ETV Bharat / state

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକ ମୃତ - elecelectric transformer

ଦୀର୍ଘ ଦିନ ଧରି ଏକ ଖୋଲା ପଡିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ବିଦ୍ୟୁତ ବିଭାଗକୁ ଦୋଷ ଦେଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକ ମୃତ

author img

By

Published : Jul 7, 2020, 11:02 AM IST

ଦେବଗଡ: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ଦେବଗଡ ଥାନା ଅଧିନ କାଲକାଟ ଗାଁରେ । ଆଜି(ମଙ୍ଗଳବାର) ସକାଳୁ ଗାଁରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଯିବାରୁ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକ ମୃତ

କାଲକାଟ ଗାଁ କିଷାନ ସାହିରେ ଦୀର୍ଘଦିନରୁ ଏକ ଖୋଲା ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଥିଲା । ଯେଉଁଥିରେ ମଙ୍ଗଳବାର ଜଣେ ଯୁବକ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଯୁବକ ଜଣକ କାହିଁକି ଟ୍ରାନ୍ସଫର୍ମରକୁ ସ୍ପର୍ଶ କଲେ, ଏହାର କାରଣ ଜଣା ପଡ଼ିନାହିଁ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ, ବିଦ୍ୟୁତ ଭିଭାଗର ଅବହେଳା କାରଣରୁ ବିଦ୍ୟୁତ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ହେବ ଏପରି ଖୋଲା ହୋଇ ପଡ଼ିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.