ETV Bharat / state

କାହା ସ୍ବାର୍ଥରେ ୫T ସ୍କୁଲ ? ଖର୍ଚ୍ଚ ହେଲାଣି କୋଟିଏ, ପିଲା ନାହାନ୍ତି ଗୋଟିଏ - ୫T  ସ୍ମାର୍ଟ ସ୍କୁଲ ରୂପାନ୍ତରଣ

ରାଜ୍ୟ ସରକାରଙ୍କ ୫T ସ୍କୁଲର ଅସଲ ଚିତ୍ର । ୨୦୧୬ରୁ ନିର୍ମାଣ ହୋଇଥିବା ସ୍କୁଲକୁ କାର୍ଯ୍ୟକ୍ଷମ ନକରି ୫T  ସ୍ମାର୍ଟ ସ୍କୁଲରେ ରୂପାନ୍ତର କରାଗଲା । ହେଲେ ସ୍କୁଲକୁ କାର୍ଯ୍ୟକ୍ଷମ କରିବାକୁ ଭୁଲିଗଲା ପ୍ରଶାସନ । ଅଧିକ ପଢ଼ନ୍ତୁ

5t smart school in deogarh
ଦେବଗଡ଼ରେ ୫T ସ୍କୁଲର ଅସଲ ଚିତ୍ର
author img

By

Published : Apr 12, 2023, 8:57 PM IST

ଦେବଗଡ଼ରେ ୫T ସ୍କୁଲର ଅସଲ ଚିତ୍ର

ଦେବଗଡ଼: ଚିକ୍ ଚିକ୍ କରୁଛି ସରକାରଙ୍କ ୫T ସ୍ମାର୍ଟ ସ୍କୁଲ । ସ୍କୁଲ ପାଚେରୀରେ ଶୋଭା ପାଉଛି ଭଳିକି ଭଳି ରଙ୍ଗୀନ ଚିତ୍ର । ସ୍କୁଲ କୋଠରୀରେ ପିଲାଙ୍କ ପାଇଁ ରହିଛି ସ୍ମାର୍ଟ କ୍ଲାସରୁମ, ସାଇନ୍ସ ଲେବରଟାରୀ, କମ୍ପ୍ୟୁଟର, ଏଲସିଡି ବୋର୍ଡ ଏବଂ ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ଶିକ୍ଷା ଉପକରଣ । ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବାକୁ ସରକାର କୋଟିକୋଟି ଟଙ୍କା ବ୍ୟୟକରି ଏହି ବିଦ୍ୟାଳୟକୁ ୫T ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରିଛନ୍ତି ସତ, ହେଲେ ସ୍କୁଲରେ ନା ଅଛନ୍ତି ଛାତ୍ରଛାତ୍ରୀ ନା ଅଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ମୋଟାମୋଟି ଭାବେ କହିବାକୁ ଗଲେ, ସ୍କୁଲଟି ଗତ 2016 ମସିହାରେ ନିର୍ମାଣ ହେବା ପରଠାରୁ ଆଜିଯାଏ ଦିନକ ପାଇଁ ବି ଖୋଲିନାହିଁ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ରେଙ୍ଗାତା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୫T ବ୍ୟବସ୍ଥାର ଅସଲ ଚିତ୍ର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗତ 2016ରେ ସରକାରଙ୍କ ଶିକ୍ଷା ବିଭାଗ ରେଙ୍ଗାତା ଗ୍ରାମରେ ନିର୍ମାଣ କରିଥିଲା ରେଙ୍ଗାତା ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ଏଥିରେ ସରକାରଙ୍କ ରାଜକୋଷରୁ ବ୍ୟୟ ହୋଇଥିଲା ପ୍ରାୟ 60 ଲକ୍ଷ ଟଙ୍କା । ବିଡମ୍ବନା ଯେ , ବିଦ୍ୟାଳୟଟି ନିର୍ମାଣ ହେବା ପରଠାରୁ ଗୋଟିଏ ଦିନ ପାଇଁ ବି ଖୋଲି ପାରିଲା ନାହିଁ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଓ ଅପାରଗତା କାରଣରୁ ଛାତ୍ରଛାତ୍ରୀ ଏଠାରେ ପାଠ ପଢିବାରୁ ବଞ୍ଚିତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ କଥା ଏତିକିରେ ସରିଲା ନାହିଁ, ଗତ 2021ରେ ସରକାରଙ୍କ ୫T ସ୍ମାର୍ଟ ସ୍କୁଲ ରୂପସନ୍ତରିତ କାର୍ଯ୍ୟକ୍ରମରେ ଏହି ସ୍କୁଲଟି ସାମିଲ ହେଲା ।

ସ୍କୁଲ ରୂପାନ୍ତରିତରେ ସରକାରୀ ରାଜକୋଷରୁ ପାଖାପାଖି 80 ଲକ୍ଷ ଟଙ୍କା ବ୍ୟୟ ହେଲା । ସ୍କୁଲର ମଡେଲ ସମ୍ପୂର୍ଣ୍ଣ ଉଚ୍ଚକୋଟୀର ହେବା ସହ ସ୍କୁଲରେ ଖଞ୍ଜା ହେଲା ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ଶିକ୍ଷା ଉପକରଣ । ଗତ ଜାନୁଆରୀ 27 ତାରିଖ ଦିନ ସ୍ମାର୍ଟ ସ୍କୁଲଟିକୁ ଦେବଗଡ଼ ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ, ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଉଦଘାଟିତ କରିଥିଲେ । ମାତ୍ର ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ ହେଲା, ଉଦଘାଟନ ପରେ ବି ସ୍କୁଲଟି କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ଏଠାରେ ପିଲାଙ୍କ ନାମଲେଖା କାର୍ଯ୍ୟକ୍ରମ ଏଯାଏଁ ହୋଇପାରୁନାହିଁ । ନିର୍ମାଣ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସ୍କୁଲଟି ଅପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ଏଠାରେ ଥିବା ଲକ୍ଷାଧିକ ଟଙ୍କାର ଶିକ୍ଷା ଉପକରଣ କାମରେ ନଆସି ଅଯଥା ନଷ୍ଟ ହେଉଛି ।

ଏନେଇ ଗ୍ରାମବାସୀ କହିଛନ୍ତି, "ବହୁ ବର୍ଷ ହେଲା ମହାସିନ୍ଧୁ ଗ୍ରାମରେ ରେଙ୍ଗାତା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନାମରେ ଏକ ବିଦ୍ୟାଳୟ ଚାଲୁଛି । ରେଙ୍ଗାତା ଗ୍ରାମରେ ଥିବା ୫T ସ୍ମାର୍ଟ ସ୍କୁଲ ପାଇଁ ଆବଶ୍ୟକ ଛାତ୍ରଛାତ୍ରୀ ନଥିବା ଆଳ ଦେଖାଇ ଜିଲ୍ଲା ଶିକ୍ଷା ବିଭାଗ ସ୍କୁଲଟିକୁ କାର୍ଯ୍ୟକ୍ଷମ କରୁନାହାନ୍ତି । ଗତ କିଛିମାସ ପୂର୍ବରୁ ରେଙ୍ଗାତା ଗ୍ରାମବାସୀ ନବନିର୍ମିତ ୫T ସ୍କୁଲ କାର୍ଯ୍ୟକ୍ଷମ କରିବା ପାଇଁ ଦେବଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦାବି କରିଥିଲେ । ଏଠାରେ ପାଠ ପଢିବା ପାଇଁ ଆଗ୍ରହୀ ପିଲାଙ୍କ ତାଲିକା ଦେଲେ ସ୍କୁଲଟି ଖୋଲିବା ପାଇଁ ଗ୍ରାମବାସୀଙ୍କୁ ଶିକ୍ଷା ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । ଇତିମଧ୍ୟରେ ଅଷ୍ଟମରୁ ଦଶମ ଶ୍ରେଣୀରେ ପାଠ ପଢିବା ପାଇଁ ଆଗ୍ରହୀ 75 ଜଣ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହମତି ଥିବା ତାଲିକା ପ୍ରସ୍ତୁତ କରି ଦିଆଯାଇଛି । ଏହାସତ୍ତ୍ୱେ ସ୍କୁଲଟି ଖୋଲିବା ଦିଗରେ ଶିକ୍ଷା ବିଭାଗ କୌଣସି ନିଷ୍ପତ୍ତି ନେଉନାହିଁ ।"

ଏନେଇ ଗ୍ରାମବାସୀ ଆନ୍ଦୋଳନ ପନ୍ଥା ଗ୍ରହଣ କରି ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି । ରେଙ୍ଗାତା ଗ୍ରାମ ସ୍ଥିତ ୫T ସ୍ମାର୍ଟ ସ୍କୁଲ ସାମ୍ନାରେ ଗ୍ରାମର ଶତାଧିକ ମହିଳା ପୁରୁଷ ଏବଂ କୁନିକୁନି ଛାତ୍ରଛାତ୍ରୀ ହାତରେ ପ୍ଲା କାର୍ଡ ଧରି ଧାରଣା ଦେଇଛନ୍ତି । ଦାବି ହେଉଛି ଏହି ବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରାଯାଉ । ସ୍ମାର୍ଟ ସ୍କୁଲରେ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯାଉ । ତେବେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ୫T ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ କାହିଁକି ଓ କେଉଁ ହୀନ ଉଦ୍ଦେଶ୍ୟ ରେ କୌଣସି ପଦକ୍ଷେପ ନେଉନାହିଁ ? ତାହା ବୁଝାପଡୁନାହିଁ । ଯଦି ସ୍କୁଲ ଖୋଲିବାର ନଥିଲା, ତେବେ କାହିଁକି ଏଠାରେ ତିଆରି ହେଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଶିକ୍ଷା ଭିତ୍ତିଭୂମିର ବିକାଶ ତଥା ପିଲାଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସରକାରଙ୍କ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟକରି ନିର୍ମାଣ ହୋଇଥିବା ୫T ସ୍କୁଲ କାର୍ଯ୍ୟକ୍ଷମ ହେବା, ନା ମାଟିରେ ମିଶିଯିବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.