ETV Bharat / state

ଅବକାରୀ ବିଭାଗର ଚଢ଼ାଉ: 20 ଲିଟର ଦେଶୀ ମଦ ଓ ପୋଚ ଜବତ, ଜଣେ ଗିରଫ - 20 litre liquor seized

ଦେବଗଡରେ ଚୋରା ମଦ ଭାଟି ଉପରେ ଅବକାରୀ ବିଭାଗର ଚଢାଉ । 20 ଲିଟର ଦେଶୀ ରନ୍ଧା ମଦ, 200 କିଲୋ ମହୁଲ ପଚ ସମେତ ବିପୁଳ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି । ଜଣେ ଗିରଫ ।

ଅବକାରୀ ବିଭାଗ ଚଢ଼ାଉ
ଅବକାରୀ ବିଭାଗ ଚଢ଼ାଉ
author img

By

Published : Oct 25, 2020, 9:49 AM IST

ଦେବଗଡ: ଜିଲ୍ଲା ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଚୋରା ମଦ ଭାଟି ଉପରେ ଚଢାଉ । ରିଆମାଳ ଥାନା ଅନ୍ତର୍ଗତ ଘମମୁଣ୍ଡା ଗାଁ ନିକଟରେ ଚାଲିଥିବା ଏକ ଚୋରା ମଦ ଭାଟି ଉପରେ ଚଢ଼ାଉ କରାଯାଇ 20 ଲିଟର ଦେଶୀ ରନ୍ଧା ମଦ , 200 କିଲୋ ମହୁଲ ପଚ ସମେତ ବିପୁଳ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏହାସହ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ଅବକାରୀ ବିଭାଗ ଚଢ଼ାଉ: 20 ଲିଟର ଦେଶୀ ମଦ ସହ ପୋଚ ଜବତ, ଜଣେ ଗିରଫ

ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ତତ୍ତ୍ବାବଧାନରେ ଚଢାଉ କରାଯାଇଥିଲା । ବେଆଇନ କାରବାରରେ ସମ୍ପୃକ୍ତ ଥିବା ଚୁଟୁକା ଗାଁ ର ଯମୁନା ବେହେରା ନାମକ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଜିଲ୍ଲାର ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା କାରଣରୁ ଏହି ଚଢ଼ାଉ ଆଗକୁ ଜାରି ରହିବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.