କଟକ: ୩ ବର୍ଷ ପରେ ଥାନାରେ ରୁଜୁ ହେଲା ଦୁଷ୍କର୍ମକାରୀ ନାମରେ ମାମଲା। ରାଜ୍ୟ ମାନବଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ। ବରଗଡ଼ ଭେଡେନ ଥାନା ଅନ୍ତର୍ଗତ ରୂପାପଲ୍ଲୀ ଅଞ୍ଚଳରେ ଗତ 2016 ମସିହାରେ ୩ ଦଳିତ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ହୋଇଥିଲା ।
ସୂଚନାଯୋଗ୍ୟ, 2016 ମସିହାରେ ଭେଡେନ ଥାନା ଅନ୍ତର୍ଗତ ରୂପାପଲ୍ଲୀ ଗ୍ରାମର ୩ ଆଦିବାସୀ ମହିଳାଙ୍କୁ ଉକ୍ତ ଥାନାର କର୍ମଚାରୀ ଦୁଷ୍କର୍ମ କରିବାପରେ ଅପରାଧୀଙ୍କ ହାତକୁ ଟେକି ଦେଇଥିଲେ।
କୌଶଳ କ୍ରମେ ପୀଡିତାଙ୍କ ଭିତରୁ ଜଣେ ଖସି ଆସି ନିଜ ପରିବାରଙ୍କ ଆଗରେ ସମସ୍ତ କଥା କହିଥିଲେ । ତେବେ ଘଟଣାକୁ ନେଇ ପୀଡିତାଙ୍କ ପରିବାର ଲୋକ ଭେଡେନ ଥାନାରେ ଏତଲା ଦେବାକୁ ଯାଇଥିଲେ । ହେଲେ ସେମାନଙ୍କ ଏତଲା ଗ୍ରହଣ କରିନଥିଲେ ଭେଡେନ ଥାନା ଅଧିକାରୀ । ବାଧ୍ୟହୋଇ ଗତ 3 ତାରିଖ ମେ 1017ରେ ପୀଡିତା ରାଜ୍ୟ ମାନବଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କରିଥିଲେ ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ