ETV Bharat / state

ନିଆଳି ଚାଷୀଙ୍କ ନିଆରା ପ୍ରୟାସରେ ଓଡିଶା ମାଟିରେ ଫଳୁଛି ଥାଇଲାଣ୍ଡ ଆପଲ - ନିଆଳି ଥାଇଲାଣ୍ଡ ଆପଲ

ଥାଇଲାଣ୍ଡ ବରକୋଳି ଚାଷ କରି କଟକ ଜିଲ୍ଲାର ଜଲ୍ଲାରପୁର ପଞ୍ଚାୟତଲୁଣି ଗାଁର ଶିକ୍ଷିତ ଯୁବଚାଷୀ ଉପେନ୍ଦ୍ର ରାଉତ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶାରେ ଥାଇଲାଣ୍ଡ କୋଳି: ଯୁବଚାଷୀ ଉପେନ୍ଦ୍ରଙ୍କ ନିଆରା ପ୍ରୟାସ

author img

By

Published : Jan 24, 2022, 3:40 PM IST

ନିଆଳି: ଦେଶ ବିଦେଶରୁ ହାଇବ୍ରିଡ ଚାରା ଆଣି ଓଡ଼ିଶା ମାଟିରେ ଚାଷ କରି ଅନେକ ଚାଷୀ ଲାଭବାନ ହେଉଛନ୍ତି । ଥାଇଲାଣ୍ଡ ଆପେଲ ବରକୋଳି ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଯୁବଚାଷୀ ଉପେନ୍ଦ୍ର । ନିଜ ବାଡିରେ ଥାଇଲାଣ୍ଡ ବରକୋଳି ଚାଷ କରି ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । କଟକ ଜିଲ୍ଲାର ଜଲ୍ଲାରପୁର ପଞ୍ଚାୟତଲୁଣି ଗାଁରେ ଏହି କୋଳି ଚାଷ କରିଛନ୍ତି ଉପେନ୍ଦ୍ର । ଖାଲି ଥାଇଲାଣ୍ଡ ଆପଲ ବରକୋଳି ନୁହେଁ ବରଂ ଗ୍ରିନ ଆପଲ ବରକୋଳି ଓ ଅଷ୍ଟ୍ରିଆନ ବଲ ସୁନ୍ଦରି ମଧ୍ୟ ସେ ଚାଷ କରିଛନ୍ତି ।

ଓଡ଼ିଶାରେ ଥାଇଲାଣ୍ଡ କୋଳି: ଯୁବଚାଷୀ ଉପେନ୍ଦ୍ରଙ୍କ ନିଆରା ପ୍ରୟାସ

ପ୍ରଥମେ ସେ ଜଣେ ସାଙ୍ଗ ଠାରୁ ଥାଇଲାଣ୍ଡ ଆପଲ ବରକୋଳି ଚାରା ମଗାଇଥିଲେ । ୨୦୨୦ ମସିହା ଜୁଲାଇ ମାସରେ ପ୍ରଥମେ ବରକୋଳି ଚାଷ ଆରମ୍ଭ କରିଥିଲେ ଉପେନ୍ଦ୍ର । ଯେଉଁ ଗଛରେ ଫଳିଛି ପେନ୍ଥା ପେନ୍ଥା କୋଳି । ପ୍ରତ୍ୟେକ ଗଛରେ ୨୦ କେଜିରୁ ଅଧିକ ଫଳ ଫଳୁଥିବା ଦେଖିବାକୁ ମିଳୁଛି। ସେହିପରି ଦ୍ବିତୀୟ ବର୍ଷ ୨୦ ରୁ ୩୦ କେଜି ଏବଂ ୨୦୨୨ ମସିହାରେ ଦେଢ ଏକର ଜମିରେ ସାତ ଶହ ବରକୋଳି ଚାଷ କରି ସାତ ଲକ୍ଷ ଟଙ୍କା ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ଉପେନ୍ଦ୍ର ।

ଥାଇଲାଣ୍ଡ ଆପଲ ଚାଷରେ ଥରେ ମାତ୍ର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏହି କୋଳି ଗଛରୁ କମ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବ ବୋଲି କହିଛନ୍ତି ଯୁବଚାଷୀ । ଅଳ୍ପ ପାଣି ସହିତ ଅଳ୍ପ ସାର ପିଡିଆରେ ଏହି ଗଛ ଗୁଡିକ ବଢିପାରୁଛି ଏବଂ ସୁନ୍ଦର ଫଳ ମଧ୍ୟ ଫଳୁଛି । ଏହି ଥାଇଲାଣ୍ଡ ଆପଲ ବରକୋଳି ଗୁଡିକ ସେଓ ପରି ଦେଖାଯାଉଥିବାବେଳେ କିନ୍ତୁ ଏହା ସେଓ ଠାରୁ ବହୁତ ଛୋଟ ଓ ମିଠା ମଧ୍ୟ। ଏହି ଥାଇଲାଣ୍ଡ କୋଳି ଚାଷକରି ଅନ୍ୟ ଯୁବକଙ୍କ ପାଇଁ ଉପେନ୍ଦ୍ର ଉଦାହରଣ ପାଲଟିଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.