ETV Bharat / state

ତିନିମାସ ହେଲା ବିଦ୍ୟୁତସେବା ଠପ, ଅନ୍ଧାରରେ 45 ବିପିଏଲ ପରିବାର

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢ଼ାପାଳ ପଂଚାୟତର ଗମ୍ଭାରିପାଳ ଗାଁରେ ବସବାସ କରି ଆସୁଛନ୍ତି 45 ଟି ବିପିଏଲ ପରିବାର । ସମସ୍ତ ବିପିଏଲ ପରିବାରଙ୍କୁ ସରକାରଙ୍କ ରାଜୀବଗାନ୍ଧୀ ଗ୍ରାମୀଣ ବିଦ୍ୟୁତକରଣ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଇଛି ବିଦ୍ୟୁତ ସଂଯୋଗ । ମାତ୍ର ବିଡ଼ମ୍ବନାର ବିଷୟ ଯେ , ଆଜକୁ ଦୀର୍ଘ ତିନିମାସ ହେଲା ବିଦ୍ୟୁତ ସେବା ରୁ ବଞ୍ଚିତ ହୋଇ ଆସୁଛନ୍ତି ଗାଁ ର 45ଟି ବିପିଏଲ ପରିବାର । ଅଧିକ ପଢନ୍ତୁ...

ତିନିମାସ ହେଲା ବିଦ୍ୟୁତସେବା ଠପ, ଅନ୍ଧାରରେ 45 ବିପିଏଲ ପରିବାର
ତିନିମାସ ହେଲା ବିଦ୍ୟୁତସେବା ଠପ, ଅନ୍ଧାରରେ 45 ବିପିଏଲ ପରିବାର
author img

By

Published : Jul 31, 2020, 1:30 PM IST

ଦେବଗଡ଼: ଦିନେ ନୁହେଁ କି ଦୁଇଦିନ , ଆଜକୁ ଦୀର୍ଘ ତିନି ମାସ ହେଲା ବିଦ୍ୟୁତ ଖୁଣ୍ଟ ଓ ତାରକୁ ଚାହିଁ ଚାହିଁ ଦିନ କାଟୁଛନ୍ତି ରିଆମାଳ ବ୍ଲକ ଗମ୍ଭାରିପାଳ ଗାଁର 45 ଟି ବିପିଏଲ ପରିବାର । ଦୀର୍ଘ ସମୟ ଧରି ଏଠାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ ହୋଇ ପଡିଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷଙ୍କ ସେଥିପ୍ରତି ତିଳେ ହେଲେ ବି ଦୃଷ୍ଟି ଥିବା ଭଳି ମନେ ହେଉନାହିଁ ।

ତିନିମାସ ହେଲା ବିଦ୍ୟୁତସେବା ଠପ, ଅନ୍ଧାରରେ 45 ବିପିଏଲ ପରିବାର

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢ଼ାପାଳ ପଂଚାୟତର ଗମ୍ଭାରିପାଳ ଗାଁରେ ବସବାସ କରି ଆସୁଛନ୍ତି 45 ଟି ବିପିଏଲ ପରିବାର । ସମସ୍ତ ବିପିଏଲ ପରିବାରଙ୍କୁ ସରକାରଙ୍କ ରାଜୀବଗାନ୍ଧୀ ଗ୍ରାମୀଣ ବିଦ୍ୟୁତକରଣ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଇଛି ବିଦ୍ୟୁତ ସଂଯୋଗ । ମାତ୍ର ବିଡ଼ମ୍ବନାର ବିଷୟ ଯେ , ଆଜକୁ ଦୀର୍ଘ ତିନିମାସ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଆସୁଛନ୍ତି ଗାଁ ର 45ଟି ବିପିଏଲ ପରିବାର ।

ଗାଁରେ ଲାଗିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ତିନିମାସ ହେଲା ଅଚଳ ହୋଇଯିବାରୁ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ ହୋଇପଡିଛି । ବିଦ୍ୟୁତ ବିନା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଦୀର୍ଘ ସମୟ ଧରି ଅଚଳ ହୋଇପଡିଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ବଦଳାଇ ନୂତନ ଟ୍ରାନ୍ସଫର୍ମର ଲଗାଇବା ଓ ଲୋକଙ୍କୁ ନିୟମିତ ବିଦ୍ୟୁତସେବା ଯୋଗାଇଦେବା ପାଇଁ ଗ୍ରାମବାସୀ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କ ଠାରୁ ଆରମ୍ଭକରି ଦେବଗଡ଼ ଜିଲ୍ଲାପାଳ, ବିଧାୟକ ଓ ସଂସାଦଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନାହିଁ । ଫଳରେ ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଗରିବ ବିପିଏଲ ପରିବାର ଙ୍କୁ ସରକାର ବିଦ୍ୟୁତସେବା ଯୋଗାଇ ଦେଇଛନ୍ତି ସତ , ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ମାସ ମାସ ଧରି ଲୋକେ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.