କଟକ: ଗତିରାଉତ ପାଟଣାରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ସରଗରମ ରାଜନୀତି । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ଦାବି କଲା କଟକ ମହିଳା କଂଗ୍ରେସ । ଦୀର୍ଘ 22 ଦିନ ଧରି ଦୁଷ୍କର୍ମ କରିବା ଓ ତାର ଭିଡିଓ କରିବା ଏକ ଜଘନ୍ୟ ଅପରାଧ । ତାହାକୁ କେବେ ବି ନାରୀ ଜାତି ବରଦାସ୍ତ କରିବନି ।
ଯଥାଶୀଘ୍ର ଏହି ମାମଲା ରେ ଅନ୍ୟ ଦୋଷୀ ମାନଙ୍କୁ ହ୍ୟାଣ୍ଡକପ ପକାଇବାକୁ ଦାବି କରିଛି କଂଗ୍ରେସ । ଏନେଇ ଡିସିପିଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି କଂଗ୍ରେସ ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ