ETV Bharat / state

ବିଭିନ୍ନ ଦାବି ନେଇ ସିଏମସି କମିଶନରଙ୍କୁ ଭେଟିଲା କଟକ ଯୁବ କଂଗ୍ରେସ - ଯୁବ କଂଗ୍ରେସ

କଟକ ସହରରେ ଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି କଟକ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଆଜି ସିଏମସି କମିଶନରଙ୍କୁ ଭେଟିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 3, 2019, 8:57 PM IST

କଟକ: କଟକ ସହରରେ ଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି କଟକ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଆଜି ସିଏମସି କମିଶନରଙ୍କୁ ଭେଟିଛନ୍ତି । ବାରବାଟୀ-କଟକର ବିଧାୟକ ମହମ୍ମଦ ମୋକିମଙ୍କ ପରାମର୍ଶ କ୍ରମେ ସେମାନେ କମିଶନକୁ ଭେଟିଥିବା କଟକ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିକି ଚକ୍ରବର୍ତ୍ତୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ ସହର ଦୀର୍ଘବର୍ଷ ଧରି ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେଉଛି । ଏକାଧିକ ସ୍ଥାନରେ ଅସ୍ବାସ୍ଥ୍ୟକର ପରିବେଶ ରହିଥିବା ଦେଖିବାକୁ ମିଳୁଛି ହେଲେ ସିଏମସି ଏଯାବତ ଚୁପ ରହିଛି । ତେବେ ଏହି କ୍ରମରେ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ସିଏମସି କମିଶନର ଅନନ୍ୟା ଦାସଙ୍କ ଆଗରେ ଉପସ୍ଥାପିତ କରିଛନ୍ତି କଟକ ଯୁବ କଂଗ୍ରେସକର୍ମୀମାନେ । ବାରବାଟୀ କଟକର ବିଧାୟକ ଜଣେ ଇଂଜିନିୟର ହୋଇଥିବାବେଳେ ଜିଲ୍ଲାପାଳ ଜଣେ ଆଇଏଏସ ଓ ସିଏମ୍‌ସି କମିଶନର ବି ଜଣେ ଆଇଏଏସ ଏଭଳି ସଂଯୋଗରେ ପ୍ରଗତିମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି କଟକ ଯୁବ କଂଗ୍ରେସ ସମ୍ପାଦକ ତଥା ସୋସିଆଲ ମିଡିଆ ସେଲ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:ଵୃକ୍ଷ ହିଁ ଜୀବନ,ଗଛ ଲଗେଇ ପରିବେଶକୁ ସୁସ୍ତ ରଖନ୍ତୁ।

Body:ପିଲାମାନେ ,ଗଛହିଁ ଜୀବନ।ଗଛ ରହିଲେ ଆମ ପରିବେଶ ଭଲ ରହିବ ।ପରିବେଶ ଭଲ ରହିଲେ ଆମେ ସମସ୍ତେ ଭଲ ରହିବା ।ତେଣୁ ଆମେ ଗଛର ଯତ୍ନ ନେଲେ ଗଛ ଆମର ଯତ୍ନ ନେବ ବୋଲି ବୁଧବାର ଭୁବନେଶ୍ୱର ରାଜଭବନ ସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ୭୦ ତମ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକ କହିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପ୍ରାଙ୍ଗଣରେ ନିମ୍ବ ଚାରା ରୋପଣ କରିଛନ୍ତି।ବାତ୍ୟା ଫନିରେ ୨୨ ଲକ୍ଷ ଗଛ ନଷ୍ଟ ହୋଇଛି। ଆଗାମୀଦିନରେ ୮୦ ଲକ୍ଷ ଗଛ ଲଗାଯିବ ସେଥିପାଇଁ ଜନସାଧାରଣଙ୍କଠୁ ଅରମ୍ଭକରି ପିଲାମାନଙ୍କ ପର୍ୟ୍ଯନ୍ତ ସମସ୍ତେ ସବୁଜ ଓଡିଶା ଗଠନରେ ସହାୟକ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।ଜଙ୍ଗଲଓ ପ୍ରକୃତିକୁ ନେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

ବାତ୍ୟା ଫନିରେ ଲକ୍ଷାଧିକ ଗଛ ନଷ୍ଟ ହୋଇଛି।ବିଶେଷକରି ଉପକୂଳ ପୁରୀ,ଭୁବନେଶ୍ୱର କଟକରେ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଛି।ଗଛ ଲଗେଇବାପାଇଁ ବିଭିନ୍ନ ଯୋଜନାରେ ପ୍ରାୟ ୬ କୋଟି ଚାରା ରୋପଣ କରାଯିବ।ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ ମଧ୍ୟ ଚାରାବଣ୍ଟନ କରାଯିବ।ସହରାଞ୍ଚଳରେ ଲମ୍ବା ଗଛ ଲଗାଯିବ।ସମସ୍ତ ସହରାଂଚଳ ବାସୀଙ୍କ ସହଯୋଗ କାମନା କରୁଛୁ ବୋଲି କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାନିତଅତିଥି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ଫନି ପ୍ରଭାବିତ ଅଞ୍ଚଳରେ ୮୦ ଲକ୍ଷ ଗଛଚାରା ଲଗାଯିବ।ଫନି ପ୍ରଭାବିତ ପୁରୀ,ଭୁବନେଶ୍ୱର ଓ କଟକରେ ୧୪ ଫୁଟ ଉଚ୍ଚତାର ଗଛ ବିଭିନ୍ନ ସରକାରୀ ଅନୁଷ୍ଠାନରେ ରୋପଣ କରାଯିବ।ଘରୋଇ ଅନୁଷ୍ଠାନ,ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଚାରା ବଣ୍ଟାଜିବ।ଅଁଳା,ବଉଳ,ଅଶୋକା ଭଳି ବିଭିନ୍ନ ପ୍ରକାର ଚାରା ଲଗାଯିବ।ବିଶେଷକରି ବାତ୍ୟା ପ୍ରତିରୋଧ କରିବାର ଗୁଣଥିବା ଚାରା ରୋପଣ କରାଯିବ।୨୦ ବର୍ଷ ଭିତରେ ରାଜ୍ୟରେ ୪ ହଜାର ବର୍ଗ କିମି ଜଙ୍ଗଲ ବୃଦ୍ଧି ପାଇଛି ଯାହା ଅତ୍ୟନ୍ତ ଉତ୍ସାହଜନକ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଜଙ୍ଗଲ ଓ ପରିବେଶ ବିଭାଗ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।

ରାଜ୍ୟରେ ଫନି ପ୍ରଭାବିତ ଅଞ୍ଚଳରେ ୧ କୋଟି ୩୦ ଲକ୍ଷ ଚାରା ଲାଗିବ।ଭୁବନେଶ୍ୱର ପୁରୀ ଓ କଟକରେ ୭୦ ହଜାର ବଡ ଗଛ ଲଗାଯିବ।ଖୁସିର କଥାକି ବାତ୍ୟାରେ ପଡିଯାଇଥିବା ପ୍ରାୟ ୧୫ ହଜାର ଗଛର ପୁନରୁଦ୍ଧାର ହୋଇଛି।ଚାରାରୋପଣ ନେଇ ଜନସାଧାରଣଙ୍କୁ ବିଭିନ୍ନ ଗଣମାଧ୍ୟମ ଦ୍ୱାରା ସୂଚନା ଦିଆଯିବ।ସିଟି ଡିଏଫଓ ଓ ଜଙ୍ଗଲ ଅଧିକାରୀମାନଙ୍କ ଜରିଆରେ ସୂଚନା ମଧ୍ୟ ଦିଆଯିବ।ବିଭିନ୍ନ ସରକାରୀ ଅନୁଷ୍ଠାନ ଗୁଡିକରେ ଚାରା ରୋପଣ କରାଯିବ।ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ ଟି ବନ ମହୋତ୍ସବ ପାଳନ କରାଯିବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ,ଓଡ଼ିଶା ଡ଼ ସନ୍ଦୀପ ତ୍ରିପାଠୀ କହିଛନ୍ତି।

ଭୁବନେଶ୍ୱର ବିଜେଇଏମ ସ୍କୁଲର ସପ୍ତମଶ୍ରେଣୀରଛାତ୍ରୀ ଆଏଶା ପଣ୍ଡା ଚିତ୍ରଙ୍କନ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାରକରିଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରି ବୃକ୍ଷହି ଜୀବନ ବୋଲି କହିଥିଲେ।ଗଛ ମଣିଷର ବନ୍ଧୁ।ପ୍ରଚୁର ଗଛ ଲଗେଇ ପରିବେଶକୁ ସୁସ୍ତ ରଖିବା ଆମର କର୍ତ୍ତବ୍ୟ ବୋଲି ଛାତ୍ରୀ ଜଣଙ୍କ କହିଥିଲେ।

Conclusion:ଗଛ ଲଗେଇ ପରିବେଶକୁ ସୁସ୍ତ ରଖିବା ବନମହୋତ୍ସବ ର ଶ୍ରେଷ୍ଠ ଦାନ।ପ୍ରତ୍ୟକମଣିଷ ଗଛ ଲଗେଇବାର ଆବଶ୍ୟକତାରହିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.