ETV Bharat / state

ଧର୍ମମାସରେ ଆକାଶ ଛୁଆଁ ପରିବା ଦର - vegetable price hike

ବେଲଗାମ ପରିବା ଦର । ପରିବା ଦର ବୃଦ୍ଧି ପ୍ରଭାବିତ କରିଛି ହାଣ୍ଡିଶାଳକୁ । ଦୋହଲାଇ ଦେଇଛି ମାସିକ ବଜେଟ । ଯାହାକୁ ନେଇ ଚିନ୍ତରେ ଖାଉଟି ।

ଧର୍ମ ମାସରେ ଆକାଶ ଛୁଆଁ ପରିବା ଦର
author img

By

Published : Oct 22, 2019, 8:54 PM IST

କଟକ: ଆକାଶ ଛୁଆଁ ପରିବା ଦର । ପ୍ରତ୍ୟେକ ପରିବାର ଦର 50 ଟପିଲାଣି । ଯାହାକୁ ନେଇ ଚିନ୍ତାରେ ଖାଉଟି । କାର୍ତ୍ତିକ ମାସରେ ପରିବା ଦର ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି । ଅଧିକାଂଶ ପରିବା କିଲୋ ପିଛା ୫୦ଟଙ୍କାରୁ ଊର୍ଦ୍ଧ୍ବ ରହିଛି । ଛତ୍ରବଜାର ମାର୍କେଟରେ ପରିବା ଦର ବୃଦ୍ଧି ଫଳରେ ଖାଉଟିଙ୍କ ଭିଡ଼ କମୁଛି ।

ଧର୍ମ ମାସରେ ଆକାଶ ଛୁଆଁ ପରିବା ଦର

ବଜାରରେ ଟମାଟୋ କିଲୋ ପ୍ରତି ୬୦ ରୁ ୭୦ ଟଙ୍କା, ବିନ୍ସ ୮୦ଟଙ୍କା, ଝୁଡଙ୍ଗ ୬୦ ଟଙ୍କା, ଭେଣ୍ଡି ୫୦ଟଙ୍କା,ବାଇଗଣ 4୦,ପୋଟଳ ୮୦ଟଙ୍କା, ଅମୃତଭଣ୍ଡା ୩୦ଟଙ୍କା ଓ କାଙ୍କଡ଼ କିଲୋପ୍ରତି ୫୦ ଟଙ୍କାରେ ବିକ୍ରି ହେଉଛି । ପରିବା ଦର ବୃଦ୍ଧି ଫଳରେ ଖାଉଟି ମାନେ ବାଧ୍ୟ ହୋଇ ଏକ କିଲୋ ବଦଳରେ ଅଧାକିଲୋ କିଣୁଛନ୍ତି । ପରିବା ବ୍ୟାଗ୍‌ ଫୁଲ କରିବା ପାଇଁ ହେଲେ ଅତିକମ୍‌ରେ ପକେଟରୁ ୫ ଶହଟଙ୍କା କାଢ଼ିବାକୁ ପଡୁଛି ।

ସାଧାରଣତଃ କାର୍ତ୍ତିକ ମାସରେ ପରିବା ଦର ଅଧିକ ରହିଥାଏ । ଚଳିତ ବର୍ଷ କିନ୍ତୁ ପୂର୍ବବର୍ଷ ଅପେକ୍ଷା ଦର ଅଧିକ ରହିଛି । ଲଗାଣ ବର୍ଷା ଯୋଗୁଁ ଅମଳ ସମୟରେ ପରିବା ନଷ୍ଟ ହୋଇଯାଇଛି । ଯେଉଁ ପରିବା ସ୍ଥାନୀୟ ଅଞ୍ଚଳରୁ ଆସିଥାଏ,ତାହା ବର୍ଷାରେ ନଷ୍ଟ ହେବା ଫଳରେ, ପରିବା ମାର୍କେଟରେ ପରିବା ଅଭାବ ଦେଖା ଦେଇଛି ବୋଲି କହିଛନ୍ତି ଛତ୍ର ବଜାର ପରିବା ମାର୍କେଟର ସମ୍ପାଦକ । ସ୍ଥାନୀୟ ଅଞ୍ଚଳରେ ପରିବା ଅମଳ ପର୍ଯ୍ୟନ୍ତ ଦର ଅଧିକ ରହିବ ବୋଲି ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବେଲଗାମ ପରିବାଦର।ପ୍ରତ୍ୟକ ପରିବା କିଲୋ ପିଛା ୫୦ ରୁ ଅଧିକ ।ବିଶେଷକରି କାର୍ତ୍ତିକ ମାସ ରେ ପରିବା ଦର ଉଚ୍ଚା ଥିବାରୁ ଚିନ୍ତାରେ ଖାଉଟି।ପରିବା ଦର ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି ଖାଉଟି।ଅନ୍ୟପଟେ ଛତ୍ରବଜାର ପରିବା ମାର୍କେଟ ସମ୍ପାଦକ କହିଛନ୍ତି,ଲଗାଣ ବର୍ଷା ଯୋଗୁଁ ପରିବା ନଷ୍ଟ ହଇଯାଇଛି।ପରିବା ଅମଳ ହେବା ପର୍ଯ୍ୟନ୍ତ ଦର ଉଚ୍ଚ ରହିବ।

Body:(ଭିଓ - ୧) ଆକାଶ ଛୁଆଁ ପରିବାଦର।କାର୍ତ୍ତିକ ମାସରେ ପରିବାଦର ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି।ଅଧିକାଂଶ ପରିବା କିଲୋ ପିଛା ୫୦ ରୁ ଅଧିକ ଦର ରହିଛି।ଇଏ ହେଉଛି ଛତ୍ରବଜାର ପରିବା ମଣ୍ଡି ର ଦୃଶ୍ୟ।ପରିବା ଦର ବୃଦ୍ଧି ଫଳରେ ଖାଉଟି ଙ୍କର ଭିଡ଼ କମୁଛି ପରିବା ମାର୍କେଟ ରେ।ବିଲାତି କିଲୋ ପ୍ରତି ୬୦ ରୁ ୭୦ ,ବିନ୍ସ ୮୦,ଝୁଡଙ୍ଗ ୬୦,ଭେଣ୍ଡି ୫୦,ବାଇଗଣ ୫୦,ପୋଟଳ ୮୦,ଅମୃତଭଣ୍ଡା ୩୦,କାଙ୍କଡ଼ କିଲୋପ୍ରତି ୫୦ ଟଙ୍କାରେ ବିକ୍ରି ହେଉଛି।ପରିବା ଦର ବୃଦ୍ଧି ଫଳରେ ଖାଉଟି ମାନେ ବାଧ୍ୟ ହୋଇ ଏକ କିଲୋ ବଦଳରେ ଅଢେଇଶହ କିଣୁଛନ୍ତି।ପରିବା ବ୍ୟାଗ ଫୁଲ କରିବା ପାଇଁ ହେଲେ ଅତିକମରେ ପକେଟରୁ ୫ ଶହ ଟଙ୍କା କାଢ଼ିବାକୁ ପଡୁଛି।

ବାଇଟ - ପ୍ରଶାନ୍ତ ସାହୁ,ଖାଉଟି।
ବାଇଟ - ମୃତୁଞ୍ଜୟ ଦାଶ, ଖାଉଟି।
ବାଇଟ - ଖାଇଟି

(ଭିଓ - ୨)ସାଧାରଣତଃ କାର୍ତ୍ତିକ ମାସରେ ପରିବା ଦର ଅଧିକ ରହିଥାଏ।ଚଳିତ ବର୍ଷ କିନ୍ତୁ ପୂର୍ବବର୍ଷ ଅପେକ୍ଷା ଅଧିକ ରହିଛି।ଲଗାଣ ବର୍ଷା ଯୋଗୁଁ ଅମଳ ସମୟରେ ପରିବା ନଷ୍ଟ ହୋଇଯାଇଛି।ଯେଉଁ ପରିବା ସ୍ଥାନୀୟ ଅଞ୍ଚଳରୁ ଆସିଥାଏ,ତାହା ବର୍ଷାରେ ନଷ୍ଟ ହେବା ଫଳରେ , ପରିବା ମାର୍କେଟରେ ପରିବାର ଅଭାବ ଦେଖା ଦେଇଛି ।ଏବେ ଯେଉଁ ପରିବା ଆସୁଛି,ତାହା ବାହାରୁ ଆସୁଛି।ସେଠାରେ ଦର ଉଚ୍ଚା ଥିବାରୁ ପରିବା ଦର ବୃଦ୍ଧି ହୋଇଛି।ସ୍ଥାନୀୟ ଅଞ୍ଚଳରେ ପରିବା ଅମଳ ହେବା ପର୍ୟ୍ଯନ୍ତ ପରିବା ଦର ଅଧିକ ରହିବ ବୋଲି ଛତ୍ରବଜାର ପରିବା ମାର୍କେଟ ର ସମ୍ପାଦକ କହିଛନ୍ତି।

ବାଇଟ - ଦେବେନ୍ଦ୍ର ନାଥ ସାହୁ,ସମ୍ପାଦକ,ଛତ୍ରବଜାର ପରିବା ମାର୍କେଟ

Conclusion:ପରିବାଦର କୁ ନେଇ ଚିନ୍ତାରେ ଖାଉଟି।ପରିବା ଦର ବୃଦ୍ଧି ପ୍ରଭାବିତ କରିଛି ହାଣ୍ଡିଶାଳ ଉପରେ।ଦୋହଲାଇ ଦେଇଛି ମାସିକ ବଜେଟ।କଟକ ରୁ ନାରାୟଣ ସାହୁ,ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.