ETV Bharat / state

ଦେବଗଡରେ ଅବକାରୀ ବିଭାଗ ଚଢ଼ାଉ: 2 କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ - ganja seized

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଳମ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ । 2 କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଏହି କାରବାରରେ ସମ୍ପୃକ୍ତ ଥିବା ଜଣେ ବେପାରୀକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଦେବଗଡରେ ଅବକାରୀ ବିଭାଗ ଚଢ଼ାଉ: 2 କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ

author img

By

Published : Dec 17, 2020, 9:16 PM IST

ଦେବଗଡ଼: ଜିଲ୍ଲା ବାରକୋଟ ବ୍ଲକ ବଳମ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ । 2 କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଏହି କାରବାରରେ ସମ୍ପୃକ୍ତ ଥିବା ଜଣେ ବେପାରୀକୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଦେବଗଡ଼ ଅବକାରୀ ଅଧିକ୍ଷକ ଅଜିତ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ତ୍ୱରେ ଅବକାରୀ ଟିମ ବଳମ ଗାଁରେ ଥିବା ଚା' ଦୋକାନ ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉବେଳେ ଦୋକାନରେ ଥିବା 2 କିଲୋ ଗଞ୍ଜେଇ ଜବତ କରାଯିବା ସହିତ ଏହି କାରବାରରେ ସମ୍ପୃକ୍ତ ଥିବା ଚୋରା ବେପାରୀ ସୁନୀଲ ସାହୁ (24) ନାମକ ଯୁବକକୁ ଗିରଫ କରାଯାଇଛି । ଜବତ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ 10 ହଜାର ଟଙ୍କା ହେବ ବୋଲି କୁହାଯାଉଛି ।

ଦେବଗଡରେ ଅବକାରୀ ବିଭାଗ ଚଢ଼ାଉ: 2 କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ
ଦେବଗଡରେ ଅବକାରୀ ବିଭାଗ ଚଢ଼ାଉ: 2 କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ

ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ସହ ବାରକୋଟ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ସାହୁ , ଉପ ସହକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ଶତପଥି , ଦେବଗଡ଼ କାର୍ଯ୍ୟାଳୟ କର୍ମଚାରୀ ଓ ପୋଲିସ ଉପସ୍ଥିତ ଥିଲେ । କୋଭିଡ ପରୀକ୍ଷା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.