ETV Bharat / state

‘କୋରୋନାର ତୃତୀୟ ଲହରୀ ପାଇଁ ଆମେ ଏବେଠୁ ପ୍ରସ୍ତୁତ ହେବା ଉଚିତ’

author img

By

Published : May 19, 2021, 9:53 AM IST

ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି କୋରୋନାର ତୃତୀୟ ଲହରୀ । ଏଭଳି ସ୍ଥିତିରେ ଏବେଠାରୁ ଆମେ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି । ଅଧିକ ପଢନ୍ତୁ...

କୋରୋନାର ତୃତୀୟ ଲହରୀ ପାଇଁ ଆମେ ଏବେଠାରୁ ପ୍ରସ୍ତୁତ ହେବା ଉଚିତ !

କଟକ: ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କୋରୋନା । ପ୍ରଥମ ଲହରୀ ପରେ ଦ୍ବିତୀୟ ଲହରୀ, ଲୋକଙ୍କ ଅଧିକ ଚିନ୍ତା ବଢ଼ାଇଦେଇଛି । ଏପଟେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହ ମୃତୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି । ଯାହାକୁ ନେଇ ଭୟଭିତ ଲୋକେ ।

ତେବେ ତୃତୀୟ ଲହରୀ ଆହୁରି ଭୟଙ୍କର ହେବ ବୋଲି ଆକଳନ କରାଯାଉଛି । ଏଭଳି ସ୍ଥିତିରେ ଏବେଠାରୁ ଆମେ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଯେଉଁମାନେ ଟୀକା ନେଇ ଏହାକୁ ହାଲୁକା ଭାବେ ନେଉଛନ୍ତି, ତାହା ଅନୁଚିତ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।

ଟୀକା କେବଳ ଅସ୍ତ୍ର ଭାବେ ରହିବ । ମାତ୍ର ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ଭଲ ଭାବରେ ହାତ ଧୋଇଲେ ଆମେ ତୃତୀୟ ଲହରୀରୁ ବି ବର୍ତ୍ତି ପାରିବା ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.