କଟକ: ସାମନାକୁ ଆସିଲା ଆଉ ଜଣେ ଦେବବ୍ରତଙ୍କ ଆତ୍ମହତ୍ୟା ଉଦ୍ୟମ । ତ୍ରିଶୂଳିଆ କାଠଯୋଡ଼ି ନଦୀ ଗର୍ଭକୁ ଡେଇଁଲେ ଦେବବ୍ରତ ମାଝି । ତାଙ୍କ ଘର ଭୁବନେଶ୍ବର । ନଦୀକୁ ଯୁବକ ଜଣଙ୍କ ଡେଇଁବା ଖବର ପାଇ ଘଟଣା ସ୍ଥଳରେ ଓଡ୍ରାଫ ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
ବର୍ତ୍ତମାନ ସୁଦ୍ଧା ନଦୀକୁ ଡେଇଁଥିବା ବ୍ୟକ୍ତିଙ୍କ କୌଣସି ଟେର ପାଉନି ଉଦ୍ଧାରକାରୀ ଦଳ । ଓଡ୍ରାଫ ଟିମ ଖୋଜାଖୋଜି ଜାରି ରଖିଛି । ସେ ଜଣେ ଇଞ୍ଜିନିଅର ଛାତ୍ର ହୋଇଥିବାବେଳେ ଦୀର୍ଘଦିନରୁ ଚାକିରୀ ସନ୍ଧାନରେ ଥିଲେ । ତେବେ ମାନସିକ ଭାରସାମ୍ୟ ହରାଇ ଦେବବ୍ରତ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ କରାଯାଉଛି । ସୂଚନା ଥାଉକି କିଛି ଦିନ ପୂର୍ବେ କାଠଯୋଡି ନଦୀକୁ ଦେବବ୍ରତ ନାମକ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ବଚସା ପରେ ଡେଇଁପଡି ନିଖୋଜ ହୋଇଯାଇଥିଲେ । କିଛି ଦିନ ପରେ ତାଙ୍କ ମୃତଦେହ ନିଆଳି ରହମ୍ବା ଦେବୀ ନଦୀକୂଳରୁ ମିଳିଥିଲା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ