ETV Bharat / state

ଭର୍ଚୁଆଲରେ ଧବଳେଶ୍ବରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ - କଟକ ନ୍ୟୁଜ୍

ଧବଳେଶ୍ବର ପୀଠରେ ୧୪୪ ଧାରା । ଭର୍ଚୁଆଲରେ ଧବଳେଶ୍ବରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଗକୁ ବଡଓଷା ପଡ଼ୁଥିବାରୁ ଭର୍ଚୁଆଲ ମାଧ୍ୟମରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅଧିକ ପଢନ୍ତୁ

ଭର୍ଚୁଆଲରେ ଧବଳେଶ୍ବରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

author img

By

Published : Nov 2, 2022, 5:42 PM IST

କଟକ: ଧବଳେଶ୍ବର ପୀଠରେ ୧୪୪ ଧାରା । ଭର୍ଚୁଆଲ ମାଧ୍ୟମରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବେ ଭକ୍ତ । ଏଲଇଡି ସ୍କ୍ରିନ ମାଧ୍ୟମରେ ଭକ୍ତ କରିବେ ଦର୍ଶନ । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ପୋଲ ପରିଦର୍ଶନ କରିବା ସହ ଏହାର ସମୀକ୍ଷା କରି ସୂଚନା ଦେଇଛନ୍ତି ।

ଭର୍ଚୁଆଲରେ ଧବଳେଶ୍ବରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଗୁଜୁରାଟର ମୋର୍ବିରେ ଝୁଲାପୋଲ ଟ୍ରାଜେଡି ପରେ ଧବଳେଶ୍ବର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ବର୍ତ୍ତମାନ କାର୍ତ୍ତିକ ମାସ ଥିବାରୁ ମନ୍ଦିରକୁ ଅଧିକ ଭକ୍ତଙ୍କ ସମାଗମ ହେଉଛି । ତେଣୁ ପୀଠକୁ ସଂଯୋଗ କରିଥିବା ଝୁଲା ପୋଲଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କିଛି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ପକ୍ଷରୁ ପୋଲରେ ଯାତାୟତ ଉପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି ।

ତେବେ ଆଗକୁ ବଡଓଷା ଆସୁଥିବାରୁ ଭକ୍ତଙ୍କ ଦର୍ଶନ ପାଇଁ ଲାଗିବ ଏଲଇଡି ସ୍କ୍ରିନ ଯାହାଦ୍ବାରା ଭର୍ଚୁଆଲ ମୋଡରେ ଦର୍ଶନ କରିବେ ଭକ୍ତ । ପୀଠର ବାହାରେ ଅର୍ଥାତ ନଦୀ କୂଳରେ ଏକ ବଡ଼ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯିବ । ଧବଳେଶ୍ବର ପୀଠକୁ କୌଣସି ଭକ୍ତଙ୍କ ପ୍ରବେଶ ଉପରେ କଟକଣା ବଳବତ୍ତର ରହିବ । କେବଳ ସେବାୟତଙ୍କୁ ହିଁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ । ସେପଟେ ବଡଓଷା ମେଳା ଆୟୋଜନ ନେଇ ତର୍ଜମା ଚାଲିଛି । ଇଭେଣ୍ଟ ମ୍ୟାନେଜର ସହ ଆଲୋଚନା କରାଗଲା ପରେ ଜାଗା ସ୍ଥିର କରି ମେଳା କରାଯିବ । କିନ୍ତୁ ଝୁଲନ୍ତା ପୋଲରେ ଯାତାୟତ ପାଇଁ 144 ଧାରା ବଳବତ୍ତର ରଖାଯାଇଥିବା ଜିଲ୍ଳାପାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କଟକଣା, ଆଶା ଆଶଙ୍କାରେ ଭକ୍ତ

ଏନେଇ କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି, " ଧବଳେଶ୍ବର ପୀଠକୁ ଆଜି ପରିଦର୍ଶନ ପାଇଁ ଯାଇଥିଲି । ଝୁଲାପୋଲ ସ୍ଥିତି ଖରାପ ଥିବାରୁ ଶ୍ରଦ୍ଧାଳୁ ମାନଙ୍କୁ ଯିବା ପାଇଁ କଟକଣା କରାଯାଇଛି । ଏନେଇ ୧୪୪ ଧାରା ଜାରି ହୋଇଛି । ଏଥିସହ ବୋଟ ମାଧ୍ୟମରେ ମଧ୍ୟ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ । ଏନେଇ ସେଥିପାଇଁ ଆମେ ପୂଜକ ମାନଙ୍କ ସହିତ ଆଲୋଚନା କରି ଭର୍ଚୁଆଲ ଦର୍ଶନ ପାଇଁ ନିଷ୍ପତି ନେଇଛୁ ।"

ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ପଞ୍ଚୁକରେ ମନ୍ଦିରକୁ ପ୍ରବେଶ କରିପାରିନଥିଲେ ଭକ୍ତ । ଚଳିତ ବର୍ଷ ପଞ୍ଚୁକରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଆଶା ରଖିଥିବା ବେଳେ ଏହି କଟକଣା ଲାଗିବା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.