କଟକ: ଚାଷୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଚାଷୀଙ୍କୁ ଅଣଦେଖା କରୁଥିବା ସ୍ବତଃ ବାରି ହୋଇପଡୁଛି। ବିରୋଧୀଙ୍କ ଉପରେ କେବଳ ଦୋଷ ଲଦୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯାହାକୁ ନେଇ ଚାଷୀ କେବଳ ହତାଶ ହେଉଛି। ତେବେ ଏହି ଆନ୍ଦୋଳନ ଯେତେଦିନ ଚାଲିବ ସେତେଦିନ ପର୍ଯ୍ୟନ୍ତ ଆମେ ଚାଷୀ ସହ ଅଛୁ ବୋଲି ସ୍ପଷ୍ଟ କରିଛି କଟକ ମହାନଗର ନାଗରିକ ମଞ୍ଚ ।
କାରଣ ଏହି ଲଢେଇରେ ଜବାବ ଦେବେ କେନ୍ଦ୍ର ସରକାର। କେବେ ଚାଷୀ ମାରଣ ନୀତିକୁ ବନ୍ଦ କରିବେ ତାହାକୁ ନେଇ ତେଜିଥିବା ଆନ୍ଦୋଳନ ନିଶ୍ଚୟ ରୂପରେ ସଫଳ ହେବାନେଇ ଆଶା ରଖିଛନ୍ତି ମଞ୍ଚ ସଦସ୍ୟ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ