ETV Bharat / state

ବାତିଲ ହେବ କି ମାଟ୍ରିକ ପରୀକ୍ଷା ! ଆଜି ବୈଠକ ପରେ ନିଷ୍ପତ୍ତି

author img

By

Published : Apr 15, 2021, 9:59 AM IST

ମାଟ୍ରିକ ପରୀକ୍ଷାକୁ ନେଇ ଆଜି ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବାତିଲ ହେବ କି ମାଟ୍ରିକ ପରୀକ୍ଷା
ବାତିଲ ହେବ କି ମାଟ୍ରିକ ପରୀକ୍ଷା

କଟକ: ମହାମାରୀ କୋରୋନା ସଂକ୍ରମଣ ଭୟାବହତା ଭିତରେ ସରକାରଙ୍କୁ ଘାରିଛି ପିଲାଙ୍କ ମାଟ୍ରିକ ପରୀକ୍ଷା ଚିନ୍ତା । ଏନେଇ ଆଜି(ଗୁରୁବାର) ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

ଦିନକୁ ଦିନ କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହେବାକୁ ଥିବା ଚଳିତବର୍ଷ ନିର୍ଦ୍ଧାରିତ ସମୟର ମାଟ୍ରିକ ପରୀକ୍ଷା ବାତିଲ ହେବା ନେଇ ଆଶଙ୍କା ରହିଛି । ତେବେ ପୂର୍ବରୁ ଆସନ୍ତା ମେ' ୩ ରୁ ମେ' ୧୫ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ ବୋଲି ନିଷ୍ପତି ନିଆଯାଇଥିଲା।

ସୂଚନାଯୋଗ୍ୟ କୋରୋନା ମହାମାରୀ ସଂକ୍ରମଣକୁ ଦେଖି ସିବିଏସସି ପରୀକ୍ଷାକୁ ନେଇ ବିଭିନ୍ନ ଦିଗରୁ ବିରୋଧ କରାଯାଇଥିଲା । ଯାହାକୁ ଦୃଷ୍ଟିରେ ରଖି ବିଏସଇ ଦ୍ବାଦଶ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ସିବିଏସଇ ଦଶମ ପରୀକ୍ଷାକୁ ବାତିଲ କରାଯାଇଛି ।

ଗତକାଲି(ବୁଧବାର)କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.