ETV Bharat / state

ଗଡ଼ଗଡ଼ିଆ ଘାଟରେ କାଉଡିଆଙ୍କ ମେଳା

ବୋଲ ବମ୍...ହରହର ବମ୍ ଧ୍ବନିରେ ପ୍ରକମ୍ପିତ ହୋଉଛି ବିଭିନ୍ନ ଶୈବ ପୀଠ । କଟକ ଗଡଗଡିଆ ଘାଟରେ ମଧ୍ୟ କାଉଡିଆଙ୍କ ମେଳା ଲାଗିଛି । ଅଧିକ ପଢନ୍ତୁ

ଗଡ଼ଗଡ଼ିଆ ଘାଟରେ କାଉଡିଆଙ୍କ ମେଳା
ଗଡ଼ଗଡ଼ିଆ ଘାଟରେ କାଉଡିଆଙ୍କ ମେଳା
author img

By

Published : Jul 15, 2022, 8:40 PM IST

କଟକ: ଆରମ୍ଭ ହୋଇଛି ଶ୍ରାବଣ ମାସ । ଏହି ମାସର ସୋମବାରରେ ଦେବଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି କାଉଡ଼ିଆ ଭକ୍ତ । ତେବେ କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ଶ୍ରାବଣ ମାସରେ ବୋଲବମ ଯାତ୍ରା ବନ୍ଦ ରହିଥିଲା । ହେଲେ ଏଥର କଟକଣା ନଥିବାରୁ ଉତ୍ସାହିତ କାଉଡ଼ିଆ । ପୂର୍ବ ବର୍ଷ ଗୁଡ଼ିକ ଭଳି ଏଥର କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି କାଉଡିଆ ।

ଗଡ଼ଗଡ଼ିଆ ଘାଟରେ କାଉଡିଆଙ୍କ ମେଳା

ବୋଲ ବମ୍.. ହରହର ବମ ଧ୍ବନିରେ ପ୍ରକମ୍ପିତ ହୋଉଛି ବିଭିନ୍ନ ଶୈବ ପୀଠ । ଦିର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ମଧ୍ୟ ଏହି ଧ୍ବନିରେ ପ୍ରକମ୍ପିତ ହେଉଛନ୍ତି କଟକର ଐତିହାସିକ ଗଡ଼ଗଡ଼ିଆ ଘାଟ । ଶ୍ରାବଣ ମାସ ସୋମବାରରେ ଶିବଙ୍କ ମସ୍ତକରେ ଜଳଲାଗି କରିବା ପାଇଁ ଗଡଗଡ଼ିଆ ଘାଟରେ ଜମିଛି ବୋଲବମ ଭକ୍ତଙ୍କ ଭିଡ଼ । କାନ୍ଧରେ ବାହୁଙ୍ଗି ଓ ବାହୁଙ୍ଗିରେ କଳସ ଧାରଣ କରି ରାଜ୍ୟର ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡିଆ । ଖାଲି ପାଦରେ ପାଣି ଭାର ଧରି ଆଗକୁ ଆଗକୁ ମାଡି ଚାଲିଛନ୍ତି କାଉଡ଼ିଆ । ବିଶ୍ବାସ ରହିଛି ଏହି ମାସରେ ଭକ୍ତି ମନରେ ପ୍ରଭୁଙ୍କ ନାମ ଜପି ଜପି ଦେବ ଦେବ ମହାଦେବଙ୍କ ପାଖରେ ଜଳଲାଗି କଲେ ମନସ୍କାମନା ପୂରଣ ହୋଇଥାଏ ।

ଲିଙ୍ଗରାଜ, ଲୋକନାଥ, ଆରଡି ଭଳି ଶୈବପୀଠରେ ଜଳ ଲାଗି କରିବା ପାଇଁ ଆଜିଠାରୁ ଗଡଗଡ଼ିଆରେ କାଉଡ଼ିଆଙ୍କ ଧାଡି ଲାଗିଛି । ଘାଟରେ ପହଞ୍ଚିବା ପରେ କାଉଡ଼ିଆ ମାନେ ପ୍ରଥମେ ନଦୀରେ ବୁଡ଼ ପକାଇଥାନ୍ତି । ପରେ ନଦୀରୁ ମାଟି ଆଣି ନଦୀ ତୁଠରେ ଶିବ ଲିଙ୍ଗ ନିର୍ମାଣ କରି ପୂଜାରର୍ଚ୍ଚନା କରିଥାନ୍ତି । ଏହାପରେ ନଦୀ ଭିତରକୁ କଳସୀ ନେଇ ୭ ଥର ବୁଡ଼ ପକାଇ ପଛକୁ ୬ ଥର ପାଣି ଢାଳି ନଦୀରୁ ପାଣି ଆଣି ଥାଆନ୍ତି । ତେବେ ବିଭିନ୍ନ ଶୈବପୀଠକୁ ଯିବା ପୂର୍ବରୁ ପ୍ରସ୍ତୁତ କରିଥିବା ଲିଙ୍ଗ ଚାରିପଟେ ୭ ଥର ବୁଲିଥାଆନ୍ତି କାଉଡ଼ିଆ । ପରେ ବିଭିନ୍ନ ଶୈବପୀଠକୁ ଯାତ୍ରା କରାଯାଇଥାଏ ।

କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ଲଗି କରିବା ଭାର ନେଇ ଶ୍ରାବଣ ସୋମବାର ଦିନ ଶିବ ମନ୍ଦିରରେ ଜଳଲାଗି କରିବାର ପରମ୍ପରା ରହିଆସିଛି । ଏଥିପାଇଁ ଶ୍ରାବଣ ମାସରେ ଗଡଗଡ଼ିଆ ଘାଟକୁ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିବ ଭକ୍ତ ମାନଙ୍କର ସୁଅ ଛୁଟିଥାଏ । ବିଶେଷ କରି ଗୁରୁବାର ଠାରୁ ଆରମ୍ଭ କରି ରବିବାର ପର୍ଯ୍ୟନ୍ତ ଗଡଗଡ଼ିଆ ଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ତେବେ କୋଭିଡ କଟକଣା ହଟିବା ପରେ ଦୁଇ ବର୍ଷର ବ୍ୟବଧାନରେ ସେମାନଙ୍କୁ ପୁଣି ଏହି ଜଳଳାଗି କରିବାର ସୁଯୋଗ ମିଳିଥିବାରୁ ଖୁସି ପ୍ରକାଶ କରିଛନ୍ତି କାଉଡିଆ ।

ଦୁଇ ଦିନ ହେବ ଗଡଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ଼ ଜମିଥିବା ବେଳେ ନଦୀ ପାଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସତର୍କ ସୂଚନା କିମ୍ବା ଫଳକ ମଧ୍ୟ ଲଗାଯାଇ ନାହିଁ । ନଦୀ ଭିତରେ ଯଦି କୌଣସି ଅଘଟଣ ଘଟ ତେବେ ସେଥିପ୍ରତି କିଏ ଦାୟୀ ରହିବ ତାହା ସବୁଠୁ ବଡ ପ୍ରଶ୍ନ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.