ETV Bharat / state

ମରଣଯନ୍ତା ଜାତୀୟ ରାଜପଥ: ପାଠପଢାରୁ ବଞ୍ଚିତ 40ରୁ ଊର୍ଦ୍ଧ୍ବ ପିଲାଏଁ - ମରଣାଯନ୍ତା ଜାତୀୟ ରାଜପଥ

ପାଠପଢା ପାଇଁ ବାଧକ ସାଜିଛି ଜାତୀୟ ରାଜପଥ । ଫଳରେ 40ରୁ ଊର୍ଦ୍ଧ୍ବ ପିଲାଏଁ ଏବେ ସ୍କୁଲ ଯିବାରୁ ବଞ୍ଚିତ ଅଛନ୍ତି । ଦେବଗଡ଼ରୁ ରାଉରକେଲା ଅଭିମୁଖେ ଯାଇଥିବା ୨୩ ନମ୍ବର ଜାତୀୟ ରାଜପଥ କଡରେ ରହିଥିବା ଖୁଲୁଣ୍ଡିପାଣି ଗାଁର ପିଲାଏ ଏବେ ଶିକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚିତ । ଅଧିକ ପଢନ୍ତୁ...

ମରଣଯନ୍ତା ଜାତୀୟ ରାଜପଥ, ପାଠପଢାରୁ ବଞ୍ଚିତ 40ରୁ ଊର୍ଦ୍ଧ୍ବ ପିଲାଏ

author img

By

Published : Feb 1, 2020, 8:58 AM IST

ଦେବଗଡ: ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ ଖୁଲୁଣ୍ଡିପାଣି ଗାଁ । ଆଦିବାସୀ ଅଧ୍ୟୁଷିତ ଏହି ଗାଁର ପିଲାଏଁ ଏବେ ଶିକ୍ଷାଗତ ଅଧିକାରରୁ ବଞ୍ଚିତ । 30ଟି ଆଦିବାସୀ ପରିବାରର ପ୍ରାୟ 40ଟି ପିଲା ପାଠପଢାରୁ ବଞ୍ଚିତ ଥିବାବେଳେ, ଜିଲ୍ଲା ପ୍ରଶାସନଙ୍କ ଆନ୍ତରିକତା ଅଭାବ ତଥା ଉଦାସୀନତା ସଫା ସଫା ବାରି ହୋଇପଡୁଛି । ନଚେତ ଶିକ୍ଷାଭଳି ମୌଳିକ ସୁବିଧାରୁ ଏମାନେ ବଞ୍ଚିତ ହୋଇନଥାନ୍ତେ ।

ଦେବଗଡ଼ରୁ ରାଉରକେଲା ଅଭିମୁଖେ ଯାଇଥିବା ୨୩ ନମ୍ବର ଜାତୀୟ ରାଜପଥ କଡରେ ରହିଛି ଖୁଲୁଣ୍ଡିପାଣି ଗାଁ । ଯେଉଁଠି ପ୍ରତିଦିନ ଯା’ଆସ କରୁଛି ବଡବଡ ଗାଡି । ଆଉ ଏହି ବିପଦଶଙ୍କୁଳ ରାସ୍ତା ଦେଇ ଗଲେ ଯିବାକୁ ପଡେ ସ୍କୁଲ । ହେଲେ ଏପରି ବ୍ୟସ୍ତବହୁଳ ରାସ୍ତାରେ ସ୍କୁଲ ଯିବାକୁ ପିଲାଏ ଭୟ କରୁଥିବାବେଳେ, ଅଭିଭାବକ ମଧ୍ୟ ସୁରକ୍ଷିତ ମଣୁନାହାଁନ୍ତି । ଫଳରେ ଖୁଲୁଣ୍ଡିପାଣିର ଗାଁର 6ରୁ 14 ବର୍ଷର ପିଲାଙ୍କ ଭବିଷ୍ୟତ ଯେମିତି ମଝି ରାସ୍ତାରେ ଅଟକି ରହିଛି ।

ମରଣଯନ୍ତା ଜାତୀୟ ରାଜପଥ, ପାଠପଢାରୁ ବଞ୍ଚିତ 40ରୁ ଊର୍ଦ୍ଧ୍ବ ପିଲାଏ

ଗାଁର ଆଖପାଖ ଅଞ୍ଚଳରେ ପ୍ରାଥମିକ ସ୍କୁଲ ନଥିବାରୁ 4 କିମି ଦୂର ଖୁଲୁଣ୍ଡିକୁଦର ଆଶ୍ରମ ପ୍ରାଥମିକ ସ୍କୁଲ ଯିବାକୁ ପଡେ । ଆଉ ଜାତୀୟ ରାଜପଥରେ ଦିନକୁ ଦିନ ଯାନବାହନ ସଂଖ୍ୟା ବୃଦ୍ଧି ପାଇବା ସହ ଦୁର୍ଘଟଣା ଅଭିଭାବକଙ୍କ ମନରେ ଛନକା ପଶାଇଛି । ତେବେ ପୂର୍ବରୁ ଏ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ଅଟୋ ଯୋଗାଇ ଦିଆଯାଇ ପିଲାଙ୍କୁ ସ୍କୁଲ ନେବା ଆଣିବା କରୁଥିଲା । ହେଲେ କୌଣସି କାରଣରୁ ଏହା ବନ୍ଦ ହୋଇଯିବା ପରେ ଆଉ ଏଥିପ୍ରତି ଦୃଷ୍ଟି ଦେଲା ନାହିଁ ପ୍ରଶାସନ । ଫଳରେ ଏ ସମସ୍ୟାକୁ ଦେଖି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଦାବି କରୁଆସୁଛନ୍ତି ଗ୍ରାମବାସୀ ।

ସେପଟେ, ଏନେଇ ଆମ ପ୍ରତିନିଧି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ସହ ଯୋଗଯୋଗ କରିଥିଲେ । ସେ ଏହି ଘଟଣାରେ ଅବଗତ ଥିବାବେଳେ, ତୁରନ୍ତ ପିଲା କିଭଳି ସ୍କୁଲ ଯିବେ, ସେନେଇ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.