷ ପରେ ବିବାହ ନେଇ ଉଭୟ ପରିବାର ଆଗ୍ରହ ପ୍ରକାଶ ପାଇଥିଲା । ୪ ବର୍ଷ ଜେଲରେ ବିଚାରଧୀନ କଏଦୀ ଭାବେ ରହିଥିବା ବଇକୁଳି ସହିତ ପୀଡ଼ିତାଙ୍କ ବିବାହ ହୋଇଛି ।

ଦେବଗଡ଼ ସ୍ବତନ୍ତ୍ର ଜେଲ କର୍ତ୍ତୃପକ୍ଷ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଗତକାଲି(ମଙ୍ଗଳବାର) ସ୍ଥାନୀୟ ଗୋକର୍ଣ୍ଣେଶ୍ବର ମନ୍ଦିରରେ ଏହି ବିବାହ କରାଯାଇଛି । ପାରମ୍ପାରିକ ରୀତିନୀତି ଅନୁଯାୟୀ ଉଭୟ ପରିବାର, ଜେଲ କର୍ତ୍ତୃପକ୍ଷ ଓ ପୋଲିସଙ୍କ ଉପସ୍ଥିତିରେ ଠାକୁରଙ୍କୁ ସାକ୍ଷୀ ରଖି ପ୍ରେମୀ ଯୁଗଳ ପରସ୍ପରଙ୍କୁ ବରଣମାଳା ଦେଇ ବିବାହ କରିଛନ୍ତି । ଏହା ପୂର୍ବରୁ ସରକାରୀ ନିୟମ ମୁତାବକ ଦେବଗଡ଼ ରେଜେଷ୍ଟ୍ରି କାର୍ଯ୍ୟାଳୟରେ ମଧ୍ୟ ଏହି ବିବାହ କରାଯାଇଛି । ଏହି ବିବାହକୁ ଉଭୟ ପରିବାର ଲୋକେ ଗ୍ରହଣ କରିବା ସହିତ ସହ ଖୁସିରେ ମିଠା ବଣ୍ଟନ କରିଥିଲେ । ପୋଲିସର ସହଯୋଗ ଓ ଆପୋଷ ବୁଝାମଣା ପ୍ରୟାସ ସଫଳ ହୋଇଥିବାରୁ ଦୀର୍ଘ ସମୟ ଧରି ଦୁଇଟି ପରିବାର ମଧ୍ୟରେ ଦେଖାଦେଇଥିବା ବିବାଦର ଅବସାନ ହେବା ସଙ୍ଗେସଙ୍ଗେ ଏହି ପ୍ରେମୀ ଯୁଗଳ ପୁଣିଥରେ ପରସ୍ପରଙ୍କୁ ଜୀବନସାଥୀ ଭାବେ ପାଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.