ETV Bharat / state

ଦିନାସିଂହ ପାଟଣା ଗାଁରେ ବାରାହା ଆତଙ୍କ ! - ଦିନାସିଂହ ପାଟଣା ଗାଁରେ ବାରାହା ଆତଙ୍କ

ନିଆଳି ବ୍ଲକ ଦିନାସିଂହ ପାଟଣା ଗ୍ରାମରେ ବାରାହା ଆତଙ୍କ । ସଞ୍ଜ ନଇଁଲେ ଆତଙ୍କିତ ଗ୍ରାମବାସୀ । ସେପଟେ ବଣୁଆ ଘୁଷୁରୀ ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ଦିନାସିଂହ ପାଟଣା ଗାଁରେ ବାରାହା ଆତଙ୍କ, ବଣୁଆ ଘୁଷୁରୀ ନେଇ ବନ ବିଭାଗର ସୂଚନା

author img

By

Published : Jul 26, 2022, 3:29 PM IST

ନିଆଳି:ସଞ୍ଜ ନଇଁଲେ ବାରାହା ଆତଙ୍କ, ଭୟଭୀତ ନିଆଳି ବ୍ଲକ ଦିନାସିଂହ ପାଟଣା ଗ୍ରାମବାସୀ । ସଞ୍ଜ ହେବା ମାତ୍ରେ ଗାଁକୁ ଭିତରକୁ ଆସୁଛି ବାରାହା । ଗୃହ ପାଳିତ ପଶୁ ରହୁଥିବା ଗୁହାଳ ଭିତରକୁ ସିଧା ପଶି ଆସୁଛି । କିନ୍ତୁ ଘର ନିକଟରେ ଥିବା ଗୁହାଳକୁ ଆସୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ଏହି ସନ୍ଦିଗ୍ଧ ପଶୁଟି ଏପର୍ଯ୍ୟନ୍ତ କାହାରି କୌଣସି କ୍ଷତି କରିନଥିବା ଜଣାଯାଇଛି । ଏନେଇ ଫୁଲନଖରା ରେଞ୍ଜ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଏହା ବାରାହା ନୁହଁ ବରଂ ଏକ ବଣୁଆ ଘୁଷୁରୀ ହୋଇଥିବା ନେଇ ସେ କହିଛନ୍ତି । ଏଣୁ ଲୋକେ ଆତଙ୍କିତ ନହେବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଦିନାସିଂହ ପାଟଣା ଗାଁରେ ବାରାହା ଆତଙ୍କ, ବଣୁଆ ଘୁଷୁରୀ ନେଇ ବନ ବିଭାଗର ସୂଚନା

ପୂର୍ବରୁ ମଧ୍ୟ ନିଆଳି ଅଞ୍ଚଳରେ ଜୈନିକ ବ୍ୟକ୍ତିଙ୍କ ଘରେ ବାରାହା ପଶି ଯାଇଥିଲା । ଫୁଲନଖରା ରେଞ୍ଜ ବିଭାଗ ପକ୍ଷରୁ ବାରାହାକୁ ଉଦ୍ଧାର କରାଯାଇଥିଲା । ଆଉ ଏବେ ପୁଣି ଦିନାସିଂହ ପାଟଣା ଗ୍ରାମରେ ବାରାହା ଆତଙ୍କ ଦେଖିବାକୁ ମିଳିଛି । ସେପଟେ ବନ ବିଭାଗର ଏକ ଟିମ ଘଟଣାର ଯାଂଚ କରୁଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.