ETV Bharat / state

ସାନ ଭାଇର ଫାର୍ସା ଚୋଟରେ ବଡଭାଇ ମୃତ

author img

By

Published : Jan 23, 2021, 2:52 PM IST

ଭାଇର ଫାର୍ସା ଚୋଟରେ ବଡଭାଇ ମୃତ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସାଲେପୁର ବାଲିସାହି ପଞ୍ଚାୟତ ଅଧିନ ମାଛୁଆତି ଗାଁରେ । ଅଧିକ ପଢନ୍ତୁ...

ସାନ ଭାଇର ଫାର୍ସା ଚୋଟରେ ବଡଭାଇ ମୃତ
ସାନ ଭାଇର ଫାର୍ସା ଚୋଟରେ ବଡଭାଇ ମୃତ

କଟକ: ସାଲେପୁର ବାଲିସାହି ପଞ୍ଚାୟତ ଅଧିନ ମାଛୁଆତି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ନାବାଳକ ସାନ ଭାଇର ଫାର୍ସା ଚୋଟରେ ବଡ ଭାଇ ମୃତ୍ୟୁ । ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଲକ୍ଷ୍ମଣ ମଲ୍ଲିକଙ୍କ ବଡ ପୁଅ ସତ୍ୟ ପ୍ରକାଶ ମଲ୍ଲିକ । ଅଭିଯୁକ୍ତ ଜଣକ ସମ୍ପର୍କରେ ମୃତକ ବଡବାପା ପୁଅ ହେବ । ମାଛୁଆତି ଗାଁରେ ଲକ୍ଷ୍ମଣ ମଲ୍ଲିକ ଓ ତାଙ୍କ ଭାଇ ଶତୃଘ୍ନ ମଲ୍ଲିକ ରହୁଥିଲେ । ଦୀର୍ଘ ଦିନ ଧରି ଉଭୟ ପରିବାର ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା ।

ସାନ ଭାଇର ଫାର୍ସା ଚୋଟରେ ବଡଭାଇ ମୃତ

ସୂଚନାଯୋଗ୍ୟ, ଗତକାଲି ସତ୍ୟ ପ୍ରକାଶ ମଲ୍ଲିକ ବଜାରରୁ ଘରକୁ ଫେରୁଥିଲେ । ଏହି ସମୟରେ ସ୍ଥାନୀୟ ମଙ୍ଗଳା ମନ୍ଦିର ନିକଟ ଅନ୍ଧାରିଆ ସ୍ଥାନରେ ପୂର୍ବରୁ ମାରଣାସ୍ତ୍ର ଧରି ପ୍ରସ୍ତୁତ ଧରି ଶତୃଘ୍ନଙ୍କ ପୁଅ ନାବାଳକ ସତ୍ୟ ପ୍ରକାଶକୁ ଫାର୍ସାରେ ହାଣିଥିଲା । ସେ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିବା ସମୟରେ ଫାର୍ସା ଚୋଟ ଛାତିରେ ବାଜିଥିଲା । ପ୍ରଚୁର ରକ୍ତସ୍ରାବ ହେବାରୁ ସତ୍ୟପ୍ରକାଶ ଅଚେତ ହୋଇପଡିଥିଲେ । ଏହା ପରେ ସତ୍ୟପ୍ରକାଶଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ସାଲେପୁର ଥାନାରେ ଅଭିଯୋଗ କରାଯାଇଥିବାବେଳେ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.