ETV Bharat / state

ଦେବୀ ନଦୀ ନାଟି ଗାଁ ନିକଟରୁ ଜଙ୍ଗଲି ହରିଣ ଉଦ୍ଧାର, ଫୁଲନଖରା ରେଞ୍ଜକୁ ହସ୍ତାନ୍ତର - ଦେବୀ ନଦୀ

ଦେବୀ ନଦୀ ମଧ୍ୟରୁ ହରିଣ ଉଦ୍ଧାର।କଟକ ଜିଲ୍ଲା ନିଆଳି ବ୍ଲକର ଏକବେରୁଆଁ ପଞ୍ଚାୟତ ନାଟି ଗାଁ ନିକଟ ଦେବୀ ନଦୀ ମଧ୍ୟରୁ ହରିଣ ଉଦ୍ଧାର କରାଯାଇଛି । ପରେ ଫୁଲନଖରା ରେଞ୍ଜ ବିଭାଗକୁ ଖବର ଦିଆଯାଇ ଥିଲା । ଏହା ପରେ ହରିଣକୁ ଗାଁ ଲୋକେ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

ଦେବୀ ନଦୀ ନାଟି ଗାଁ ନିକଟରୁ ଜଙ୍ଗଲି ହରିଣ ଉଦ୍ଧାର, ଫୁଲନଖରା ରେଞ୍ଜକୁ ହସ୍ତାନ୍ତର

author img

By

Published : Sep 6, 2022, 11:34 AM IST

ନିଆଳି: ହରିଣ ଖାଦ୍ୟ ଅନ୍ବଷଣ କରି ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଦେବୀ ନଦୀ ମଧ୍ୟରୁ ହରିଣ ଉଦ୍ଧାର । କଟକ ଜିଲ୍ଲା ନିଆଳି ବ୍ଲକର ଏକବେରୁଆଁ ପଞ୍ଚାୟତ ନାଟି ଗାଁ ନିକଟ ଦେବୀ ନଦୀ ମଧ୍ୟରୁ ହରିଣ ଉଦ୍ଧାର କରାଯାଇଛି । ପରେ ଫୁଲନଖରା ରେଞ୍ଜ ବିଭାଗକୁ ଖବର ଦିଆଯାଇଥିଲା । ଏହା ପରେ ହରିଣକୁ ଗାଁ ଲୋକେ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

ତେବେ ଏହି ଉଦ୍ଧାର ହରିଣକୁ ସ୍କୁଲରେ ରଖିବା ପରେ ଫୁଲନଖରା ରେଞ୍ଜକୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।‌ ଏହି ହରିଣଟି ଅସ୍ତରଙ୍ଗ କିମ୍ବା କୋଣାର୍କ ଅଞ୍ଚଳରୁ ଖାଦ୍ୟ ଅନ୍ବେଷଣରେ ଚାଲି ଆସିଥିବା ନେଇ ଅନୁମାନ କରାଯାଉଛି । ପୂର୍ବରୁ ମଧ୍ୟ ନିଆଳି, କଣ୍ଟାପଡ଼ା, ବାଲିପାଟଣା ଓ ନିମାପଡ଼ା ଅଞ୍ଚଳରୁ ଏକାଧିକ ହରିଣ ଉଦ୍ଧାର ହୋଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ତେବେ ସମୁଦ୍ର ତଟ ଝାଉଁ ବଣ ଛାଡି ଗାଁ ଅଭିମୁଖେ କାହିଁକି ହରିଣ ଆସୁଛନ୍ତି ତାହା ତଦନ୍ତ ସାପେକ୍ଷ ।

ସୂଚନା ଥାଉକି, ପୂର୍ବରୁ ନିମାପଡ଼ା ବ୍ଲକର କଳାପାଞ୍ଚଣ ପଞ୍ଚାୟତର ନୂଆପାଟଣା ଗ୍ରାମରୁ ଏକ ହରିଣ ଉଦ୍ଧାର ହୋଇଥିଲା । କୌଣସି ମତେ ହରିଣଟି ଜଙ୍ଗଲରୁ ଗ୍ରାମ ଭିତରକୁ ପଶି ଆସିଥିଲା । ଗ୍ରାମବାସୀ ହରିଣକୁ ଉଦ୍ଧାର କରି ଚାରିଛକ ଫାଣ୍ଡିକୁ ପ୍ରଥମେ ଜଣାଇଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚିବା ପରେ ଗ୍ରାମବାସୀ ହରିଣକୁ ହସ୍ତାନ୍ତର କରିବା ସହ ଖାଦ୍ୟାଭାବ ବା ପାଣି ସଙ୍କଟ ଯୋଗୁଁ ଜଙ୍ଗଲୀ ଜନ୍ତୁ ଏବେ ଗାଁ ମୁହାଁ ହେଉଥିବା ଗ୍ରାମବାସୀ କହିଛନ୍ତି । ବହୁଥର ଗ୍ରାମ ଭିତରକୁ ହରିଣ ପଶୁ ଥିବାବେଳେ ତେବେ ତାହାକୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ।

ସେହିପରି କଟକ ଜିଲ୍ଲା ନିଆଳି ବ୍ଲକର ତିହିଡି ଅଞ୍ଚଳରୁ ଉଦ୍ଧାର ହୋଇଥିଲା ହରିଣ । ଗ୍ରାମବାସୀ ହରିଣକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର ହୋଇଥିବା ହରିଣଟିକୁ ନେଇ କଟକ ରେଞ୍ଜ କାର୍ଯ୍ୟାଳୟରେ ଚିକିତ୍ସା କରାଯାଇଥିଲା ତେବେ ଏହି ହରିଣଟି କୋଣାର୍କ ଅଞ୍ଚଳରୁ ଆସିଥିବା ନେଇ ଅନୁମାନ କରାଯାଉଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.