ETV Bharat / state

ଓଡିଶାରେ ସପ୍ତାହନ୍ତ ସଟଡାଉନ ପ୍ରଭାବ - weekend shutdown in jajpur

ରାଜ୍ୟରେ ଆଜିଠୁ ସପ୍ତାହାନ୍ତ ସଟଡାଉନ
ରାଜ୍ୟରେ ଆଜିଠୁ ସପ୍ତାହାନ୍ତ ସଟଡାଉନ
author img

By

Published : Apr 24, 2021, 1:38 PM IST

Updated : Apr 24, 2021, 8:02 PM IST

19:25 April 24

ଆନନ୍ଦପୁରରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ

ଆନନ୍ଦପୁରରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ

ଆନନ୍ଦପୁର : ସଂକ୍ରମଣକୁ ରୋକିବା ପାଇଁ ଦେଶ ସମେତ ରାଜ୍ୟରେ କଡାକଡି ପାଳନ ହେଉଛି କୋଭିଡ ନିୟମ । ଏହି କୋରୋନାର ଚେନକୁ କାଟିବାକୁ ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି । ଆଜି(ଶନିବାର) ଏହି ସପ୍ତାହାନ୍ତ ସଟଡାଉନର ପ୍ରଥମ ଦିନ ।  

ଏହି ଘୋଷଣାପରେ ଆନନ୍ଦପୁର ପୌରାଞ୍ଚଳ ବିଭ୍ନିନି ସ୍ଥାନରେ ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଏନେଇ ସବୁଠି ପୋଲିସ ପକ୍ଷରୁ କଡା ଚେକିଂ କରାଯାଉଛି । ବିଶେଷ କରି ମାସ୍କ ଚେକିଂକୁ କଡାକଡି କରିଛି ପୋଲିସ । ଏଥିରେ କେବଳ ଅତ୍ୟାବଶ୍ୟକୀୟ ସେବା, ଔଷଧ ଦୋକାନ, ଏଟିଏମ୍, କ୍ଷୀର ଦୋକାନ, ପେଟ୍ରୋଲ ପମ୍ପ ଖୋଲା ରହିବା ସହ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ଆନନ୍ଦପୁରରୁ ସମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

19:23 April 24

ଅନୁଗୋଳରେ ସପ୍ତାହାନ୍ତ ସଟଡାଉନ, ସବୁ ଛକ ଓ ବଜାର ଅଞ୍ଚଳରେ ଯାଞ୍ଚ

ଅନୁଗୋଳରେ ସପ୍ତାହାନ୍ତ ସଟଡାଉନ, ସବୁ ଛକ ଓ ବଜାର ଅଞ୍ଚଚଳରେ ଯାଞ୍ଚ

ଅନୁଗୋଳ: ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଆଜି ଠାରୁ ଅନୁଗୋଳ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହେଉଛି ସପ୍ତାହାନ୍ତ ସଡଟଡାଉନ।

ଏହି ସଟଡାଉନ କେବଳ ସହର ନୁହେଁ ବରଂ ଜିଲ୍ଲାର କେତେକ ସହର ପାଖ ଗ୍ରାମାଞ୍ଚଳରେ ଲାଗୁ କରାଯାଇଛି । ଜିଲ୍ଲାର ଚାରୋଟି ଉପଖଣ୍ଡ ସମେତ ସମସ୍ତ ଆଠଟି ଯାକ ବ୍ଲକ ମୁଖ୍ୟାଳୟରେ ଏହି ସପ୍ତାହ ଶେଷ ଦୁଇ ଦିନ ସଟଡାଉନ କରାଯାଇଛି । ଜିଲ୍ଲାର ପାଲଲହଡ଼ା ଠାରୁ ଆରମ୍ଭ କରି ଆଠମଲ୍ଲିକର କିଆକଟା ଆଦି ଛକ ଗୁଡ଼ିକରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଖାଲି ସେତିକି ନୁହଁ, ଯେଉଁ ସବୁ ବଜାର ଅଞ୍ଚଳରେ ଯେଉଁଠାରେ ଲୋକଙ୍କ ଯିବା ଆସିବା ଅଧିକ ରହୁଛି ସେସବୁ ସ୍ଥାନକୁ ମଧ୍ୟ ସଟଡାଉନ କରାଯାଇଛି ।

ସବୁ ଛକ ଓ ବଜାର ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି । ନିହାତି କାମ ନଥିବା ଲୋକ ଯଦି ବାହାରକୁ ବାହାରିଛନ୍ତି ସେମାନଙ୍କୁ ପୋଲିସ ତାଗିଦ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

19:21 April 24

ସପ୍ତାହାନ୍ତ ସଟଡାଉନରେ ସହିଦ ଭଗତ୍ ସିଂ ଯୁବକ ସଂଘର ଖାଦ୍ୟ ବଣ୍ଟନ

ଯାଜପୁର: ମାଡି ଆସୁଛି କୋରୋନାର 2ୟ ଲହର । ଦୀର୍ଘ ପ୍ରାୟ 9 ମାସର ବ୍ୟବଧାନ ପରେ ଆଜି ଠାରୁ ପୁନର୍ବାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ନିୟମ ଜାରି ହୋଇଛି । ଯାଜପୁର ସଦର ମହକୁମା ଓ ବ୍ୟାସନଗର ସହରରେ ସଟଡାଉନ କଟକଣାକୁ କଡାକଡି ଭାବେ ପାଳନ କରାଯାଇଛି ।  

ଏହାର ପ୍ରଭାବରେ ପେଶି ହୋଇଛନ୍ତି ଅବହେଳିତ ଓ ଅସହାୟ ବର୍ଗର ଲୋକ । ଯାହାକୁ ଦୃଷ୍ଟିରେ ରଖି ସହିଦ ଭଗତ୍ ସିଂ ଯୁବକ ସଂଘ ପକ୍ଷରୁ ଯାଜପୁର ରୋଡ ଷ୍ଟେସନବଜାର ଓ ବସଷ୍ଟାଣ୍ଡ ସମେତ ବିଭିନ୍ନ ଅଞ୍ଚଳରେ ଅବହେଳିତ ଅବସ୍ଥାରେ ପଡିରହିଥିବା ଦରିଦ୍ର ଅସହାୟ ଲୋକଙ୍କୁ  ରନ୍ଧା ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।  

ବିଭିନ୍ନ ସ୍ଥାନରେ ଏଭଳି ଅସହାୟ ବ୍ୟକ୍ତି, ଭିନ୍ନକ୍ଷମ, ମସ୍ତିସ୍କ ବିକୃତ, ଭିକ୍ଷୁକ, ଭିକ୍ଷୁଣୀ ଓ ଦିନ ମଜୁରିଆ ଶ୍ରେଣୀର ଲୋକଙ୍କୁ ଯୁବକ ସଂଘ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଭାତ, ଡାଲି, ତରକାରୀ, ଅଣ୍ଡା ଆଦି ବିଭିନ୍ନ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଲୋକମାନେ ମଧ୍ୟ ଏହାକୁ ଭକ୍ଷଣ କରି ନିଜର କ୍ଷୁଧା ମେଣ୍ଟାଇ ପାରୁଥିବା କହିଛନ୍ତି ।  

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

18:13 April 24

ରାୟଗଡ଼ାରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ

ରାୟଗଡ଼ାରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ

ରାୟଗଡ଼ା: ରାୟଗଡ଼ାରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନିଅଙ୍କ ଛୁଇଁ ୧୧୬ ରେ ପହଞ୍ଚିଲାଣି । ଏପରିକି ଚିକିତ୍ସାଧୀନ ଅବସ୍ଥାରେ ଅନେକ ମୃତ୍ୟୁବରଣ କରିଥିବା ଖବର ପହଞ୍ଚୁଛି । ରାୟଗଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ଗ୍ରାଫ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି ।  

ରାୟଗଡା ସହରରେ ସଂକ୍ରମଣ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବାରୁ ସହରବାସୀଙ୍କୁ ଅଧିକ ସତର୍କ ରହିବା ପାଇଁ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆହ୍ବାନ ଜଣାଇଛନ୍ତି । ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଆଜିଠାରୁ ଦୁଇଦିନିଆ ସଟଡାଉନ ଘୋଷଣା ହୋଇଛି । ଫଳରେ ରାୟଗଡା, ମୁନିଗୁଡା, ବିଷମକଟକ, ଗୁଣପୁର ଏବଂ ଗୁଡାରି ଅଞ୍ଚଳରେ ଏହି ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି ।  

ଔଷଧ ଦୋକାନ ଭଳି ଅତ୍ୟାବଶକୀୟ ସାମଗ୍ରୀ ସେବା ସ୍ଵାଭାବିକ ଥିବାବେଳେ ଯାନବାହାନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି । ତେବେ ସର୍ବଦା ମୁହଁରେ ମାସ୍କ ସାଙ୍ଗକୁ ସାମାଜିକ ଦୂରତା ପାଳନ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ତେବେ ସହରରେ ଅମାନିଆଙ୍କ ଯୋଗୁଁ ସଂକ୍ରମଣ ଅଧିକ ହେବାରେ ଲାଗିଛି ବୋଲି କୁହାଯାଇଛି । ତେବେ ଏସବୁକୁ ନିୟନ୍ତ୍ରଣ କରିବାକୁ ପୋଲିସ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ ଅଧିକ କଡା କରିବା ପାଇଁ ରାୟଗଡା ଏସପି ନିର୍ଦ୍ଦେଶ ଦେଇଛନ୍ତି ।  

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

18:11 April 24

ବୌଦ୍ଧ ପୌରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ

ବୌଦ୍ଧ ପୌରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ

ବୌଦ୍ଧ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ ମତେ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ କରାଯାଇଛି । ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳକୁ ସପ୍ତାହାନ୍ତ ଦୁଇ ଦିନିଆ ସଟଡାଉନ କଡାକଡି ଭାବରେ ପାଳନ କରାଯାଉଛି ।  

ଶନିବାର ସକାଳୁ ବୌଦ୍ଧ ପୋଲିସ ସହରର ବୁଟୁପାଲି ଓ ମହାନଦୀ ସେତୁଛକ ନିକଟରେ ସହରର ପ୍ରବେଶ ପଥକୁ ସିଲ କରିବା ସହ ଚେକିଂକୁ ଜୋରଦାର କରିଥିଲା । ଗାଡି-ମୋଟର, ଦୋକାନ-ବଜାର ଠାରୁ ଆରମ୍ଭ କରି କେବଳ ଅତ୍ୟାବଶ୍ୟକୀୟ ସେବାକୁ ଛାଡିଦେଲେ ଅନ୍ୟ ସବୁ ପ୍ରତିଷ୍ଠାନ ଓ ଅଫିସ ବନ୍ଦ ରହିଥିଲା । ମହାନଦୀ ସେତୁଛକ ଗ୍ରାମାଞ୍ଚଳ ସହିତ ଅନ୍ୟ ତିନୋଟି ଜିଲ୍ଲାର ପ୍ରବେଶ ପଥ ହୋଇଥିବାରୁ ଉକ୍ତ ସ୍ଥାନରେ ଦିନ ତମାମ ପୋଲିସ ପଇଁତରା ମାରି ବହିରାଗତ ଲୋକଙ୍କୁ ପ୍ରବେଶ ପାଇଁ ବାରଣ କରିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

17:48 April 24

ବଲାଙ୍ଗୀରରେ ସପ୍ତାହନ୍ତ ସଟଡାଉନ୍, ପୋଲିସର କଡାକଡି ଯାଞ୍ଚ

ବଲାଙ୍ଗୀରରେ ସପ୍ତାହାନ୍ତ ସଟଡାଉନ୍, ପୋଲିସର କଡାକଡି ଯାଞ୍ଚ

ବଲାଙ୍ଗୀର: ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ଲାଗି ସହର ଖାଁ ଖାଁ । ସହରର ବିଭିନ୍ନ ଛକରେ ପୋଲିସ ମୁତୟନ ରହି ଯାଞ୍ଚ କଡାକଡି କରୁଛି । ତା’ ସହ ସହରର ସବୁ ପ୍ରବେଶ ପଥରେ ପୋଲିସ ନାକାବନ୍ଦୀ କରିଛି । ସଟଡାଉନ୍ ଯୋଗୁଁ ସହରର ସବୁ ଦୋକାନ ବଜାର ବନ୍ଦ ରହିଛି ।  

ଅତି ଜରୁରୀ କାମ ନଥିଲେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି । ଜିଲ୍ଲାରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ତେଣୁ କରୋନା ଚେନକୁ ବ୍ରେକ କରିବା ପାଇଁ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ କରାଯାଉଛି । ତା’ ସହ ପ୍ରତିଦିନ ସନ୍ଧ୍ୟା ୬ଟାରୁ ସକାଳ ୫ ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିଛି । ଏହା ସତ୍ତ୍ବେ ଜିଲ୍ଲାରେ ଅଣାୟତ୍ତ ହେବାରେ ଲାଗିଛି କରୋନା । ଆଜି ଜିଲ୍ଲାରେ ୨୩୪ କରୋନା ରୋଗୀ ଚିହ୍ନଟ ହେବା ସହ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ଜିଲ୍ଲାରେ ମୋଟ ସକ୍ରିୟ ସଂଖ୍ୟା ୧୬୮୪ ଥିବାବେଳେ କରୋନାରେ ୪୯ ଜଣଙ୍କ ଜୀବନ ଗଲାଣି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

17:26 April 24

ଭଦ୍ରକରେ ସପ୍ତାହାନ୍ତ ସଟଡାଉନ, ପ୍ରବାସୀଙ୍କ ଉପରେ କଡା ନଜର

ଭଦ୍ରକ : ଆଜି ଭଦ୍ରକ ଜିଲ୍ଲାରେ ସଂକ୍ରମଣ ବୃଦ୍ଧିରେ କିଛିଟା ବ୍ରେକ ଲାଗିଛି । ତଥାପି ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରେ ଗତକାଲି 86 କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି 41 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8306 ହୋଇଛି । ଏମାନଙ୍କ ମଧ୍ୟରୁ 7727 ଜଣ ସୁସ୍ଥ ହୋଇଛନ୍ତି । ଅଦ୍ୟାବଧି ଜିଲ୍ଲାରେ 552 ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ 27 ଜଣ ପ୍ରାଣ ହରାଇ ସାରିଛନ୍ତି ।  

ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଜାରି ରହିଛି ସପ୍ତାହାନ୍ତ ସଟଡାଉନ । ତେବେ କରୋନା ମହାମାରୀର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବା ପାଇଁ ଭଦ୍ରକ ଜିଲ୍ଲାରେ ଆଜିଠାରୁ ଜାରି ହୋଇଛି ସଟଡାଉନ ।  

ପୂର୍ବରୁ ସଟଡାଉନ ନିୟମକୁ ଯେପରି କଡାକଡି ଭାବେ ଲାଗୁ କରାଯାଇଥିଲା, ସେହିପରି ନୂତନ ଭାବେ ଏହି ଦୁଇ ଦିନିଆ ସଟଡାଉନ କଟକଣାକୁ ମଧ୍ୟ ଜିଲ୍ଲାରେ ଲାଗୁ କରାଯାଇଛି । ସଟଡାଉନ ଯୋଗୁଁ ସମ୍ପୂର୍ଣ୍ଣ ସହର ଜନଶୂନ୍ୟ ହୋଇଯାଇଛି । ଦୋକାନ ବଜାର ମଧ୍ଯ ବନ୍ଦ ରହିଛି ।  

ଭଦ୍ରକ ଜିଲ୍ଲାର ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ସହରାଞ୍ଚଳ ସମେତ ଭଦ୍ରକ ସହରାଞ୍ଚଳକୁ ଲାଗି ରହିଥିବା ରାନ୍ଦିଆ, ସାମରାଇପୁର, ଏରେଇଁ ପଞ୍ଚାୟତ ଗୁଡିକରେ ମଧ୍ୟ ଏହି କଟକଣା ଜାରି ରହିବ। ବିଶେଷ କରି ବିଭିନ୍ନ ରାଜ୍ୟରୁ ଫେରିଥିବା ପ୍ରବାସୀ ମାନଙ୍କ କ୍ଷେତ୍ରରେ କରୋନା ଲକ୍ଷଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ମୋଟାମୋଟି ଅତ୍ୟାବଶ୍ୟକ ଜରୁରୀକାଳିନ ସେବା ଛାଡି ଦେଲେ ସଟଡାଉନ ସମୟରେ ସବୁ ଠପ ହୋଇଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

17:18 April 24

ବ୍ରହ୍ମପୁରରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ

ବ୍ରହ୍ମପୁରରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ

ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଜାରି ରହିଥିବାବେଳେ ଏହାର ବେଶ ପ୍ରଭାବ ଦେଖିବାକୁ ମିଳିଛି ରେଶମ ସହର ବ୍ରହ୍ମପୁର ସହରରେ । ସଟଡାଉନ ଯୋଗୁଁ ଅତ୍ୟାବଶ୍ୟକୀୟ କାର୍ଯ୍ୟକୁ ଛାଡି ଦେଲେ କେହି ବାହାରକୁ ବାହାରିବା ଦେଖିବାକୁ ମିଳିନଥିଲା ।  

ସାରା ସହରର ପ୍ରମୁଖ ସ୍ଥାନ ରାସ୍ତାଘାଟ ଏକ ପ୍ରକାର ଖାଁ ଖାଁ ରହିଥିବାବେଳେ ପ୍ରମୁଖ ପଏଣ୍ଟରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ସେପଟେ ପ୍ରଥମ ଦିନର ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ସମେତ ପ୍ରଶାସନିକ ବରିଷ୍ଠ ଅଧିକାରୀମାନେ । ଏହି ଅବସରରେ ସହରର ସ୍ଥିତି ଅନୁଧ୍ୟାନ କରୁଥିବା ସମୟରେ ନିଗମର କମିଶନରଙ୍କ ସମେତ ଏନଫୋର୍ସମେଣ୍ଟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

17:00 April 24

ପୁରୀରେ ସପ୍ତାହାନ୍ତ ସଟଡାଉନ: ବଡ଼ ଦାଣ୍ଡ-ବସଷ୍ଟାଣ୍ଡ, ସମୁଦ୍ରକୂଳ ଖାଁ ଖାଁ

ପୁରୀରେ ସପ୍ତାହାନ୍ତ ସଟଡାଉନ, ବଡ଼ ଦାଣ୍ଡ, ବସଷ୍ଟାଣ୍ଡ, ସମୁଦ୍ର କୁଳ ଖାଁ ଖାଁ

ପୁରୀ: ଆଜି ଠାରୁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଆରମ୍ଭ ହୋଇଛି । ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ପାଳନ ହେବ । କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ଏଣୁ ପୁରୀ ସହରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।  

ବଡ଼ ଦାଣ୍ଡ, ବସଷ୍ଟାଣ୍ଡ, ସମୁଦ୍ରକୂଳ ଖାଁ ଖାଁ ଲାଗୁଛି । ସବୁଠି ପୋଲିସ ଜଗି ରହିଛନ୍ତି । କେବଳ ଜରୁରୀ କାମ ଥିବା ବ୍ୟକ୍ତିଙ୍କୁ ପୋଲିସ ପଚରା ଉଚରା ପରେ ଛଡା ଯାଉଛି । ସେପଟେ ପୁରୀରେ ହୋଟେଲ ପୁଣି ନୂଆ କଟକଣା ଜାରି କରାଯାଇଛି ହୋଟେଲମାନଙ୍କ ପାଇଁ । କୌଣସି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ହୋଟେଲରେ ନରଖିବା ପାଇଁ ସବୁ ହୋଟେଲଙ୍କୁ ନିର୍ଦ୍ଦେଶ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ ।  

ପଶ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟଣ୍ଟ କୋଭିଡ ଭାଇରସ ଠାବ ପରେ ପୁରୀକୁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ହୋଟେଲରେ ନରଖିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏ ନେଇ ସ୍ୱତନ୍ତ୍ର ଟିମ ବିଭିନ୍ନ ହୋଟେଲ ବୁଲି ସ୍ଥିତି ଯାଞ୍ଚ କରୁଛି । ତେବେ କୋଭିଡ ଚେନକୁ ରୋକିବା ପାଇଁ ହୋଇଥିବା ସପ୍ତାହାନ୍ତ ସଟଡାଉନକୁ ସମସ୍ତ ଜନ ସାଧାରଣ ମାନିବାକୁ ପୁରୀ ଉପ ଜିଲ୍ଲାପାଳ ନିବେଦନ କରିଛନ୍ତି । ଅତି ଜରୁରୀ ଥିଲେ ମୁହଁରେ ମାସ୍କ ପିନ୍ଧି ଘରୁ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

16:40 April 24

ରାଜଧାନୀରେ ସପ୍ତାହାନ୍ତ ସଟଡାଉନ, ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ବର : ଆରମ୍ଭ ହୋଇଛି ସପ୍ତାହାନ୍ତ ସଟଡାଉନ । ଏହାର ପ୍ରବାହ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରରେ । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରୀମାନେ ଅପେକ୍ଷା କରି ରହିଛନ୍ତି । ତା ଛଡା ରାସ୍ତା ଘାଟରେ କିଛି ଲୋକଙ୍କୁ ଦେଖିବାକୁ ମିଳୁଛି । ସେମାନେ ନିଜର ପରିଚୟତ୍ର ଦେଖାଇ ଯିବା ଆସିବା କରୁଛନ୍ତି । କେତେକ ବସ ଚାଲୁଥିବାର ଦେଖିବାକୁ ମିଳିଛି । ସେହିପରି ରେଲୱେ ଷ୍ଟେସନରେ ଯାତ୍ରୀମାନଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

16:23 April 24

ଢେଙ୍କାନାଳରେ ସପ୍ତାହାନ୍ତ ସଟଡାଉନ କଡାକଡି

ଢେଙ୍କାନାଳରେ ସପ୍ତାହାନ୍ତ ସର୍ଟ ଡାଉନ କଡାକଡି

ଢେଙ୍କାନାଳ: କୋରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମଣ ହୁ ହୁ ବଢୁଛି । ଆଜି ଯାଏଁ ଢେଙ୍କାନାଳ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୫ ହଜାର ୯ ସହ ୮୪ ରେ ପହଞ୍ଚିଥିବାବେଳେ ୨୧୨ ଜଣ ଆକ୍ଟିଭ ରହିଥିବା ଜଣାପଡିଛି । ଏପରି ସ୍ଥିତିରେ ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଢେଙ୍କାନାଳ ଜିଲ୍ଲାର ସ୍ଥିତି ଟିକିଏ ଭଲ ରହିଥିଲେ ମଧ୍ୟ ଗତ ବର୍ଷ ତୁଳନାରେ ଚଳିତ ଥର ଢେର ଅଧିକ ରହିଛି ।  

ଆଜି ଠାରୁ ସପ୍ତାହାନ୍ତ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ଫଳରେ ଢେଙ୍କାନାଳରେ ପୁଲିସ ଏ ଦିଗରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏପରିକି ସହରର ବିଭିନ୍ନ ଜାଗାରେ ପୋଲିସ ପକ୍ଷରୁ ଅମାନିଆଙ୍କୁ କଡା ତାଗିଦ କରୁଥିବା ଦେଖାଯାଉଛି । ସହରର ବିଭିନ୍ନ ଦୋକାନ-ବଜାର, ବ୍ୟାଙ୍କ, ପୋଷ୍ଟ ଅଫିସ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି । କେବଳ କାଁ ଭାଁ ମେଡ଼ିସିନ ଦୋକାନ ଖୋଲାଥିବା ଦେଖିବାକୁ ମିଳିଛି ।  

କହିବାକୁ ଗଲେ ସାଧାରଣ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଠପ ହୋଇଯାଇଥିବା ପରିଲକ୍ଷିତ ହୋଇଛି । ଲୋକମାନେ ସ୍ୱତଃପ୍ରଭୃତ ଭାବେ ଏହି କଟକଣାକୁ ସମର୍ଥନ ଦେଉଥିବା ଜଣାପଡିଛି । ତଥାପି ଅମାନିଆଙ୍କୁ ତାଗିଦ କରି ପୋଲିସ ପକ୍ଷରୁ ସଚେତନ କରୁଥିବା ପ୍ରକାଶ କରିଛନ୍ତି ଟାଉନ ଥାନା ଅଧିକାରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

15:53 April 24

ପାରାଦ୍ୱୀପ ସହରରେ ସପ୍ତାହାନ୍ତ ସଟଡାଉନକୁ ସାଧାରଣରେ ସମର୍ଥନ

ପାରାଦ୍ୱୀପ ସହରରେ ସପ୍ତାହନ୍ତ ସଟଡାଉନକୁ ସାଧାରଣରେ ସମର୍ଥନ

ଜଗତସିଂହପୁର : ପାରାଦ୍ୱୀପ ସହରରେ ସପ୍ତାହାନ୍ତ ସଟଡାଉନକୁ ସାଧାରଣରେ ସମର୍ଥନ ମିଳିଛି । କରୋନାର ଦ୍ଵିତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମେ ରାଜ୍ୟର 20ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିବା ପରେ ଆଜି ଏହା ଲାଗୁ ହୋଇଛି ।

ବନ୍ଦରନଗରୀ ପାରାଦ୍ୱୀପ ଓ ଏହାର ଆଖପାଖ ଅଞ୍ଚଳ କୁଜଙ୍ଗ, ଭୂତମୁଣ୍ଡାଇ, ପାରାଦ୍ୱୀପ ଗଡ଼ ଅଞ୍ଚଳରେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ କରାଯିବା ସହ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯାଇଛି । କାଁ ଭାଁ କିଛି ଲୋକ ଯିବାଆସିବା କରୁଥିବା ଦେଖିବାକୁ ମିଳିଥିବା ସମୟରେ ପାରାଦ୍ୱୀପ ବନ୍ଦର ଓ ସ୍ଥାନୀୟ ଶିଳ୍ପ ସଂସ୍ଥାନ ମାନଙ୍କରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଛାଡିଦେଲେ ରାସ୍ତା ଘାଟ ଓ ବଜାର ମାନ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଅମାନିଆଙ୍କ ଉପରେ ନଜର ରଖିବା ପାଇଁ ପୋଲିସ ପକ୍ଷରୁ କଡା ନଜର ରଖାଯାଇଛି । ତେବେ ପାରାଦ୍ୱୀପ ପୌରପରିଷଦ ଅଞ୍ଚଳର ବିଭିନ୍ନ ଜନଗହଳିପୁର୍ଣ୍ଣ ସ୍ଥାନ ଯଥା ପାରାଦ୍ୱୀପର ବସ୍ତିଅଞ୍ଚଳ ସମ୍ପୂର୍ଣ୍ଣ ଶୂନଶାନ ଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

14:25 April 24

ଭଞ୍ଜନଗରରେ ସପ୍ତାହନ୍ତ ସଟଡାଉନ, ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ସବୁ ଦୋକାନ ବନ୍ଦ

ଭଞ୍ଜନଗର: ପୁଣି ତାଣ୍ଡବ ରଚିଲା କୋରୋନା ମହାମାରୀର ଦ୍ଵିତୀୟ ଲହରୀ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଆସିକା, ସୋରଡ଼ା, ବୁଗୁଡ଼ା ଓ ପୋଲସରା ଅଞ୍ଚଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଡିବାରେ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ଆଉ ସବୁ ଦୋକାନ ବଜାର, ସପିଙ୍ଗ ମଲ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଆବଶ୍ୟକତା ନ ଥିଲେ ଘରୁ ବାହାରକୁ ବାହାରିବାକୁ  ବାରଣ କରାଯାଇଛି । ଏପଟେ ସହରରେ ପୋଲିସ ପଇଁତରା ମାରୁଛି । ମାସ୍କ ପିନ୍ଧିବାକୁ ଲୋକଙ୍କୁ ସଚେତନ କରୁଥିବାବେଳେ କିଛି ଅମାନିଆକୁ ସାବାଡ଼ କରିବାକୁ ଯାଇ ଫାଇନ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।  ଅନ୍ୟପଟେ କୋରୋନାର ଦ୍ବିତୀୟ ଲହରୀ ଦିନକୁଦିନ ଭୟଙ୍କର ହେଉଥିବାବେଳେ ଜିଲ୍ଲାରେ ଚାରିଦିନରେ ପାଞ୍ଚ ସାମ୍ବାଦିକଙ୍କ  ମୃତ୍ୟୁ ହୋଇଛି । ତେଣୁ ସମସ୍ତ ସାମ୍ବାଦିକ ନିଜ ଅମୁଲ୍ୟ ଜୀବନକୁ ସୁରକ୍ଷିତ ରଖି ଖବର ସଂଗ୍ରହ କରିବାକୁ ଭଞ୍ଜନଗର ପ୍ରେସକ୍ଲବ ସଭାପତି ଅନୁରୋଧ କରିଛନ୍ତି ।  

14:23 April 24

ଆଜିଠୁ ସପ୍ତାହାନ୍ତ ସଟଡାଉନ: ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ

ବାଲେଶ୍ବର: କୋରୋନାର ଦ୍ଵିତୀୟ ଲହର ଯୋଗୁଁ ଆଜିଠାରୁ ପ୍ରତି ଶନିବାର ଓ ରବିବାର ରାଜ୍ୟ ସାରା ସଟଡାଉନ ଘୋଷଣା କରାଯାଇଛି । ଏନେଇ ବାଲେଶ୍ଵରରେ ମଧ୍ୟ ବିଭିନ୍ନ ସ୍ଥାନରେ କଡାକଡି ଭାବେ ସଟଡାଉନ କରାଯାଇଛି । ଛକଛକରେ ପୋଲିସ ପହରା ଦେଇଛନ୍ତି । ସେହିପରି ପଶ୍ଚିମବଙ୍ଗ ସୀମାରେ ମଧ୍ୟ ଚେକିଂ କରାଯାଉଛି । ପୂର୍ବଥର ଅପେକ୍ଷା ଚଳିତ ଥର ଲୋକମାନେ ସଚେତନ ହୋଇଛନ୍ତି । ଆସନ୍ତା ମେ ଏକ ତାରିଖରୁ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଥିବା ବେଳେ ସହରରେ ଏକ କଲ୍ୟାଣମଣ୍ଡପକୁ ଅସ୍ଥାୟୀ କ୍ବାରେଣ୍ଟାଇନ ସେଣ୍ଟର କରାଯାଇଛି । ସେହିପରି ଦୈନିକ 500ରୁ ଉର୍ଦ୍ଧ୍ଵ ଆରଟିପିସିଆର ଓ 1500 ରୁ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଷ୍ଟେସନରେ ମଧ୍ୟ ଟ୍ରେନରେ ଆସୁଥିବା ଯାତ୍ରୀଙ୍କର କୋଭିଡ ପରୀକ୍ଷା କରାଯାଉଛି । ବିଶେଷ କରି ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ସେଠାରୁ ଆସୁଥିବା ଲୋକଙ୍କ ପାଇଁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ତେବେ ସପ୍ତାହନ୍ତ ସଟଡାଉନ କୋଭିଡ ସଂକ୍ରମଣ ରୋକିବାରେ ସହାୟକ ହେବ ବୋଲି କୁହାଯାଉଛି ।  

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

14:00 April 24

କଟକରେ ସପ୍ତାହନ୍ତ ସଟଡାଉନ, ଗଳି ଗଳି ବୁଲି ଫ୍ଲାଗମାର୍ଚ୍ଚ କଲା ପୋଲିସ

କଟକ: କୋରୋନା ନିୟନ୍ତ୍ରଣ ପାଇଁ କଟକରେ ଆଜିଠାରୁ ଦୁଇ ଦିନିଆ ସପ୍ତାହନ୍ତ ସଟଡାଉନ ଲାଗୁ କରାଯାଇଛି । ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଛଡା ଆଉ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସହରର ୨୫ ଟି ଛକରେ ଚେକପୋଷ୍ଟ କରାଯାଇଛି । ଜିଲ୍ଲା ପୋଲିସ ସମେତ ବାହାରରୁ ପ୍ରାୟ ୧୦ ପ୍ଲାଟୁନ ପୋଲିସ ସମସ୍ତ ଛକରେ ଛାଉଣୀ କରାଯାଇଛି । କୌଣସି ଲୋକ ଯେପରି ଘରୁ ନବାହାରନ୍ତି ପୋଲିସ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଉଛି । କଟକ ଡିସିପି ସମେତ ସମସ୍ତ ବରିଷ୍ଠ ଅଧିକାରୀ ସହରର ପ୍ରତ୍ୟେକ ଗଳିରେ ଫ୍ଲାଗମାର୍ଚ୍ଚ କରିଛନ୍ତି । ତେବେ ଏହାଦ୍ବାରା ସଂକ୍ରମଣ ଚେନକୁ ରୋକା ଯାଇପାରିବ ବୋଲି କଟକ ଡିସିପି କହିଛନ୍ତି ।

11:29 April 24

ଯାଜପୁରରେ ଆଜି ଠାରୁ ସାପ୍ତାହିକ ସଟଡାଉନ, ପୋଲିସ ପକ୍ଷରୁ ଚେକିଂ କଡାକଡ଼ି

ରାଜ୍ୟରେ ଆଜିଠୁ ସପ୍ତାହାନ୍ତ ସଟଡାଉନ

ଯାଜପୁର: ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ । ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ । ଏନେଇ ଯାଜପୁରର ଦୁଇ ପୌରାଞ୍ଚଳ, ଯାଜପୁର ସଦର ମହକୁମା ଏବଂ ବ୍ୟାସନଗର ସହରରେ ଆଜି ଠାରୁ ସାପ୍ତାହିକ ସଡ଼ଡାଉନ ଲାଗୁ ହୋଇଛି । ପ୍ରତି ସପ୍ତାହରେ ଶନିବାର ଏବଂ ରବିବାର ଦୁଇ ଦିନ ସପ୍ତାହରେ ସଟଡାଉନ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସେଥିପାଇଁ ପୋଲିସ ପକ୍ଷରୁ ଆଗୁଆ ଲୋକମାନଙ୍କୁ ସଚେତନତା କରାଯାଇଛି । ଏବେ ବି ଜିଲ୍ଲାରେ ୭୦୦ଶହରୁ ଊର୍ଦ୍ଧ୍ବ ପାଖାପାଖି କୋଭିଡ ପଜେଟିଭ ଚିହ୍ନଟ ହେଇଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସାପ୍ତାହିକ ସଡ଼ଡାଉନ ଓ ଚେକିଂ ବ୍ଳକିଂ ପ୍ରକ୍ରିୟାକୁ କଡାକଡି ଭାବେ ପାଳନ କରାଯାଉଛି । ସେପଟେ ସହରାଞ୍ଚଳରେ ଲାଗୁ ହୋଇଥିବା ସଡ଼ଡାଉନ ନିୟମ ମାନି ସହର ବଜାର ଖାଁଖାଁ ଦେଖିବାକୁ ମିଳିଛି । କେବଳ ଅତିଆବଶ୍ୟକୀୟ ସେବାରେ ନିୟୋଜିତ ଯାନବାହନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି । ଛକଛକରେ ପୋଲିସ ଅଧିକାରୀଙ୍କ ସହ ପୋଲିସ ଫୋର୍ସ ମୁତୟନ ରହି ଚେକିଂ କଡାକଡି କରିଛନ୍ତି ।

Last Updated : Apr 24, 2021, 8:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.