ETV Bharat / state

ବଞ୍ଚିବାର ରାହା ଖୋଜୁଛନ୍ତି ଖଜୁରୀଖମଣ ଗାଁର 3 ଅସହାୟ ଭାଇଭଇଣୀ - ସରକାରୀ ସହାୟତା ମିଳୁ ନ ଥିବା ଅଭିଯୋଗ

ବଞ୍ଚିବାର ରାହା ଖୋଜୁଛନ୍ତି ଖଜୁରୀଖମଣ ଗାଁର 3 ଅସହାୟ ଭାଇଭଇଣୀ । ସରକାରୀ ସହାୟତା ମିଳୁ ନ ଥିବା ଅଭିଯୋଗ । ଅଧିକ ପଢନ୍ତୁ...

3 helpless from Khajurikhaman village are looking for a way to survive
ବଞ୍ଚିବାର ରାହା ଖୋଜୁଛନ୍ତି ଖଜୁରୀଖମଣ ଗାଁର 3 ଅସହାୟ ଭାଇଭଇଣୀ
author img

By

Published : May 8, 2020, 10:15 PM IST

ଦେବଗଡ଼: ଯେଉଁ ବୟସରେ ପାଠପଢ଼ା ଓ ଖେଳକୁଦରେ ସମୟ ବିତିବା କଥା, ସେହି ବୟସରେ ବଞ୍ଚିବା ପାଇଁ ପାଇଁ ସଂଘର୍ଷ କରୁଛନ୍ତି ଦେବଗଡ଼ ଜିଲ୍ଲା ଖଜୁରୀଖମଣ ଗାଁର 3 ଅସହାୟ ଭାଇ ଭଉଣୀ । ବଡ଼ ଭଉଣୀ ସୁକୁନିର ବୟସ ପାଖାପାଖି 16 ବର୍ଷ ହୋଇଥିବା ବେଳେ, ସାନ ଭଉଣୀ ରୀନାର ବୟସ 14 ବର୍ଷ ଓ ଭାଇ ରାହୁଲର ବୟସ 12 ହେବ । ଆଜକୁ ଛଅ ବର୍ଷ ପୂର୍ବରୁ କୌଣସି ଏକ ଅଜଣା ରୋଗରେ ପୀଡିତ ହୋଇ ମା ପୁନି ପେଣ୍ଠେଇ ଓ ବାପା ଗୋବର୍ଦ୍ଧନ ପେଣ୍ଠେଇଙ୍କ ଦେହାନ୍ତ ହୋଇ ଯାଇଛି । ପିତାମାତାଙ୍କ ଦେହାନ୍ତ ପରଠାରୁ ଏହି ତିନୋଟି ସନ୍ତାନ ହୋଇ ପଡିଛନ୍ତି ଅନାଥ । ଏମାନଙ୍କ ଲାଳନ ପାଳନ ପାଇଁ ନିଜର ବୋଲି କେହିନାହିଁ । ବିପଦ ସଙ୍କୁଳ ଅବସ୍ଥାରେ ପଡିଥିବା ନିଜ ପୈତୃକ ଝାଟିମାଟି ଅଧା ଭଙ୍ଗା କୁଡ଼ିଆରେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି ।

ବଞ୍ଚିବାର ରାହା ଖୋଜୁଛନ୍ତି ଖଜୁରୀଖମଣ ଗାଁର 3 ଅସହାୟ ଭାଇଭଇଣୀ

ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରିବାକୁ ପଡୁଛି ଏହି ତିନି ଭାଇ ଭଉଣୀଙ୍କୁ । କେବଳ ଚାଉଳ ଗଣ୍ଡାକୁ ବାଦ ଦେଲେ ନା ଏମାନଙ୍କୁ ମିଳୁଛି କୌଣସି ସରକାରୀ ସହାୟତା, ନା ମିଳୁଛି ସହଯୋଗ । ଚଳିବା ପାଇଁ କଷ୍ଟକର ହେଉଥିବାରୁ ବାଧ୍ୟହୋଇ ପର ଘରେ ମୁଲ ମଜୁରୀ କରି ଦୁଃଖକଷ୍ଟରେ ପେଟ ପୋଷୁଛନ୍ତି ଏମାନେ । ଏଭଳି ପରିସ୍ଥିତିରେ ପାଠ କଥା ବା ପଚାରେ କିଏ ?

ଏମାନଙ୍କୁ ସରକାରୀ ସହାୟତା ସହିତ ପକ୍କା ଘର ଯୋଗାଇଦେବାକୁ ଦାବି ହୋଇଆସୁଛି । ହେଲେ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି । ଅସହାୟଙ୍କୁ ସାହାରା ଦେବାପାଇଁ ସରକାର କେତେକଣ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ, ହେଲେ ଏମାନଙ୍କ ପାଇଁ ସେସବୁ ବାଟବଣା ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.