ETV Bharat / state

ମଧୁବାବୁଙ୍କ ସମାଧି ସ୍ଥଳ ଉନ୍ନତିକରଣ ଦାବି, ପାଣ୍ଡିଆନଙ୍କ ସାମ୍ନାରେ ଆଣ୍ଠେଇଲେ ଯୁବକ - ମଧୁବାବୁଙ୍କ ସମାଧି ସ୍ଥଳ ଉନ୍ନତିକରଣ ଦାବି

ଦୁଇ ଦିନିଆ କଟକ ଗସ୍ତରେ ୫T ସଚିବ ଭି.କେ ପାଣ୍ଡିଆନ । ଗସ୍ତରେ ଶେଷ ଦିନରେ ପାଣ୍ଡିଆନଙ୍କ ଆଗରେ ଆଣ୍ଠେଇ ମଧୁବାବୁଙ୍କ ସମାଧି ସ୍ଥଳ ଉନ୍ନତିକରଣର ଦାବି ଜଣାଇଲେ ଯୁବକ । ଅଧିକ ପଢ଼ନ୍ତୁ

5t secretary vk pandian visits Cuttack
କଟକ ଗସ୍ତରେ ୫T ସଚିବ ଭି.କେ ପାଣ୍ଡିଆନ
author img

By

Published : Aug 9, 2023, 9:20 PM IST

କଟକ ଗସ୍ତରେ ୫T ସଚିବ ଭି.କେ ପାଣ୍ଡିଆନ

କଟକ: ପାଣ୍ଡିଆନଙ୍କ ଆଗରେ ଆଣ୍ଠେଇ ଦାବି ଜଣାଇଲେ ଯୁବକ । ଗୋରକବରରେ ଥିବା ମଧୁବାବୁଙ୍କ ସମାଧି ସ୍ଥଳ ଉନ୍ନତିକରଣ କରିବା ପାଇଁ ୫T ସଚିବଙ୍କ ଆଗରେ ଆଣ୍ଠୁ ମାଡି ଦାବିପତ୍ର ଜରିଆରେ ଦାବି କରିଛନ୍ତି ମଧୁ ସ୍ମୃତି ସୁରକ୍ଷା ମଞ୍ଚର ଆବାହକ ସନ୍ତୋଷ କୁମାର ମହାରଣା । ସଚିବଙ୍କ ପକ୍ଷରୁ ତାଙ୍କୁ ପ୍ରତିଶୃତି ମିଳିଥିବା ସନ୍ତୋଷ ମହାରଣା କହିଛନ୍ତି ।

ଏହା ପଢ଼ନ୍ତୁ: ଦୁଇ ଦିନିଆ କଟକ ଜିଲ୍ଲା ଗସ୍ତରେ 5T ସଚିବ: କେଉଁଠି ସମ୍ବର୍ଦ୍ଧନା, କେଉଁଠି ବିରୋଧ

ଏହା ପଢ଼ନ୍ତୁ: ସରକାରୀ କାର୍ଯ୍ୟକ୍ରମ ନାଁରେ ବିଜେଡି ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି 5T ସଚିବ: ଛାତ୍ର କଂଗ୍ରେସ

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡ଼ିଶାକୁ ଅନେକ ଘାତ ପ୍ରତିଘାତ ଦେଇ ଆଜି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ତାଙ୍କର ମୁଖ୍ୟ ଭୁମିକା ଥିଲା । ତୁଳସୀପୁରଠାରେ ଥିବା ଗୋରା କବରରେ ରହିଛି ମଧୁବାବୁଙ୍କ ସମାଧି ସ୍ଥଳ । ହେଲେ କେବଳ ଉତ୍କଳ ଦିବସ ଆସିଲେ ମନେ ପଡ଼ନ୍ତି ମଧୁବାବୁ ଓ ସମାଧି ସ୍ଥଳ । ଗତ 3 ବର୍ଷ ଧରି ମଧୁବାବୁଙ୍କ ସମାଧି ପୀଠର ଉନ୍ନତିକରଣ ନେଇ ଅଣଦେଖା କରାଯାଇଥିବା ମଧୁ ସ୍ମୃତି ସୁରକ୍ଷା ମଞ୍ଚର ଆବାହକଙ୍କ ଅଭିଯୋଗ କରିଛନ୍ତି । ଏହାର ଉନ୍ନତିକରଣ ଦିଗରେ ସିଏମ୍‌ସିର କାର୍ଯ୍ୟ କିଛି ମାତ୍ରାରେ କାମ ଆରମ୍ଭ ହୋଇଥିଲା ବେଳେ ଅନେକ ବିବାଦ ଦୃଷ୍ଟି ଗୋଚର ହେଉଛି । ତେଣୁ ସୁଯୋଗ ମିଳିଥିବାରୁ ୫T ସଚିବଙ୍କ ଗୋଡ଼ ଧରିବାକୁ ବାଧ୍ୟ ହେଲି ବୋଲି କହିଛନ୍ତି ସନ୍ତୋଷ କୁମାର ।

ଏହା ପଢ଼ନ୍ତୁ: ଖୁବଶୀଘ୍ର କଟକ ଜିଲ୍ଲାର ୧୦୦ଟି କଲେଜର ହେବ ରୂପାନ୍ତରଣ: 5T ସଚିବ

ଏହା ପଢ଼ନ୍ତୁ: ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ପାଣ୍ଡିଆନ, ବଦଳିବ ଜିଲ୍ଲାର ସବୁ କଲେଜର ରୂପରେଖ

ଅନ୍ୟପଟେ ଏହି ପ୍ରସଙ୍ଗରେ ଶୀଘ୍ର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି ଭି.କେ ପାଣ୍ଡିଆନ ଆଶ୍ୱାସନା ଦେଇଥିବା ସେ କହିଛନ୍ତି । ତେବେ ଗୋରାକବରରେ ଥିବା ମଧୁବାବୁଙ୍କ ସମାଧି ସ୍ଥଳ ଦୀର୍ଘ ୮6 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଅଣଦେଖା ହୋଇ ପଡି ରହିଥିଲା । କଟକ ତୁଳସୀପୁରସ୍ଥିତ ଗୋରାକବର ହେଉଛି ମଧୁବାବୁ ଶେଷ ଆଶ୍ରୟସ୍ଥଳୀ । ମାତ୍ର ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀଙ୍କ ପ୍ରତି ପ୍ରଶାସନର ଅବହେଳା ମନୋଭାବ ପ୍ରତିଫଳିତ ହେଉଛି । ତେଣୁ ଏହାର ବିକାଶ ପାଇଁ ୫T ସଚିବଙ୍କୁ ଜଣାଇଥିବା ସେ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.