ETV Bharat / state

ମୋବାଇଲ ଟାୱାରରେ ଚଢ଼ିଗଲେ ଯୁବକ, ଦେଲେ ଆତ୍ମହତ୍ୟା ଧମକ - Youth Climbs up Mobile Tower

ମୋବାଇଲ ଟାୱାର ଉପରେ ଚଢ଼ିଗଲେ ଯୁବକ । କଟକ ଜିଲ୍ଲା ବାଙ୍କୀ ଡମପଡାରେ ଘଟଣା ଏହି ଘଟଣା । ଅଧିକ ପଢ଼ନ୍ତୁ

ମୋବାଇଲ ଟାୱାର ଉପରକୁ ଚଢ଼ିଲେ ଯୁବକ
ମୋବାଇଲ ଟାୱାର ଉପରକୁ ଚଢ଼ିଲେ ଯୁବକ
author img

By

Published : Feb 9, 2022, 11:22 AM IST

Updated : Feb 9, 2022, 3:04 PM IST

କଟକ: ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । କଟକ ଜିଲ୍ଲା ବାଙ୍କୀ ଡମପଡାରେ ଦେଖିବାକୁ ମିଳିଛି ଏହି ଘଟଣା । ମୋବାଇଲ ଟାୱାରର ଶିଖରରେ ଚଢି କିଛି ଦାବି ରଖି ଆତ୍ମହତ୍ୟା ପାଇଁ ଧମକପୂର୍ଣ୍ଣ ଚିଠି ମଧ୍ୟ ଦେଖାଇଛନ୍ତି।

ରାଜ୍ୟରେ ଦୁର୍ନୀତି ନେଇ ମୋବାଇଲ ଟାୱାର ଉପରକୁ ଚଢ଼ିଲେ ଯୁବକ

ଯୁବକ ଜଣକ ରାମଚନ୍ଦ୍ରପୁର ଗାଁର ମଳୟ ରଞ୍ଜନ ଗୋଛି ହୋଇଥିବା ଜଣାପଡ଼ିଛି। ସମାଜରେ ହେଉଥିବା ଦୁର୍ନୀତିକୁ ନେଇ ସେ ଏଭଳି ପଦକ୍ଷେପ ନେଇଥିବା ଚିଠିରେ ଉଲ୍ଲେଖ ରହିଛି। ସମାଜରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହଟାଇବା ଏବଂ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେବା ଭଳି ଅନେକ ସମସ୍ୟା ସହ ସମାଜର ଉନ୍ନତି ଦାବି ରଖିଛନ୍ତି ଯୁବକ ।

ତୁରନ୍ତ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର ମନର କଥା କହିବାକୁ ଦାବି କରିଥିବା ଚିଠିରେ ଉଲ୍ଲେଖ ରହିଛି। ଯଦି ତାଙ୍କର ଦାବି ଶୁଣା ନଯାଏ ଅଥବା ପ୍ରଶାସନିକ ପ୍ରତିଶୃତି ନମିଳେ ତେବେ ସେ ଟାୱାର ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ବାଙ୍କୀ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 9, 2022, 3:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.