ETV Bharat / state

କଟକରେ ଦୂର ହେବ ଜଳବନ୍ଦୀ ସମସ୍ୟା, ଜାରି ରହିଛି କାର୍ଯ୍ୟ

author img

By

Published : May 17, 2023, 7:25 AM IST

ମୌସୁମୀ ପୂର୍ବରୁ କଟକ ଜଳବନ୍ଦୀ ସମସ୍ୟା ପଡିବ ପୂର୍ଣଚ୍ଛେଦ । ବକ୍ସ ଡ୍ରେନ କାମ ଅଧାଅଧି ଶେଷ ହୋଇଥିବା ବେଳେ ଛୋଟ ନାଳ ଉଝୁଲା କାମ ଏକପ୍ରକାର ଶେଷ ହୋଇଛି। ଅଧିକ ପଢନ୍ତୁ

water logging problems solve before monsoon
ମୌସୁମୀ ପୂର୍ବରୁ ଜଳବନ୍ଦୀ ସମସ୍ୟାରେ ପଡ଼ିବ ପୂର୍ଣଚ୍ଛେଦ
water logging problems solve before monsoon

କଟକ: ମୌସୁମୀ ପୂର୍ବରୁ ଜଳବନ୍ଦୀ ସମସ୍ୟାରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଏଣିକି ବର୍ଷା ଦିନରେ କଟକରେ ଦେଖା ଦେବନି ଜଳବନ୍ଦୀ ସମସ୍ୟା। ବକ୍ସ ଡ୍ରେନ କାମ ଅଧାରୁ ଅଧିକ ଶେଷ ହୋଇଥିଲା ବେଳେ ଛୋଟ ନାଳ ଉଝୁଲା କାମ ଏକ ପ୍ରକାର ଶେଷ ହୋଇଛି । ହାତରେ କମ ସମୟ ଥିବାରୁ ବଡ଼ ନାଳରୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ପଙ୍କ ଉଝୁଲା କାର୍ଯ୍ୟ ଆରମ୍ଭ କରାଯାଇଛି । ବିଗତ ବର୍ଷ ମାନଙ୍କରେ ଯେଉଁ ଜଳବନ୍ଦୀ ସମସ୍ୟା କଟକରେ ଉପୁଜୁଥିଲା ତାହା ଚଳିତବର୍ଷ ଆଉ ଦେଖିବାକୁ ମିଳିବନି ବୋଲି ଆଶା କରାଯାଉଛି । କାହିଁକି ନା ଯାଇକା କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ଜଳ ନିଷ୍କାସନ ପାଇଁ ସବୁ ଯୋଜନା ସ୍ଥିର ହୋଇ ସାରିଛି ।

ପୂର୍ବରୁ ବକ୍ସ ଡ୍ରେନ ନାଳ ସ୍ଥିତି ସମୀକ୍ଷା କରିଥିଲେ ମେୟର କମିଶନର । ପଟାପୋଲ ଠୁ ମାତୃଭୂବନ ନିର୍ମାଣ ଧୀନ ଅବସ୍ଥାରେ ରହିଥିବା ବକ୍ସ ଡ୍ରେନ ର କାର୍ଯ୍ୟକୁ ବୁଝିବା ସହ ସ୍ଥାନୀୟ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି ମେୟର ଓ କମିଶନର । 450 କୋଟି ଟଙ୍କା ବିନିମୟରେ କଟକରେ ଜାରି ରହିଥିବା ବକ୍ସ ଡ୍ରେନର ପୂର୍ଣ୍ଣ ନିର୍ମାଣ ହୋଇଗଲେ ଯାତାୟାତ ମଧ୍ୟ ଆହୁରି ସ୍ବଚ୍ଛଳ ହୋଇଯିବ । ଅନ୍ୟପଟେ ଯଦି ଲଘୁଚାପ ବର୍ଷା ଆରମ୍ଭ ହୁଏ ତେବେ ଏହାର ମୁକାବିଲା ପାଇଁ ମଧ୍ୟ ସିଏମସି ପ୍ରସ୍ତୁତ ରହିଛି । ତଳିଆ ଅଞ୍ଚଳ ମାନଙ୍କରେ ପମ୍ପ୍‌ ସେଟ, ନାଳକୁ ସଫା ରଖିବା ପାଇଁ ଯୋଜନା ସହ କାର୍ଯ୍ୟ ମଧ୍ୟ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ବିଜେଡି ବିଧାୟକ ଶଶୀ ଭୂଷଣ ଓ ପରିବାର ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ

ନାଳ ସଫାକୁ ଗୁରୁତ୍ୱ ଦେଇ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ସବୁ କାର୍ଯ୍ୟ ଜାରି ରହିଛି । କହିବାକୁ ଗଲେ କଟକରେ ବର୍ତ୍ତମାନ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ସବୁ ଯୋଜନା ଜାରି ରହିଛି । ନାଳ ସଫା କରିବା କାର୍ଯ୍ୟ ଶେଷ ହୋଇଥିବା ବେଳେ କେବଳ ବକ୍ସ ଡ୍ରେନ କାର୍ଯ୍ୟକ୍ଷମ ହୋଇଗଲେ ଜଳ ନିଷ୍କାସନ ଦିଗରେ ବେଶ ସଫଳ ହେବ କଟକ ମହାନଗର ନଗମ । ଗୋଟିଏ ପଟେ କଟକକୁ ନୂଆ ଲୁକ୍‌ ଦେବାରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଥିଲା ବେଳେ ଜଳବନ୍ଦୀ ସମସ୍ୟା କଟକ ସହରର ପିଛା ଛାଡ଼ୁନି। ତେଣୁ ଏହାକୁ ନଜରରେ ରଖି ଚଳିତବର୍ଷ ମେଗା ଯୋଜନା ହାତକୁ ନେଇଛି ସିଏମସି । ଆଉ ଏହା ସଫଳ ହେବ ବୋଲି ଆଶା ମଧ୍ୟ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.