କଟକ: ରାଜରାସ୍ତାରେ ଗୁଣ୍ଡାରାଜ । ଯୁବକଙ୍କୁ ରାସ୍ତାରେ ଆଣ୍ଠେଇ ନିର୍ଯାତନା ଦେଲେ ଅସାମାଜିକ ଯୁବକ । କଟକ ପ୍ରତାପ ନଗରୀ ଅଞ୍ଚଳରୁ ଏଭଳି ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ଯୁବକଙ୍କ ଉପରେ ନିର୍ଯାତନାକୁ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ୧୦ ଜଣ ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦାୟର ହୋଇଛି । ସବୁଠୁ ବଡ କଥା ହେଲା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଶାସକ ଦଳର ମନ୍ତ୍ରୀଙ୍କ ପୁତୁରା ଥିବା ଚର୍ଚ୍ଚା ହେଉଛି ।
ଯାହା ସୂଚନା ମିଳିଛି, କାର ସାଇଡ ମାରିବାକୁ ନେଇ ପ୍ରତାପ ନଗରୀ ଅଞ୍ଚଳରେ ଏହି ଉନ୍ମତ୍ତ କାଣ୍ଡ ଘଟିଛି । କିଛି ଅସାମାଜିକ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ମାଡ ମାରିବା ସହ ରାଜରାସ୍ତାରେ ଆଣ୍ଠେଇ ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ନିର୍ଯାତନାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଇଟିିଭି ଭାରତ, କଟକ