ETV Bharat / state

ଜରିପାଲ ପାଇଁ ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ

author img

By

Published : Aug 21, 2022, 8:36 PM IST

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । ଜରିପାଲ ପାଇଁ ତହସିଲଦାରଙ୍କ ଗୋଡ଼ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ (zilla parishad member lay on tahsildar feet in Birmaharajpur )। ଅଧିକ ପଢ଼ନ୍ତୁ

zilla parishad member lay on tahsildar feet in birmaharajpur subarnapur
ଜରିପାଲ ପାଇଁ ତହସିଲଦାରଙ୍କ ଗୋଡ଼ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ

ସୁବର୍ଣ୍ଣପୁର: ଜରି ପାଲ ଖଣ୍ଡିଏ ପାଇଁ ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ (zilla parishad member lay on tahsildar feet in Birmaharajpur ) । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତହସିଲ କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଘଟିଛି । ମହାନଦୀରେ ବନ୍ୟା ଆସିବା ପରେ ବୀରମହାରାଜପୁର ତହସିଲ ଅଞ୍ଚଳରେ ବହୁ ଲୋକଙ୍କ ଘରଦ୍ବାର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି (house damaged due to flood in subarnapur) । (Subarnpur flood affected not getting assistance)ବନ୍ୟା ବିପନ୍ନ ଲୋକେଙ୍କୁ ଜରିପାଲ ନମିଳିବାରୁ ଜିଲ୍ଲା ପରିଷଦ ସଦସ୍ୟ ତହସିଲଦାରଙ୍କ ଗୋଡ଼ତଳେ ପଡ଼ିଯାଇଥିବା ଏକ ଭିଡ଼ିଓ ଦେଖିବାକୁ ମିଳିଛି ।

ଜରିପାଲ ପାଇଁ ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ

ଏହାମଧ୍ୟ ପଢ଼ନ୍ତୁ: ବନ୍ୟା ପାଣି ଘେରରେ ସୁବର୍ଣ୍ଣପୁରର ଅନେକ ତଳିଆ ଅଞ୍ଚଳ

ସୂଚନା ଅନୁସାରେ, ଖମ୍ବେଶ୍ବରୀପାଲି ଗ୍ରାମର ବନ୍ୟା ପ୍ରପୀଡ଼ିତ ଲୋକେ ତହସିଲ କାର୍ଯ୍ୟାଳୟକୁ ଜରିପାଲ ପାଇଁ ଯାଇଥିବାବେଳେ ନପାଇ ସେଠାରୁ ଫେରିଆସିଥିଲେ । ଏନେଇ ବୀରମହାରାଜପୁର ଏକ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଲବ ସାହୁକୁ ଜଣାଇଥିଲେ । ତେବେ ଲବ ସାହୁ ତହସିଲ କାର୍ଯ୍ୟାଳୟକୁ ଯାଇ ଲୋକଙ୍କୁ ଜରିପାଲ ଯୋଗାଇଦେବାକୁ ତହସିଲଦାରଙ୍କୁ ନେହୁରା ହୋଇଥିଲେ । ଏମିତିକି ତାଙ୍କ ଗୋଡ ତଳେ ପଡିଯାଇଥିବା ଦେଖିବାକୁ ମିଳିଛି । କେବଳ ତହସିଲଦାର ନୁହେଁ ଅତିରିକ୍ତ ତହସିଲଦାରଙ୍କ ଗୋଡ ଧରି ଜରିପାଲ ପାଇଁ ଗୁହାରି କରିଥିଲେ। ଭିଡି଼ଓରେ ତହସିଲଦାର କହୁଛନ୍ତି "ଆରଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ" । ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.