ETV Bharat / state

ସାବତ ପୁଅକୁ ମାରି ନିଜେ ଆତ୍ମହତ୍ୟା କଲେ ମହିଳା, ହ୍ୱାଟ୍ସଆପ୍‌ରେ ଭଉଣୀକୁ ଲେଖିଲେ ସରି ଦିଦି ମମି ପାପା ତତେ ଲାଗିଲେ - କଟକରେ ଆତ୍ମହତ୍ୟା

ଶ୍ରୀରାମ ନଗରରେ ସାବତ ପୁଅକୁ ମାରି ନିଜେ ଆତ୍ମହତ୍ୟା କଲେ ମହିଳା । ଆତ୍ମହତ୍ୟା ପୂର୍ବରୁ ଭଉଣୀକୁ ଥିଲା ମେସେଜ । ଶିଳ୍ପୀ ଆତ୍ମହତ୍ୟା ପୂର୍ବରୁ ମଧ୍ୟ ହ୍ୱାଟ୍ସଆପ୍‌ରେ ଅନେକ କଥା ଲେଖିଛନ୍ତି । ତାଙ୍କ ବଡ଼ ଭଉଣୀକୁ ଚାଟିଂ ଜରିଆରେ ଏକ ବାର୍ତ୍ତା ଦେଇଛନ୍ତି । ସରି ଦିଦି ମମି ପାପା ତତେ ଲାଗିଲେ । ଅଧିକ ପଢନ୍ତୁ

woman deadbody found
woman deadbody found
author img

By

Published : Jan 16, 2023, 3:33 PM IST

Updated : Jan 16, 2023, 6:21 PM IST

woman deadbody found

କଟକ: କଟକ ଶ୍ରୀରାମ ନଗର ଅଞ୍ଚଳରେ ଅଭାବନୀୟ ଘଟଣା । ଦୁଇ ବର୍ଷର ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଛି ସାବତ ମା । ତେବେ ମହିଳା ଜଣକ ହେଉଛନ୍ତି ନେତାଜୀ ନଗର ଅଞ୍ଚଳର ଶିଳ୍ପୀ ଖୁଣ୍ଟିଆ । ସେ ସାଲେପୁର ଅଞ୍ଚଳର ସନ୍ତୋଷ ଖୁଣ୍ଟିଆଙ୍କୁ ବିବାହ କରିଥିଲେ । ଆଜି ଦୀର୍ଘ ସମୟ ଧରି ତାଙ୍କ ଘରର କବାଟ ବନ୍ଦ ରହିଥିଲା । ପରେ ପଡୋଶୀ କବାଟ ଭାଙ୍ଗିବା ପରେ ଉଭୟ ମାଆ ଓ ଶିଶୁପୁତ୍ର ମୃତଦେହ ଦେଖିବାକୁ ମିଳିଥିଲା । ସାବତ ପୁଅ ପ୍ରାୟ ଦୁଇ ବର୍ଷର ହୋଇଥିବା ବେଳେ ତାର ବେକରେ ଗଭୀର କ୍ଷତ ରହିଥିଲା । ଅନ୍ୟପଟେ ମହିଳା ଜଣକ ନିଜର ଓଢଣୀରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା ।

woman deadbody found
woman deadbody found

ସୂଚନା ମୁତାବକ, ସନ୍ତୋଷ ନିଜକୁ ଜଣେ ଇଂଜିନିୟର କହି ଶିଳ୍ପୀଙ୍କୁ ବିବାହ କରିଥିଲା। ଶିଳ୍ପୀ ମଧ୍ୟ ମେକାନିକାଲ ଇଂଜିନିୟର ଥିଲେ। ମାତ୍ର ସନ୍ତୋଷ କେଉଁଠି ଚାକିରି କରି ନଥିଲା । ସନ୍ତୋଷ ଶିଳ୍ପୀଙ୍କୁ ଦ୍ବିତୀୟ ବିବାହ କରିଥିଲା । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ସନ୍ତୋଷ ଶିଳ୍ପୀଙ୍କୁ ବିବାହ କରିଥିଲା । ସନ୍ତୋଷ କେଉଁଠି ଚାକିରି କରିନଥିଲା ବେଳେ ପ୍ରାୟତଃ ସବୁ ସମୟରେ ନିଜର ଶ୍ବଶୂର ଘରେ ରୁହେ । ଯାହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ଦେଖା ଦେଇଥିଲା।

ହେଲେ ଶିଳ୍ପୀଙ୍କ ବାପା ଙ୍କ ଦେହ ଅସୁସ୍ଥ ହେବା ପର ଠାରୁ ଉଭୟ ନିକଟରେ ଏକ ଭଡା ଘର ନେଇ ରହୁଥିଲେ। ଭଡା ଘର ନେବା ପରଠାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ି ଥିଲା। ବିଶେଷ କରି ସନ୍ତୋଷ କେଉଁଠି ଚାକିରି କରିନଥିବାରୁ ଘର ଭଡା ନିଜେ ଶିଳ୍ପୀ ଦେଉଥିଲେ । ଶିଳ୍ପୀ ନିଜ ବାପଘରୁ ଟଙ୍କା ଆଣି ଚଳୁଥିଲେ। ଏନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହେଉଥିବା ନେଇ ଜଣାପଡିଛି। ସେହିପରି ଶିଳ୍ପୀ ମଧ୍ୟ ତାଙ୍କ ଶ୍ବଶ୍ୱର ଘରକୁ ଯାଉନଥିଲେ।

ଅନ୍ୟପଟେ ଶିଳ୍ପୀ ଙ୍କ ଶାଶୁ ଓ ଶ୍ବଶ୍ୱର ଙ୍କ କହିବା ମୁତାବକ , ବୋହୁ ତାଙ୍କ ପୁଅ କୁ ସବୁବେଳେ ଗାଳି ଗୁଳଜ କରନ୍ତି। ସବୁବେଳେ ବାପ ଘର ଲୋକଙ୍କ କଥା ରେ ଚାଲନ୍ତି। ଯେଉଁ କାରଣରୁ ପୁଅ ଓ ବୋହୁ ଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇଥାଏ। ଏନେଇ ପୂର୍ବରୁ ଅନେକ ଥର ଝଗଡା ହେଉଥିଲା। ଏନେଇ ମାମଲା ବି ଥାନାରେ ପହଞ୍ଚି ଥିଲା। ମାତ୍ର ଉଭୟଙ୍କ ମଧ୍ୟରେ ସମାଧାନ ହୋଇଥିଲା। ହେଲେ ଆଜି ଶିଳ୍ପୀ ତାଙ୍କର ସାବତ ପୁଅକୁ ହତ୍ୟା କରି ନିଜେ ଝୁଲି ପଡ଼ିଥିଲେ।

ସ୍ବାମୀ ଦେଉଥିଲେ ନିର୍ଯାତନା:- ତେବେ ଶିଳ୍ପୀଙ୍କ ଆତ୍ମହତ୍ୟା ଘଟଣା ପରେ ଭଡା ଘର ନିକଟରେ ଶିଳ୍ପୀଙ୍କ ପରିବାର ଲୋକଙ୍କ ଭିଡ଼ ଜମିଥିଲା। ନିଜର ଭଉଣୀ ର ମୃତ୍ୟୁ କୁ ନେଇ ଶିଳ୍ପୀ ଙ୍କ ସ୍ୱାମୀ ଙ୍କ ଉପରେ ଦୋଷ ଦେଇଛନ୍ତି ଶିଳ୍ପୀ ଙ୍କ ପରିବାର ଲୋକ। ସ୍ୱାମୀଙ୍କ ଯୋଗୁଁ ଶିଳ୍ପୀ ଆତ୍ମହତ୍ୟା କରିଛନ୍ତି। ସେ ହିଁ ଦାୟୀ ବୋଲି କହି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଯୋଗ କରିଛନ୍ତି ଶିଳ୍ପୀ ଙ୍କ ସମ୍ପର୍କୀୟ । ତେବେ ପୂର୍ବରୁ ଅନେକ ସମୟରେ ସ୍ୱାମୀ ଶିଳ୍ପୀ ଙ୍କୁ ନିର୍ଯାତନା ଦେଉଥିଲେ। ଏପରିକି ମାଡ଼ ମଧ୍ୟ ମାରୁଥିଲେ। ଯେଉଁ କାରଣରୁ ଶିଳ୍ପୀ ସହ୍ୟ କରି ନ ପାରି ଏପରି ଚରମ ନିଷ୍ପତ୍ତି ନେଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ଆତ୍ମହତ୍ୟା ପୂର୍ବରୁ ଭଉଣୀକୁ ମେସେଜ: ଶିଳ୍ପୀ ଆତ୍ମହତ୍ୟା ପୂର୍ବରୁ ମଧ୍ୟ ଓ୍ବାଟସାପରେ ଅନେକ କଥା ଲେଖିଛନ୍ତି। ତାଙ୍କ ବଡ଼ ଭଉଣୀ କୁ ଚାଟିଂ ଜରିଆରେ ଏକ ବାର୍ତ୍ତା ଦେଇଛନ୍ତି। ସରି ଦିଦି ମମି ପାପା ତତେ ଲାଗିଲେ। ସେହିପରି ଚାଟିଂରେ ସନ୍ତୋଷ ମିଛ କହି ଶିଳ୍ପୀ ଙ୍କୁ ବିବାହ କରିଥିବା ଲେଖିଛନ୍ତି। ଏପରିକି ବ୍ୟାଙ୍କ ରୁ ଅନେକ ଲୋନ କରିଥିବା କଥା ମଧ୍ୟ ଜଣାଇଛନ୍ତି। ରହୁଥିବା ଭଡା ଘରେ ଖଟକୁ ଛାଡି ଆଉ ସବୁ ଜିନିଷ ମୋର। ଗଡ଼ରେଜ,ଫ୍ୟାନ,ଡ୍ରେସିଂ ଟେବୁଲ , ଟ୍ରଙ୍କ ଆଦି ଯାହା ସବୁ ନେଇ କି ସେ ଭଡା ଘରକୁ ଯାଇଥିଲି ସେସବୁ ଘରକୁ ଫେରାଇ ଆଣିବାକୁ ଲେଖିଛନ୍ତି। ମୋତେ କ୍ଷମା କରିଦେବ ମୋ ପାଖରେ ଆଉ କିଛି ରାସ୍ତା ନଥିଲା। ମୋ ସ୍ୱାମୀ ସବୁବେଳେ ମତେ ମାଡ଼,ଗାଳି ,ଭାଷା, ଟରଚର, ଝଗଡା, ବ୍ଲାକମେଲ, ମେଣ୍ଟାଲ ଟରଚର ଆଦି କରୁଛନ୍ତି। ସେ ସବୁକୁ ଆଉ କେତେବା ସହିବି । ମୋ ଲାପଟପ ବ୍ୟାଗରେ ମୋ ଅଫିସ ଚାବି ଅଛି । ବାପାଙ୍କ ପାଖରେ ମୋ ଅଫର ଲେଟରରେ ମୋ ଅଫିସ ଆଡ୍ରେସ ରହିଛି । କିଏ ବି ଯାଇ ସେ ଚାବିକୁ ଅଫିସକୁ ଫେରାଇ ଦେଵ । ମୋ ଲାପଟପ ବ୍ୟାଗରେ ମୋର ସୁନା ଅଛି ଆଉ ଗଡ଼ରେଜ ଚାବି ବି ଅଛି । ଆଉ ହଁ ମୋ ଫୋନରେ ଅଫିସର ଜିଓ ସିମ ଅଛି। ତାକୁ ବି ଫେରାଇ ଦେବ। ପୁଅ ଆଉ ମୁଁ ଯେଉଁଠି ରହିବୁ ଏକାଠି ରହିବୁ ବୋଲି ମେସେଜରେ ଜଣାଇଥିଲେ ଭଉଣୀକୁ । ଏତିକି ଥିଲା ବଡ଼ ଭଉଣୀ ପାଖକୁ ଶେଷ ଚାଟିଂ ମେସେଜ। ଯାହା କି ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ବିଶେଷକରି କେଉଁ ପରିସ୍ଥିତିରେ ମହିଳା ଜଣକ ନିଜର ସାବତ ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଲେ ତାହାର ତଦନ୍ତ କରୁଛି । ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ କୁ ପଠାଇଛି ପୋଲିସ।ତେବେ ତଦନ୍ତ ପରେ ସବୁକିଛି ଜଣାପଡିବ ବୋଲି କଟକ ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jan 16, 2023, 6:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.