ETV Bharat / state

ଶିବରାତ୍ରିର ଆଧ୍ୟାତ୍ମିକ ଅର୍ଥ କଣ ? ଶୁଣନ୍ତୁ କଣ କହୁଛନ୍ତି ପ୍ରଜାପିତା ବ୍ରହ୍ମକୁମାରୀ

author img

By

Published : Feb 18, 2023, 3:39 PM IST

ପବିତ୍ର ମହାଶିବରାତ୍ରୀ ଅବସରରେ କଟକ ସ୍ଥିତ ପ୍ରଜାପିତା ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟରେ ନିଆରା ଢଙ୍ଗରେ ଜାଗର ଉତ୍ସବ ପାଳନ ହୋଇଛି । ଅଧିକ ପଢ଼ନ୍ତୁ

ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟରେ ଜାଗର ପାଳନ
mahashivratri at brahmakumari university

ଶିବରାତ୍ରିର ଆଧ୍ୟାତ୍ମିକ ଅର୍ଥ କଣ

କଟକ: ସାରା ଦେଶରେ ଆଜି ପାଳିତ ହେଉଛି ମହାଶିବରାତ୍ରୀ । ଏହି କ୍ରମରେ ପ୍ରଜାପିତା ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟରେ ନିଆରା ଢଙ୍ଗରେ ଜାଗର ଉତ୍ସବ ପାଳିତ ହୋଇଛି । ମହାଦେବଙ୍କ ନିକଟରେ ପ୍ରତିଜ୍ଞା ପୂର୍ବକ ଏହି ଦିନରେ ନିଜର ଈଶ୍ୱରୀୟ ଭାବନାକୁ ପ୍ରକାଶ କରିଛନ୍ତି ପ୍ରଜାପିତ ବ୍ରହ୍ମକୁମାରୀ । ଦୀର୍ଘ ଦୁଇ ବର୍ଷ ପରେ ପ୍ରଜାପିତା ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟରେ ଶହଶହ ଭକ୍ତ ଏକତ୍ରିତ ହୋଇ ମହାଡମ୍ବରରେ ଜାଗର ପାଳନ କରିଛନ୍ତି ।

ଶିବଙ୍କ ସହ ରାତ୍ରିକୁ କାହିଁକି ଯୋଡ଼ାଯାଏ ? ଏହାର ଉତ୍ତର ରଖିଛନ୍ତି ପ୍ରଜାପିତା ବ୍ରହ୍ମକୁମାରୀ । ଶିବ ହେଉଛନ୍ତି ସତ୍ୟମ ଶିବମ ସୁନ୍ଦରମ । ଶିବ ହେଉଛନ୍ତି କଲ୍ୟାଣକାରୀ ଓ ସୌନ୍ଦର୍ଯ୍ୟର ଗନ୍ତା ଘର । ପବିତ୍ର ନିରାକାର, ଜ୍ୟୋତିର୍ବିନ୍ଦୁ । ରାତ୍ରିର ଅର୍ଥ ମଣିଷ ସର୍ବଦା ଅନ୍ଧକାର ମଧ୍ୟରେ ରହିଥାଏ । ଯେଉଁଠି ଆଲୋକର ଅବକାଶ କରିବା ଏହି ଜାଗର ରାତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ବ୍ରହ୍ମକୁମାରୀ । ଜାଗର ରାତିରେ ଦୀପ ଜାଳିବାର ଅର୍ଥ ମଣିଷ ଶରୀରର ମାଲିକ ହେଉଛି ଆତ୍ମା ।

ଆଉ ଏହି ଆତ୍ମାକୁ ବର୍ତ୍ତମାନ ମାୟାର ଅନ୍ଧକାର ଘେରି ରଖିଛି । ଯାହାଦ୍ୱାରା ମଣିଷ ପତନ ମୁଁହା ହେଉଛି । ତେବେ ଆଜିର ଦିନରେ ଠାକୁରଙ୍କ ନିକଟରେ ଭୋଗଲାଗି କରିବା ମଧ୍ୟ ଆବଶ୍ୟକ। ଏହାସହ ଉପବାସ କରିବା ମଧ୍ୟ ନିତ୍ୟନ୍ତ ଜରୁରୀ । ଉପବାସ ଅର୍ଥ ପ୍ରଭୁଙ୍କ ନିକଟରେ ରହିବା । ଯାହାଦ୍ୱାରା ମଣିଷ ଶରୀରରୁ ଅନ୍ଧକାର ରୂପକ ମାୟା ଦୂର ହେବ। ଆତ୍ମାର ଶିଖା ଭଳି ଦୀପ ପ୍ରଜ୍ଜ୍ବଳିତ ହେବ । ତେବେ ଯାଇ ମଣିଷ ପ୍ରକୃତ ମାନବ ଜୀବନର ସାର୍ଥକତା ଉପଲବ୍ଧି କରି ପାରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସମୟରେ ମଣିଷ ସମସ୍ତ ପୂଜା ରୀତିନୀତି କରୁଛି । କିନ୍ତୁ ସେଥିରେ ମଧ୍ୟ ପାପର ଭାର ବଡି ଚାଲିଛି ।

ଯାହା କେବଳ ମାୟା ରୂପକ ଅନ୍ଧକାର କରୁଛି । ତେବେ ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜିର ପବିତ୍ର ଦିନରେ ସଂକଳ୍ପ ନେଇ ମଣିଷ ଜୀବନରେ ଉଜ୍ଜ୍ଵଳତା ପରି ପ୍ରକାଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ଅନୁଷ୍ଠିତ ଏହି ପୂଜା ରୀତିନୀତିରେ ପ୍ରଥମେ ସମସ୍ତ ଅନୁଗାମୀ ଏକତ୍ର ହୋଇ ପୂଜା କରିବା ସହ ସଂକଳ୍ପ ନେଇଛନ୍ତି । ଏହାପରେ କେକ କାଟିବା ଓ ପରସ୍ପର ମଧ୍ୟରେ ପ୍ରସାଦ ବାଣ୍ଟିବା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନ୍ୟ ପକ୍ଷରେ କଟକର ସମସ୍ତ ଶୈବ ପୀଠରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ପୋଲିସ ସୁରକ୍ଷା ମଧ୍ୟରେ ପୂଜାର୍ଚ୍ଚନା ଜାରି ରହିଛି । ବିଶେଷକରି ଧବଳେଶ୍ବର , ହଂସନାଥ , ପରମହଂସନାଥ ମନ୍ଦିରରେ ଜାରି ରହିଛି ପୂଜାର୍ଚ୍ଚନା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.