ETV Bharat / state

କଟକରେ ଯୁବତୀଙ୍କୁ ଛୁରାମାଡ଼ ଘଟଣା, ଅଭିଯୁକ୍ତ ଗିରଫ - ଯୁବତୀଙ୍କୁ କଟକ ଏସସିବିରେ ଭର୍ତ୍ତି

କଟକରେ ଯୁବତୀଙ୍କୁ ଛୁରାମାଡ । ଆହତ ଅବସ୍ଥାରେ ଯୁବତୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

woman stabbed in cuttack
woman stabbed in cuttack
author img

By

Published : Jul 25, 2023, 3:51 PM IST

woman stabbed in cuttack

କଟକ: କଟକରେ ଯୁବତୀଙ୍କୁ ଛୁରାମାଡ । ଆହତ ଅବସ୍ଥାରେ ଯୁବତୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ପେଟ, ହାତ ସମେତ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣା ପଡିଛି । ଯୁବତୀ ଜଣକ ଏକ କସମେଟିକ୍ ଦୋକାନର କର୍ମଚାରୀ ବୋଲି ଜଣାପଡିଛି । ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ଯୁବକ ଏନ.ସନ୍ତୋଷ ଗିରଫ ।

ସୂଚନା ମୁତାବକ, ଗତକାଲି ରାତିରେ କାମ ସାରି ଦୋକାନରୁ ବାହାରୁଥିବା ବେଳେ ଜଣେ ଯୁବକ ହଠାତ୍ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ଛୁରା ସାହାଯ୍ୟରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ ଯୁବକ ଜଣକ । ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥାଇ ପାରେ ବୋଲି କୁହାଯାଉଛି । ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି କଟକ ଡିସିପି ।

ପ୍ରକାଶ ଥାଉକି, କିଛିଦିନ ପୂର୍ବେ ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅନ୍ତର୍ଗତ ଦରଜିପୋଖରୀ ଛକ ନିକଟରେ ଜଣେ ଯୁବକଙ୍କୁ ଛୁରୀରେ ଦୁଇ ଜଣ ଯୁବକ ଆକ୍ରମଣ କରିଥିଲେ ।ତଳମାଳି ସାହିର ଶୁଭମ ବାରିକ୍ ଆହତ ହୋଇଥିଲେ। ଗୋପାଳପୁରଠାରେ ଏକ ନିଶା ନିବାରଣ କେନ୍ଦ୍ରରେ ସେ କାର୍ଯ୍ୟ କରନ୍ତି । ରାତି ପ୍ରାୟ ୧୦ଟା ୩୦ ମିନଟ୍ ସମୟରେ ଆହତ ହୋଇଥିବା ଶୁଭମ ଦରଜିପୋଖରୀ ଛକ ନିକଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ବିରିୟାନୀ ଆଣିବା ପାଇଁ ଯାଇଥିଲେ । ହଠାତ ଦୁଇଜଣ ଯୁବକ ଆସି ଏକ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଶୁଭମ ତାଙ୍କ ଜୀବନ ବଞ୍ଚାଇ ସେଠାରୁ ଖସି ପଳାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ପୂର୍ବ ଶତ୍ରୁତାରୁ ଭିଣୋଇଙ୍କୁ ଛୁରୀ ଭୁସି ହତ୍ୟା, ଶାଳକ ଗୁରୁତର

ସେହିପରି ଗତ ଏପ୍ରିଲ ମାସରେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସହିରା ଗାଁରେ ଦୁଇ ଯୁବକ ଅମିତ ପାତ୍ର ଓ ତାଙ୍କ ଶଳା ସଞ୍ଜୟ ପାଖ ଗାଁରୁ ଭୋଜି ଖାଇ ଫେରୁଥିଲେ । ସେହି ସମୟରେ ସେହି ଗାଁର ରଶ୍ମିରଞ୍ଜନ ରାଉଳ ଓ ଅମିତଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା । ଏହା ପରେ ଉଗ୍ର ରୂପ ନେଇଥିଲା । ରଶ୍ମି ନିଜ ପାଖରେ ରଖିଥିବା ଏକ ଭୁଜାଲିରେ ଅମିତଙ୍କ ଛାତିକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଭିଣୋଇକୁ ବଞ୍ଚାଇବାକୁ ଉଦ୍ୟମ କରିବାରୁ ଶଳାକ ସଞ୍ଜୟଙ୍କୁ ମଧ୍ୟ ଅଭିଯୁକ୍ତ ଭୁଜାଲିରେ ଆକ୍ରମଣ କରିଥିଲା । ଭୁଜାଲିରେ ତିନିରୁ ଚାରି ଚୋଟ ମାରିବା ପରେ ସଞ୍ଜୟ ଗୁରୁତର ହୋଇ ତଳେ ପଡି ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ରଶ୍ମି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଉଭୟ ଶଳା ଭିଣୋଇଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡିକାଲକୁ ଆଣିଥିଲେ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.